ଅବକାରୀ ବିଭାଗ ଦ୍ୱାରା ମଦ ପୋଚ ଓ ମଦ ଜବତ

ଭବାନୀପାଟଣା (ଧୀରଜ ଆଚାର୍ଯ୍ୟ ) ଗତକାଲି କଳାହାଣ୍ଡି ଜିଲ୍ଲା, ଧର୍ମଗଡ଼ ଅବକାରୀ ବିଭାଗ ଦ୍ୱାରା, ଜୟପାଟଣା ଥାନା ଅନ୍ତର୍ଗତ ବଡକର୍ଲାକୋଟ ପଂଚାୟତ ଅନ୍ତର୍ଗତ ତୁମରିଖୋଲ ଜଙ୍ଗଲ ମଧ୍ୟରେ ଚୋରାରେ ଦେଶି ମଦ ତିଆରି ନେଇ ବିଶ୍ୱସ୍ଥ ସୂତ୍ରରୁ ଖବର ପାଇ ଧର୍ମଗଡ଼ ରେଞ୍ଜ ଇନିସ୍ପେକଟର ଶ୍ରୀ ଅରୁଣ କୁମାର ଯୋଶୀଙ୍କ ନେତୃତ୍ୱରେ, ଧର୍ମଗଡ଼ ଅବକାରୀ ଅଧିକାରୀ ଶ୍ରୀ ସୁରେଶଚନ୍ଦ୍ର ଭୋଇ, ପ୍ରତିମା ବେହେରା, କୋକସରା ଅବକାରୀ ଅଧିକାରୀ ଶ୍ରୀ ଗୁପ୍ତେଶ୍ୱର ପଟେଲ ତଥା କନଷ୍ଟେବଳ ବଳଭଦ୍ର ପାତ୍ର, ନିରଞ୍ଜନ ବେହେରା, ସୁବଳ ମାଝୀ, କିର୍ତ୍ତୀ ଜେନା, ରବି ନାଗ, ଯଶୋବନ୍ତ ନାଗ, କରନ ବାଗ, ଭଜମନ ପଟେଲ, ମହାଦେବ ମାଝୀ, ଅରୁଣାକ୍ଷ୍ୟ ଧଙ୍ଗଡ଼ାମାଝୀ ପ୍ରମୁଖ ସଦଳବଳେ ଚଢ଼ାଉ କରିଥିଲେ। ଏହି ଚଢ଼ାଉଟି ସମଗ୍ର ଜଙ୍ଗଲରେ ସନ୍ଧ୍ୟା ପ୍ରାୟ ପାଞ୍ଚଟା ପର୍ଯ୍ୟନ୍ତ ଚାଲିଥିବାବେଳେ ପ୍ରାୟ ସାତ ହଜାର କେ. ଜି ମଦ ପୋଚ ଜବତ କରିବା ସହ ପ୍ରାୟ ଦୁଇଶହ ଲିଟର ରନ୍ଧାମଦ ଜବତ କରିଥିଲେ। ଏଥିସହ ଏହି ମଦ ପୋଚ ଓ ମଦଗୁଡିକୁ ଅବକାରୀ ବିଭାଗ ଦ୍ୱାରା ନଷ୍ଟ କରାଯାଇଥିବାବେଳେ, ଏଥିପାଇଁ ବ୍ୟବହୃତ ହୋଇଥିବା ପ୍ଳାଷ୍ଟିକ ଡ୍ରମ ଗୁଡିକୁ ପୋଡି ଦିଆଯାଇଥିବାବେଳେ, ଏନେଇ ବର୍ତମାନ ପର୍ଯ୍ୟନ୍ତ କୌଣସି ବ୍ୟକ୍ତି ଗିରଫ ହୋଇନାହାନ୍ତି।
