March 7, 2026

ନିୟମଗିରିରରେ ନିୟମରାଜା ପରବ ପାଳିତ ହୋଇଯାଇଛି*

IMG-20260301-WA0076
Share

 

ଲାଞ୍ଜିଗଡ଼-(ପୁରନ୍ଦର ଦଣ୍ଡସେନା)

 

ଲାଞ୍ଜିଗଡ଼ ସ୍ଥିତ ନିୟମଗିରି ପାହାଡ଼ରେ ପାଳନ ହୋଇଛି ନିୟମରାଜା ପରବ। ଆସ୍ଥା ଓ ଜନଜାତି ସଂସ୍କୃତିର ଅନନ୍ୟ ପରିଚୟ ହେଉଛି ଏହି ଉତ୍ସବ । ଏ ଅବସରରେ

ସଂସ୍କୃତି, ପ୍ରକୃତିର ସୁରକ୍ଷା ପାଇଁ ଡଙ୍ଗରିଆଙ୍କ ସଂକଳ୍ପ

ଓ ପରମ୍ପରାର ସୁରକ୍ଷା ପାଇଁ ସଂକଳ୍ପ ନେଇଛଷି ଆଦିମ ଜନଜାତି ତଙ୍ଗରିଆ କନ୍ଧ ଶୁକ୍ରବାରରୁ ଆରମ୍ଭ ହୋଇଥିବା ଏହି ଉତ୍ସବ ରବିବାର ଉଦ୍‌ପ‌ପିତ ହୋଇଯାଇଛି । ପାରମ୍ପରିକ ଛତର ଉଠା କାର୍ଯ୍ୟକ୍ରମ ସହ ପର୍ବର ଶୁଭାରମ୍ଭହୋଇଥିଲା। ନିୟମଗିରି ପର୍ବତମାଳାର ୧୧୨ ପଦର ଅର୍ଥାତ ସମଗ୍ର ଅଞ୍ଚଳରେ ବସବାସ

କରୁଥିବା ଆଦିମ ଜନଜାତି ଲୋକେ ଏଥିରେ ଯୋଗ ଦେଇଥିଲେ। ଉତ୍ସବ ଦେଖ‌ିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁଲୋକ ନିୟମଗିରି ପାହାଡ଼କୁ ଆସିଥିଲେ। ଜନଜାତି ଲୋକ ନିଜ ନିଜ

ପାରମ୍ପରିକ ପୋଷାକ ପରିଧାନ କରି ରାତିନୀତି ଅନୁଯାୟୀ ପୂଜାର୍ଚ୍ଚନାରେ ଅଂଶଗ୍ରହଣ କରିଥିଲେ। ଏହି ପୂଜାରେ

ପରମ୍ପରା ଅନୁଯାୟୀ, ନିୟମ ରାଜଙ୍କୁ ବଳି ଦିଆଯାଇଥାଏ । ପୂଜାକୁ ଆସିଥିବା ସମସ୍ତ ଶ୍ରଦ୍ଧାଳୁଙ୍କ ପାଇଁ ଅନ୍ନ ଭୋଗ ସେବନ ବ୍ୟବସ୍ଥା ରହିଥାଏ । ଲୋକଙ୍କ ବିଶ୍ଵାସ ଅନୁଯାୟୀ ଏହି ପୂଜା ଦ୍ୱାରା ନିୟମରାଜା ପ୍ରସନ୍ନ ହେଲେ ଭଲ ଫସଲ ହୁଏ । ଜଳ, ଜଙ୍ଗଲ ଓ ଜମି ସୁରକ୍ଷିତ ରହେ। ଦାର୍ଘ ୨୦ ବର୍ଷ ହେବ ଡଙ୍ଗରିଆଳନ୍ଧ ନିୟମଗିରି ପାହାଡ଼ର ସୁରକ୍ଷା ପାଇଁ ସଂଗ୍ରାମ କରୁଥିବା ପ୍ରଚାର ପତ୍ର ମାଧ୍ୟମରେ ସୂଚନା ଦେଇଛନ୍ତି। ଏ ସମ୍ପର୍କରେ ନିୟମଗିରି ସୁରକ୍ଷା ସମିତି ସଭାପତି ଲଦ ସିକକା କହିଛତି, ନିୟମରାଜ ପର୍ବ ଡଙ୍ଗରିଆକନ୍ଧ ଜନଜାତିଙ୍କ ଜୀବନ ଜୀବିକା ଓ ସଂସ୍କୃତି ସହ ଗଭୀର ଭାବେ ଜଡିତ । ଆଦିମ କାଳରୁ ପୂର୍ବ ପୁରୁଷମନେ ଏହି ପୂଜା କରିଆସୁଛନ୍ତି। ୨୦୦୬ ମସିହାରୁ ସେହି ପବିତ୍ର ସ୍ଥାନରେ ନୂତନ ମନ୍ଦିର ନିର୍ମାଣ କରି ପୂଜା କରାଯାଉଛି। ଭବିଷ୍ୟତ ପିଢ଼ି ମଧ୍ୟ ଏହି ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖ୍ ଜଳ, ଜଙ୍ଗଲ ଜମି ସୁରକ୍ଷା କରିବେ ବାଲି ସେ ଆଶା ବ୍ୟକ୍ତ କରିଛନ୍ତି । ନିୟମଗିରି ଅଞ୍ଚଳରେ ବର୍ଷକ ଅମଳ ପରେ ପ୍ରଥମ ଶସ୍ୟକୁ ପବିତ୍ର ଭାବେ ନିୟମରାଜଙ୍କୁ ଅର୍ପଣ କରାଯାଏ। ଏହା ମାଧ୍ୟମରେ ଜନଜାତି ଲୋକ ପ୍ରକୃତି ପ୍ରତି ନିଜ କୃତାଜ୍ଞତା ଓ ଆସ୍ଥାକୁ ପ୍ରକାଶ କରନ୍ତି। ପାହାଡ଼ିଆ ଗାଁ, ପାରମ୍ପରିକ ପୋଷାକ, ସରଳ ଜୀବନ ଶୈଳୀ ଓ ସାମୂହିକ ପୂଜା ଏସବୁ ମିଶି ନିୟମଗିରିର ନିୟମରାଜ ପର୍ବକୁ ଏକ ଅନନ୍ୟ ମହତ୍ତ୍ବ ଦେଇଛି। ପ୍ରକୃତି ସହ ଏକାତ୍ମ ହୋଇ ବଞ୍ଚୁଥିବା ଡଙ୍ଗରିଆ ଜନଜାତିଙ୍କ ଜୀବନ ଆଜି ମଧ୍ୟ ସମାଜ ପାଇଁ ଏକ ଅଲଗା ଶିକ୍ଷା ଦିଏ । ପ୍ରତିବର୍ଷ ଭିନ୍ନ ଭିନ୍ନ ସ୍ଥାନରେ ନିୟମରାଜା ପର୍ବ ପାଳନ କରାଯାଏ। ଏ ବର୍ଷ କଳାହାଣ୍ଡି ଜିଲ୍ଲା ଧାଙ୍ଗଡାଭଟାଠାରେ ପାଳନ ହେଉଛି। ଏଥିରେ ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାର ଆଦିମ ଜନଜାତି ଡଙ୍ଗରିଆକନ୍ଧ ସାମିଲ ହୋଇଛନ୍ତି।

 

*ଲାଞ୍ଜିଗଡ଼ ରୁ ପୁରନ୍ଦର ଦଣ୍ଡସେନା ଙ୍କ ରିପୋର୍ଟ ନିଉଜ୍ ଉପାନ୍ତ ଖବର*