March 7, 2026

କବି ବିପିନ୍ ନାୟକ ପାଠକ ମଞ୍ଚର ସାରସ୍ୱତ ସମାରୋହ : ଦୁଇଟି ଅନୁବାଦ ପୁସ୍ତକ ଲୋକାର୍ପିତ

IMG-20260301-WA0025
Share

 

 

​ବ୍ରହ୍ମପୁର, ୧/୩: ସ୍ଥାନୀୟ ବାବାଜୀତୋଟା ସାହିସ୍ଥିତ ଜେ.ବି. ପ୍ରାଙ୍ଗଣ ସମ୍ମିଳନୀ କକ୍ଷଠାରେ ‘କବି ବିପିନ୍ ନାୟକ ପାଠକମଞ୍ଚ’ ଆନୁକୂଲ୍ୟରେ ଏକ ଭବ୍ୟ ସାରସ୍ୱତ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କବି ବିପିନ୍ ନାୟକ, କେ. ଶ୍ୟାମବାବୁ ଦୋରା ଓ ବସନ୍ତ ବେହେରାଙ୍କ ମିଳିତ ଅନୁବାଦ ପୁସ୍ତକ ‘ଦେଶ ଦେଶାନ୍ତର’ ଏବଂ କବି କେ. ଶ୍ୟାମବାବୁ ଦୋରାଙ୍କ ଓଡ଼ିଆ କବିତାର ହିନ୍ଦୀ ଅନୂଦିତ ପୁସ୍ତକ ‘ଏକ୍ ତିତଲୀ କମ୍ ହୈ’ ଲୋକାର୍ପିତ ହୋଇଥିଲା। ପୁସ୍ତକଟିକୁ ଅନୁବାଦ କରିଛନ୍ତି ବିଶିଷ୍ଟ ଅନୁବାଦକ ରାଧୁ ମିଶ୍ର। ​ଇଂ. ଯାମିନୀକାନ୍ତ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପ୍ରଫେସର ଇ. ରାଜା ରାଓ ଯୋଗଦେଇ ଅନୁବାଦ ସାହିତ୍ୟ ବିଭିନ୍ନ ଭାଷା ଓ ସଂସ୍କୃତି ମଧ୍ୟରେ ସେତୁ ସଦୃଶ କାର୍ଯ୍ୟ କରିଥାଏ ବୋଲି କହିଥିଲେ । ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ କବି ବିପିନ୍ ନାୟକ ପୁସ୍ତକ ଦ୍ୱୟର ସାରବତ୍ତା ସହ ଅନୁବାଦ କଳାର ସୂକ୍ଷ୍ମ ଦିଗ ଉପରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଓଡିଆ ବିଭାଗ ମୁଖ୍ଯ ଡ. ଉଷାରାଣୀ ରଥ, ଆଦିତ୍ଯ ଭାରତ ପ୍ରକାଶନୀର ମୁଖ୍ଯ ଦେବାଶିଷ ସାମନ୍ତରାୟ ଓ ବ୍ରହ୍ମପୁର ମହାନଗର ନିଗମ ଉପାୟୁକ୍ତ କଲ୍ୟାଣୀ ସଂଘମିତ୍ରା ଯୋଗଦେଇଥିଲେ । ​ଏହି ସାରସ୍ୱତ ଆଲୋଚନାରେ କବି ମନୋରଞ୍ଜନ ପାଣିଗ୍ରାହୀ ଓ ବସନ୍ତ ବେହେରା ପୁସ୍ତକ ସମ୍ପର୍କରେ ନିଜ ନିଜର ସୁଚିନ୍ତିତ ମତାମତ ରଖିଥିଲେ। ଉତ୍ସବରେ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ କଥାକାର ଭବାନୀ ପଟ୍ଟଯୋଷୀ, ଡ. ଅମୂଲ୍ୟ କୁମାର ତ୍ରିପାଠୀ, ଗଙ୍ଗାଧର ବେହେରା, ମିନତି ପଟ୍ଟନାୟକ, ଅନୁପ କୁମାର ମିଶ୍ର, ଡ. ହ୍ରୁଷୀକେଶ ପଣ୍ଡା, ସୁଶାନ୍ତ କର, ଡ. ବିଭୂତି ଭୂଷଣ ଚୌଧୁରୀ, ଅଞ୍ଜଳି ଦାଶ, ଭାଗ୍ଯଲକ୍ଷ୍ମୀ ମହାରଣା, ଶର୍ମିଷ୍ଠା ପାଣିଗ୍ରାହୀ, ସୁଜାତା ମହାପାତ୍ର, ଶୁଭସ୍ମିତା ତ୍ରିପାଠୀ, ଅସୀମ ପାତ୍ର, ଡ. ମନୋରଞ୍ଜନ ବିଷୋୟୀ, ଚିନ୍ମୟ ରଞ୍ଜନ ମିଶ୍ରଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଓ ସାହିତ୍ୟ ଅନୁରାଗୀ ଯୋଗ ଦେଇଥିଲେ। ଯୋଗେଶ୍ୱର ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।