ଆଜିର ଖବର…
୧-ସରପ୍ରାଇଜ ଦେଲେ ନବୀନ । ରାଜ୍ୟସଭା ପାଇଁ ଡ.ସଂତୃପ୍ତ ମିଶ୍ର ଓ ଡାକ୍ତର ଦତ୍ତେଶ୍ବର ହୋତାଙ୍କ ନାଁ ଘୋଷଣା କଲେ ବିଜେଡି ସୁପ୍ରିମୋ।
୨-କୋଣାର୍କ: ଆଜିଠୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ଖୋଲା ରହିବ କୋଣାର୍କ ସୂର୍ଯ୍ୟ ମନ୍ଦିର।
୩-ଠିକାଦାରଙ୍କ ଆନ୍ଦୋଳନ: ରାଜ୍ୟରେ ୪୬୦୦ କୋଟିର ନିର୍ମାଣ କାର୍ଯ୍ୟ ଠପ୍।
୪-ଭୁବନେଶ୍ୱର:ଦଳ ବିରୋଧୀ ଆଚରଣ ପଡ଼ିଲା ମହଙ୍ଗା, ପ୍ରଭାତ ବିଶ୍ଵାଳ ବିଜେଡିରୁ ବହିଷ୍କୃତ।
୫-ଘଟଗାଁ: ଚନ୍ଦ୍ର ଗ୍ରହଣ ପାଇଁ ମଙ୍ଗଳବାର ଦିନ ବନ୍ଦ ରହିବ ତାରିଣୀ ମନ୍ଦିର।
୬-ଡେଲାଙ୍ଗ, ରାଧାକାନ୍ତ ବିଦ୍ୟାପୀଠ:ଜଣ୍ଡିସ ରୋଗରେ ଆକ୍ରାନ୍ତ ୧୭ ଜଣ ଛାତ୍ରଛାତ୍ରୀ, ଭୟଭୀତ ଗ୍ରାମବାସୀ।
୭-ତାଉ ଦେଖାଇଲାଣି ଖରା। ରାଜ୍ୟରେ ବଢୁଛି ତାପମାତ୍ରା। ରାଜ୍ୟରେ ଶୁଖିଲା ପାଗ, ବଢ଼ିପାରେ ଖରା ପ୍ରକୋପ। ତାପମାତ୍ରା ୨-୩ ଡିଗ୍ରୀ ସେଲସିୟସ୍ ବୃଦ୍ଧି ସମ୍ଭାବନା।
୮-ଭୁବନେଶ୍ୱର:୨୧୧୬୨ ବେନାମୀ ବ୍ୟାଙ୍କ ଆକାଉଣ୍ଟ ଜବତ,୨୭୩ ଜଣ ଗିରଫ।
୯-ନିଶାଦ୍ରବ୍ୟ ବିରୋଧରେ କନ୍ଧମାଳ ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ; ଦୁଇ ଦିନରେ ୩୦ କୋଟିରୁ ଅଧିକ ଗଞ୍ଜେଇ ଜବତ।
୧୦-ପୁରୀ:ସନ୍ଧ୍ୟାରେ ଲାଗି ହେଲା ମଧ୍ୟାହ୍ନ ଧୂପ, ୪ ଘଣ୍ଟା ବିଳମ୍ବରେ ବାହାରିଲା ମହାପ୍ରସାଦ।ଶ୍ରଦ୍ଧାଳୁଙ୍କ ମନରେ ତୀବ୍ର ଅସନ୍ତୋଷ।
୧୧-ପାରାଦ୍ବୀପ ତାରିଣୀଗଡା ଯୁବତୀ ମୃତ୍ୟୁ ଘଟଣା : ପ୍ରେମିକ ସୋମନାଥ ଓଝା ଓ ଅଭିଯୁକ୍ତ ଶୁଭମ୍ ସିଂକୁ ଗିରଫ ପରେ କୋର୍ଟ ଚାଲାଣ କଲା ପୋଲିସ।
୧୨-କଙ୍କଡ଼ାହାଡ଼ ବ୍ଲକ:ବାଟବଣା ଡିଜିଟାଲ୍ ଇଣ୍ଡିଆ ! ଦୁର୍ଗମ ଅଞ୍ଚଳରେ ମିଳୁନି ମୋବାଇଲ ସେବା, ଗଛ ଚଢ଼ିଲେ ଆସୁଛି ନେଟ୍ୱର୍କ।
୧୩-ଇଣ୍ଡିଆନ୍ ଆଇଡଲ୍ ୧୬ର ଟପ୍ ଟେନରେ କିଟ୍ ଛାତ୍ରୀ ଜ୍ୟୋତିର୍ମୟୀ ନାୟକ, ଗାୟିକାଙ୍କୁ ଶୁଭେଚ୍ଛା ଜଣାଇଲେ ଡ. ଅଚ୍ୟୁତ ସାମନ୍ତ।
୧୪-କାକିନାଡ଼ା ଜିଲ୍ଲା, ଆନ୍ଧ୍ର:ବାଣ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ, ବିଛୁଡ଼ି ହୋଇପଡ଼ିଲା ମୃତ ଦେହ, ୧୮ ମୃତ।
୧୫-ରୋମାଞ୍ଚକର ମୋଡ଼ରେ T-20 ବିଶ୍ବକପ୍ ଲଢ଼େଇ। ଆଜି ସୁପର-8ରେ ଭାରତ-ୱେଷ୍ଟଇଣ୍ଡିଜ ଲଢ଼େଇ, ମ୍ୟାଚ୍ ଜିତି ସେମିଫାଇନାଲ୍ ଯିବା ଗୁରୁତ୍ବପୂର୍ଣ୍ଣ।
୧୬-ନୂଆ ଦିଲ୍ଲୀ:୬୭ ବର୍ଷ ପରେ ରଣଜୀ ଟ୍ରଫି ଜିତିଲା ଜମ୍ମୁ କାଶ୍ମୀର।
୧୭-ବିଶ୍ୱକପରୁ ବିଦା ହେଲା ପାକିସ୍ତାନ, ହାଇସ୍କୋରିଂ ମ୍ୟାଚରେ ଶ୍ରୀଲଙ୍କାକୁ ୫ ରନରେ ହରାଇଲା।
୧୮-ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟର ଦୁଇ ଦେଶ ଇରାନ ଏବଂ ଇସ୍ରାଏଲ୍ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ପାଇଁ ଏୟାର ଇଣ୍ଡିଆର ତାର ସମସ୍ତ ଉଡ଼ାଣକୁ ବାତିଲ କରିଛି ।
୧୯-କେଜରିୱାଲ ୧୨୬ ଓ ସିସୋଦିଆ ୫୦୩ ଦିନ ଥିଲେ ଜେଲରେ, କପିଲ ଶିବଲ ପଚାରିଲେ ଏଥି ପାଇଁ କିଏ ହେବେ ଦାୟୀ?
୨୦-ଇରାନ ଉପରେ ଇସ୍ରାଏଲ, ଆମେରିକାର ମିଳିତ ଆକ୍ରମଣ, ଜଳୁଛି ତେହେରାନ।
୨୧-ହମଲାର ଉଦ୍ଦେଶ୍ୟ ‘ସ୍ଵାଧୀନତା’, ଇରାନ ଉପରେ ୟୁଏସ-ଇସ୍ରାଏଲରେ ଆକ୍ରମଣ ପରେ ଟ୍ରମ୍ପଙ୍କ ବଡ଼ ବୟାନ।
🙏 *ସୁପ୍ରଭାତ* 🙏
