ଆଦର୍ଶ ଶିକ୍ଷୟିତ୍ରୀ ଶ୍ରୀମତୀ ସବିତା ଦାଶ ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ l

ତିର୍ତ୍ତୋଲ
ମାନବ ଜୀଵନ ନୁହଇଁ କେବଳ ବର୍ଷ ମାସ ଦିନ ଦଣ୍ଡ, କର୍ମେ ଜୀଏଁ ନର କର୍ମ ଏକା ତାର ଜୀବନର ମାନଦଣ୍ଡ l ବାସ୍ତବରେ କର୍ମ ହିଁ ମାନବ ଜୀବନକୁ ଆଦର୍ଶ କରି ଗଢି ତୋଳିଥାଏ l ଆମେ ଏଠି ସେହିପରି ଜଣେ କର୍ମନିଷ୍ଠ ଆଦର୍ଶ ଶିକ୍ଷୟିତ୍ରୀ ଶ୍ରୀମତୀ ସବିତା ଦାଶଙ୍କ ବିଷୟରେ ଅବଗତ କରାଉଛୁ l ଯିଏ କି ଜୀବନର ସର୍ବୋତ୍ତମ ସମୟ ଛାତ୍ରଛାତ୍ରୀ ଙ୍କୁ ଶିକ୍ଷାଦାନରେ ବିତେଇଥିଲେ l ତାଙ୍କର ଅବସର କାଳୀନ ସମ୍ବର୍ଦ୍ଦନା ସମାରୋହ ତିର୍ତ୍ତୋଲ ଶିକ୍ଷାମଣ୍ଡଳ ଅଧିନସ୍ତ ତେରତାଙ୍ଗ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆଡମ୍ବରପୂର୍ଣ୍ଣ ଭାବେ ଆୟୋଜିତ ହୋଇଯାଇଛି l ଏହି ଉପଲକ୍ଷେ ଅନୁଷ୍ଠିତ ବିଦାୟୀ କାଳୀନ ସଭାରେ ସଭାପତିତ୍ୱ କରିଥିଲେ, ପ୍ରାକ୍ତନ ପ୍ରଧାନ ଶିକ୍ଷକ ତଥା ଝଙ୍କଡ଼ ସାହିତ୍ୟ ସଂସଦ ର କୋଷାଧ୍ୟକ୍ଷ ଝୁଲରାମ ଦାସ l
ମୁଖ୍ୟ ଅତିଥି ଭାବେ ବାଲିକୁଦା ର ପ୍ରାକ୍ତନ ମଣ୍ଡଳ ଶିକ୍ଷାଧିକାରୀ ବାଇଧର ତ୍ରିପାଠୀ ଯୋଗଦେଇଥିବା ବେଳେ,
ବିଶିଷ୍ଟ ଅତିଥି ଥିଲେ, ତିର୍ତ୍ତୋଲର ଅତିରିକ୍ତ ମଣ୍ଡଳ ଶିକ୍ଷାଧିକାରୀ ଶ୍ରୀମତୀ ବିଷ୍ନୁପ୍ରିୟା ଦେବୀ l
ମୁଖ୍ୟ ବକ୍ତା ଭାବେ ମଞ୍ଚ ମଣ୍ଡନ କରିଥିଲେ, ନିଖିଳ ଉତ୍କଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ ର ସମ୍ପାଦକ ସୁରେନ୍ଦ୍ର କୁମାର ମହାପାତ୍ର ଏବଂ ସମ୍ମାନନୀୟ ଅତିଥି ଥିଲେ, ପ୍ରାକ୍ତନ ପ୍ରଧାନଶିକ୍ଷକ ସମରେନ୍ଦ୍ର ସାହୁ, ପ୍ରଧାନ ଶିକ୍ଷକ ବିଜୟ କୁମାର ସ୍ବାଇଁ, ବିରିଡି ବ୍ଲକ ର ପ୍ରାକ୍ତନ ଅତିରିକ୍ତ ମଣ୍ଡଳ ଶିକ୍ଷାଧିକାରୀ ରାମଚନ୍ଦ୍ର ସ୍ୱାଇଁ, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଜ୍ୟୋତି ରଞ୍ଜନ ମହାନ୍ତି,ତିର୍ତ୍ତୋଲ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ ସଭାପତି ବାବୁଲି ସ୍ୱାଇଁ,
ବିଦ୍ୟାଳୟ ପରିଚାଳନା କମିଟି ଚେୟାରମେନ ପ୍ରଫୁଲ୍ଲ କୁମାର ସାହୁ l
ପ୍ରଧାନ ଶିକ୍ଷୟତ୍ରୀ କଳ୍ପନା ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ
ଅତିଥି ପରିଚୟ ଦେଇଥିଲେ ବରିଷ୍ଠ ଶିକ୍ଷକ ଛଚିନ୍ଦ୍ର କୁମାର ସାହୁ l ଏହି ସମସ୍ତ ପରିଚାଳନା କ୍ଷେତ୍ରରେ ସକ୍ରିୟ
ସହଯୋଗ କରିଥିଲେ,ଶିକ୍ଷକ ଶିକ୍ଷୟିତ୍ରୀ ରଞ୍ଜିତ କୁମାର ମହାପାତ୍ର, ମୋନାଲିସା ପ୍ରଧାନ, ଭାସ୍କର ଚନ୍ଦ୍ର ସେଠୀ ସମେତ କ୍ଲଷ୍ଟର ଅଧିନ ବିଦ୍ୟାଳୟ ଶିକ୍ଷକ ଶିକ୍ଷୟିତ୍ରୀ ଓ ବିଦ୍ୟାଳୟ ପରିଚାଳନା କମିଟି ସଭ୍ୟ ସଭ୍ୟା ମାନେ l ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଚିତ୍ତରଞ୍ଜନ ଦାସ l ଏହି ସମ୍ବର୍ଦ୍ଦନା ସଭାରେ ଶ୍ରୀମତୀ ଦାଶଙ୍କୁ ବିଦ୍ୟାଳୟ ତରଫରୁ ଉପଢୌକନ, ମାନପତ୍ର, ପୁଷ୍ପଗୁଛ ଦିଆଯାଇ ସମ୍ବର୍ଦ୍ଦନା କରାଯାଇ ଥିବା ବେଳେ, ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ଓ ଯେଉଁ ସବୁ ବିଦ୍ୟାଳୟ ମାନଙ୍କରେ କାର୍ଯ୍ୟଭାର ତୁଲାଇ ଆସିଥିଲେ, ସେହି ସମସ୍ତ ବିଦ୍ୟାଳୟ ର ଶିକ୍ଷୟିତ୍ରୀ ଓ ସହଶିକ୍ଷକ ମାନେ ଉପହାର ମାନ ପ୍ରଦାନ କରି ସମ୍ବର୍ଦ୍ଦିତ କରିଥବାର ଦେଖିବାକୁ ମିଳିଥିଲା l ତେରତାଙ୍ଗ ବିଦ୍ୟାଳୟ ର କୁନିକୁନି ଛାତ୍ରଛାତ୍ରୀ ଙ୍କ ଦ୍ୱାରା ମନମୁଗ୍ଧକର ନୃତ୍ୟ ବିଦାୟୀ ଶିକ୍ଷୟିତ୍ରୀ ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭାକୁ ରଙ୍ଗୀନ କରିଦେଇଥିଲା l
ତିର୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ ।