March 11, 2026

ଭାମିନି ଆଇଆରବିଏନ ପୋଲିସ କ୍ୟାମ୍ପରେ ୮୮ତମ ପ୍ରତିଷ୍ଠା ଦିବସ ପାଳିତ

fe1dff4c-5620-4a5b-b02a-8d68ebccf9cd
Share

 

ରାମନାଗୁଡା, ରାୟଗଡା ଜିଲ୍ଲା ରାମନଗୁଡା ବ୍ଲକ ଅନ୍ତର୍ଗତ ଭାମିନି ଠାରେ ଥିବା ୨ୟ ଆଇ ଆର ବି ଏନ ପୋଲିସ କ୍ୟାମ୍ପରେ ୮୮ତମ ପୋଲିସ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି।ଏଥିରେ ଦୁର୍ଗପତି ଦୀପକ କୁମାର ଦେହୁରୀଙ୍କ ପ୍ୟାରେଡ଼ ର ଅଭିବାଦନ ଗ୍ରହଣ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ପ୍ରେରିତ ବାର୍ତ୍ତାକୁ ଦୁର୍ଗପତି ପଠନ କରିଥିଲେ ।କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଗୁଣପୁର ଉପ ଜିଲ୍ଲାପାଳ ଲଳିତ ମୋହନ କହଁର ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ ଗାନ୍ଧୀ ବିଶ୍ୱବିଦ୍ୟାଳୟର ନିର୍ଦ୍ଦେଶକ ଡ଼ଃ ଜଗଦୀଶ ପଣ୍ଡା ,ଗୁଣପୁର ଉପଖଣ୍ଡ ଚିକିତ୍ସାଳୟର ସୁପରିଟେଣ୍ଡେଣ୍ଟ ରମେଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ କର୍ତ୍ତବ୍ୟ ନିଷ୍ଠ ଓ ଉଲ୍ଲେଖନୀୟ ସେବା ପାଇଁ ଏସ ଆଇ ସୁଜିତ କୁମାର ସାହୁ, ଏ ଏସ ଆଇ ଦୀପକ କୁମାର ପରିଡା ,କନେଷ୍ଟବଳ ଆମର କୁମାର ସାମଲ ,ହାବିଲଦାର କ୍ଷେତ୍ର ମୋହନ ସାମଲ ଙ୍କୁ ମାନ ପତ୍ର ସହ ଆର୍ଥିକ ରାଶି ପ୍ରଦାନ କରାଯାଇଥିଲା।କାର୍ଯ୍ୟକ୍ରମକୁ ଆସିଷ୍ଟେଣ୍ଡ କମାଣ୍ଡେଣ୍ଟ ନିଳାମ୍ବର ପରିଡା ଓ ହାବିଲଦାର ସୁଜିତ କୁମାର ଦାସ ସହ ଅନ୍ୟ ପୋଲିସ କର୍ମଚାରୀ ମାନେ ପରିଚାଳନା କରିଥିଲେ।

ରିପୋର୍ଟ ରାକେଶ କୁମାର ବେହେରା