March 7, 2026

ମା ଭୂୟାଁଣି ଦେବୀଙ୍କ ପୀଠକୁ ନେଇ ହରଡ ଘଣାରେ ବୋଲଗଡ ପ୍ରଶାସ ମନ୍ଦିର ପରିଚାଳନା ଟ୍ରଷ୍ଟ ପକ୍ଷରୁ କୋର୍ଟରେ ମାମଲା

IMG-20260301-WA0081
Share

ଖୋର୍ଦ୍ଧ –(ପ୍ରିୟାଙ୍କା ମହାପାତ୍ର) ବୋଲଗଡ଼ ଟାଉନ ନିକଟସ୍ଥ ମନୋରମ ପର୍ଯ୍ୟଟନସ୍ଥଳୀ ତ‌ଥା ପ୍ରସିଦ୍ଧ ଶକ୍ତିପୀଠ ମା’ ଭୂୟାଁଣି ଦେବୀଙ୍କ ମନ୍ଦିର ପରିଚାଳନା କମିଟି ଏହାକୁ ଦୀର୍ଘ ୩୦ବର୍ଷରୁ ଉର୍ଦ୍ଧ ସମୟ ଧରି ମନ୍ଦିର ପରିଚାଳନା କରିବା ସହିତ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇବା ପାଇଁ ଅହ ରହ ପ୍ରଚେଷ୍ଟା ଚଳାଇ ଥିଲେ । ସେହିପରି ନିଜସ୍ଵ ଖର୍ଚ୍ଚ ଓ କିଛି ସରକାରୀ ଅନୁଦାନରେ ମନ୍ଦିରକୁ ଉନ୍ନତି କରିବା ସହିତ ଏଠାରେ ବିବାହ, ବ୍ରତ ଓ ଅନ୍ୟାନ୍ୟ ସାମାଜିକ ଅନୁଷ୍ଠାନ ସହ ସଭାସମିତି, ରୋଜିଭାତ ଆଦି କାର୍ଯ୍ୟକ୍ରମ ପାଇଁ ବ୍ୟବସ୍ଥା କରାଯାଇଥିଲା। ଏଥିସହ ଠାକୁରାଣୀଙ୍କ ଧନୁଯାତ୍ରା ମଧ୍ୟ ଏଠାରେ ଅନୁଷ୍ଠିତ ହୋଇଆସୁଥିଲା। ସେହିପରି ପର୍ଯ୍ୟଟନ ସ୍ଥଳୀର ରୁପରେଖକୁ ସୋନ୍ଦର୍ଯ୍ୟପୂର୍ଣ୍ଣ କରାଇ ଆସୁଥିଲେ ।ସେଥିପାଇଁ ସେଠାରେ ପ୍ରତିଦିନ ବହୁ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ଭିଡ଼ ଲାଗିରହୁଥିଲା ।ମା ଭୂୟାଁଣି ଦେବୀଙ୍କ ପୀଠକୁ ନେଇ ହରଡ ଘଣାରେ ପଡିଛନ୍ତି ଖୋର୍ଦ୍ଧା ଜିଲ୍ଲା ଉପଜିଲ୍ଲାପାଳଙ୍କ ସମେତ ବୋଲଗଡ ତହସିଲ ପ୍ରଶାସନ ଓ ପୋଲିସ ପ୍ରଶାସନ। ଭୂୟାଁଣି ଦେବୀଙ୍କ ମନ୍ଦିର ପରିଚାଳନା କମିଟି ଟ୍ରଷ୍ଟ ପକ୍ଷରୁ ସେମାନଙ୍କ ବିରୁଦ୍ଧରେ କରିଛନ୍ତି କୋର୍ଟରେ ମାମଲା ।ଏହାକୁ ବୋଲଗଡର କିଛି ବ୍ୟକ୍ତିତ୍ଵ ନିଜ ସ୍ବାର୍ଥ ଉଦ୍ଦେଶ୍ୟରେ ନିଜ କଣ୍ଟ୍ରୋଲକୁ ନେବାପାଇଁ ପ୍ରଭାବଶାଳୀ ବ୍ୟକ୍ତି ମାନଙ୍କୁ ହାତକରି ପୋଲିସ ପ୍ରଶାସନ ଓ ତହସିଲ ପ୍ରଶାସନ ସହିତ ମିଶି ଜୋର ଜବରଦସ୍ତ ଗତ ସେପ୍ଟେମ୍ବର ୧୦ତାରିଖରେ ମେନ ଗେଟ , ମନ୍ଦିର , ଟ୍ରଷ୍ଟ କାର୍ଯ୍ୟାଳୟ , ଦୋକାନ ଗୃହ , ଗୋଦାମ ଗୃହ , ଦାନ ବାକ୍ସ ଓ କଲ୍ୟାଣ ମଣ୍ଡପର ତାଲା ଗୁଡ଼ିକ ଭାଙ୍ଗି ନିଜ ଅକ୍ତିଆର କରିଥିଲେ । ଏହାକୁ ସ୍ଥାନୀୟ ତହସିଲଦାର ବିଜୟ କୁମାର ସେଠୀ , ବୋଲଗଡ଼ ଅତିରିକ୍ତ ତହସିଲଦାର ଦୀପ୍ତିମୟୀ ଶର୍ମା , ବରିଷ୍ଠ କିରାଣି ସସ୍ମିତା ଭୁଇଆଁ ଏବଂ ବୋଲଗଡ ଥାନା ଅଧିକାରିଣୀ ସିଗ୍ଧା ମୟୀ ବରାଳ ପ୍ରମୁଖ ସଦଳବଳେ ଯାଇ ଏହାକୁ ଅକ୍ତିଆର କରି ନେଇଥିଲେ । ପରେ ମନ୍ଦିର ପରିଚାଳନା କମିଟି ଟ୍ରଷ୍ଟର ସଭାପତି ସୁଦର୍ଶନ ଜେନାଙ୍କୁ ଧମକ ଦେବା ସହିତ ନଯିବା ପାଇଁ ବାରଣ କରିଥିଲେ ।ଏହାକୁ ନେଇ ଶ୍ରୀ ଜେନା ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇ ଏକ ନିର୍ଦ୍ଦେଶନାମା ସ୍ଥାନୀୟ ତହସିଲଦାରଙ୍କୁ ଜାରି କରାଯାଇଥିଲା । ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ ନାମାକୁ ତହସିଲଦାର କାର୍ଯ୍ୟକାରୀ କରିନଥିଲେ । ନ୍ୟାୟଳୟର ନିର୍ଦ୍ଦେଶନାମାକୁ ନେଇ ଶ୍ରୀ ଜେନା ତହସିଲ ଓ ପୋଲିସ ପ୍ରଶାସନ ବିରୁଦ୍ଧରେ ଖୋର୍ଦ୍ଧା ଜିଲ୍ଲା ନ୍ୟାୟାଳୟରେ ଅଭିଯୋଗ କରିବାପରେ ମାମଲା ରୁଜୁ ହୋଇଥିଲା । ସେମାନଙ୍କ ବିରୁଦ୍ଧରେ କରାଯାଇଥିବା ଅପରାଧିକ ଦଫା ବି. ଏନ.ଏସ. ୨୦୨୪ ର ୨୯୬, ୩୦୩(୨), ୩୫୧(୨), ୬୧(୨)/୩(୫) ସହିତ ୧୯୧/୧୯୨ ଏବଂ ୨୦୧ ୧୩.ଏନ୍.ଏସ୍.ଧାରା ଲଗୁହୋଇଛିl

ଆସନ୍ତା ମାର୍ଚ୍ଚ ୭ତାରିଖରେ ହାଜର ହେବାପାଇଁ ନୋଟିସ ଜାରି କରାଯାଇଛି। ମନ୍ଦିର ପରିଚାଳନା କମିଟି ଟ୍ରଷ୍ଟର ସଭାପତି ଶ୍ରୀ ଜେନାଙ୍କ ସୂଚନାରୁ ଜଣାପଡେ ମା ଭୂୟାଁଣି ଦେବୀଙ୍କ ପୀଠଟି ଡାବରଧିଆ ପାଟଣା ଗ୍ରାମ ପଞ୍ଚାୟତ ଅଧୀନ ଶିଆରିଆ ପଲ୍ଲୀ ମୌଜାର ପ୍ଲଟ ନମ୍ୱର୍ ୭୨ଓ ୭୪ ରେ ଅବସ୍ଥିତ । ଏହାକୁ ଡାବରଧିଆ ପାଟଣା ଗ୍ରାମ ପଞ୍ଚାୟତରେ କମିଟି ଗଠନ କରି ୨୦୧୨ମସିହା ରେ ସେହି ସମୟର ସରପଞ୍ଚ ଉକ୍ତ ଟ୍ରଷ୍ଟକୁ ରକ୍ଷଣା ବେକ୍ଷଣ କରିବା ପାଇଁ ଦାୟିତ୍ବ ପ୍ରଦାନ କରିଥିଲେ । ସେହି ଦିନଠାରୁ ଟ୍ରଷ୍ଟର ସଭାପତି ଭାବରେ କାର୍ଯ୍ୟ ଜାରି ରଖିଛନ୍ତି ଯାହା ତାଙ୍କର ନିଷ୍ଠାପର କାର୍ଯ୍ୟ ପାଇଁ ଟ୍ରଷ୍ଟ ଅଞ୍ଚକ୍ରେ ପ୍ରଶଂସା ଏବଂ ଗ୍ରହଣୀୟ ହୋଇଛି। ତଥାପି ଟ୍ରଷ୍ଟ ପ୍ରତିଷ୍ଠା ପରେ ସମସ୍ତ କ୍ଷେତ୍ରରେ ମା ଙ୍କ ବିକାଶମୂଳକ କାର୍ଯ୍ୟ ସାକାର ହୋଇଥିଲା ଯାହା ଫଳରେ ମା ଙ୍କ ପୂଜା ସ୍ଥାନ ସଂଯୋଗକାରୀ ରାସ୍ତା, ଜଳ ସୁବିଧା, ବୃକ୍ଷରୋପଣ ଏବଂ ବିଶ୍ରାମ ଗୃହ ଇତ୍ୟାଦି ସହିତ ବିକଶିତ ହୋଇଥିଲା ଏବଂ ଏହି ପ୍ରକ୍ରିୟାରେ ଉକ୍ତ ଜମି ଏବଂ ଏହାର ନିକଟବର୍ତ୍ତୀ ଭୂମି ନିର୍ମାଣ କରାଯାଇଥିଲା ଯାହା ସମୟର ଚାହିଦା ପୂରଣ କରିଥିଲା ଯାହା ପାଇଁ ବାହାରୁ ଆସୁଥିବା ବ୍ୟକ୍ତି ଏବଂ ସ୍ଥାନୀୟ ଅଞ୍ଚଳବାସି ଏହି ସୌନ୍ଦର୍ଯ୍ୟମୟ ପରିବେଶ କୁ ପ୍ରଶଂସା କରିଛନ୍ତି ।