ଆଜି ସୋରଡ଼ା ନିର୍ବାଚନ ମଣ୍ଡଳୀ ସୋରଡ଼ା ବ୍ଲକ ଅନ୍ତର୍ଗତ ବଡ଼ଗଡ଼ ଗ୍ରାମପଞ୍ଚାୟତର କଳିଙ୍ଗ ବୈଶ୍ୟ ଭବନ ଠାରେ ଆୟୋଜିତ ପଣ୍ଡିତ
ଆଜି ସୋରଡ଼ା ନିର୍ବାଚନ ମଣ୍ଡଳୀ ସୋରଡ଼ା ବ୍ଲକ ଅନ୍ତର୍ଗତ ବଡ଼ଗଡ଼ ଗ୍ରାମପଞ୍ଚାୟତର କଳିଙ୍ଗ ବୈଶ୍ୟ ଭବନ ଠାରେ ଆୟୋଜିତ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ଜିଲ୍ଲା ଯୋଜନା ବୈଠକରେ ମାନ୍ୟବର ସୋରଡ଼ା ବିଧାୟକ ଶ୍ରୀ ନୀଳମଣି ବିଷୋୟୀ ଯୋଗଦେଲେ |
ଏହି ଅଭିଯାନ ଆମ ଦଳର ସାଂଗଠନିକ ଶକ୍ତିକୁ ତୃଣମୂଳ ସ୍ତରରୁ ସୁଦୃଢ଼ ଏବଂ ଶକ୍ତିଶାଳୀ କରିବା ଦିଗରେ ଏକ ମହତ୍ୱପୂର୍ଣ୍ଣ ପ୍ରୟାସ,ଯାହା ଆଗାମୀ ଦିନରେ ଭାରତୀୟ ଜନତା ପାର୍ଟିର ଆଦର୍ଶ ଓ ନୀତିକୁ ଘରେ ଘରେ ପହଞ୍ଚାଇବ ।
ଏହି ଅବସରରେ ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ର ଲୋକ ପ୍ରିୟ ବିଧାୟକ ଶ୍ରୀ ପ୍ରଦ୍ୟୁମ୍ନ କୁମାର ନାୟକ,ରାଜ୍ୟ ସାଧାରଣ ସମ୍ପାଦକ ତଥା ଗଞ୍ଜାମ ଜିଲ୍ଲା ପ୍ରଭାରୀ ଶ୍ରୀ ସାରଦା ପ୍ରସାଦ ସତପଥୀ,ଜିଲ୍ଲା ପଦାଧିକାରୀଗଣ, ଜିଲ୍ଲା ସଭାପତି ଶ୍ରୀ ନୀଳମାଧଵ ପାତ୍ରଙ୍କ ସହ ଜିଲ୍ଲାର ସମସ୍ତ ମଣ୍ଡଳ ସଭାପତି ଉପସ୍ଥିତ ଥିଲେ |ସୋରଡ଼ା ରୁ ସଞ୍ଜୟ କୁମାର ସେଠୀଙ୍କ ରିପୋର୍ଟ
