May 10, 2026

ହଳଦିଆ ରେ ଶ୍ରୀ ଜଗନ୍ନାଥ କଥାମୃତ ୪ର୍ଥ ବାର୍ଷିକ ମହୋତ୍ସବ l

IMG-20250301-WA0036
Share

 

ଜଗତସିଂହପୁର ତା ୦୧/୦୩/୨୦୨୫

 

ଜଗନ୍ନାଥ ସଂସ୍କୃତି ଆମ ସମାଜରେ ପବିତ୍ର ଭାଇଚାରା ବନ୍ଧନକୁ ସୁଦୃଢ଼ କରିବା ସହିତ , ସମସ୍ତଙ୍କୁ ଏକତା ସୁତ୍ର ରେ ବାନ୍ଧି ରଖିବା ପାଇଁ ମାର୍ଗ ଦର୍ଶନ ଦେଇଥାଏ । ସେଥିପାଇଁ ଆଜି ସମଗ୍ର ବିଶ୍ୱର ୪୨ ଟି ଦେଶରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ହୋଇସାରିଛି , ବୋଲି, ତିର୍ତ୍ତୋଲ ବ୍ଲକ ଅଧିନ ବୋଧେଇ ପଞ୍ଚାୟତ ଅନ୍ତର୍ଗତ ହଳଦିଆ ଗ୍ରାମର ୪ ର୍ଥ ବାର୍ଷିକ ତ୍ରିଦିବସୀୟ ଶ୍ରୀ ଜଗନ୍ନାଥ କଥାମୃତ ମହୋତ୍ସବର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ , ଶ୍ରୀ ଜଗନ୍ନାଥ ସଂସ୍କୃତି ର ରାଷ୍ଟ୍ରୀୟ ପ୍ରଚାରକ ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ ମତବ୍ୟକ୍ତ କରିଅଛନ୍ତି । ସେବକ ଗୋପାଳ ଚରଣ ଖଟୁଆ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବାବାଜୀ ସୀତାରାମ ଦାସ ମହାରାଜ, ସାନିଲ ମଠ ମହନ୍ତ ମଦନ ମୋହନ ଦାସ , ତୀର୍ଥମଠ ମହନ୍ତ ଭଗ୍ୟଧର ଦାସ ବାବାଜୀ ପଦ୍ମ ଚରଣ ଦାସ ଯୋଗଡେଇ ମଞ୍ଚମଣ୍ଡନ କରିଥଲେ, ସ୍ବତନ୍ତ୍ର ନିମନ୍ତ୍ରିତ ଅତିଥି ଭାବରେ ଡଃ ସୁନାକର ବେହେରା , ଗୁଜରାଟ ଅହମ୍ମଦl ବାଦ ରୁ ବିଜୟ ଦେଶାଇ ଓ ରଜନିସ ଚୌଧୁରୀ , ସାରଳା ସାହିତ୍ୟ ସଂସ୍କୃତି ଓ ମହିମା ପ୍ରଚାରକ ରମାକାନ୍ତ ରାଉଳ, ଦେବେନ୍ଦ୍ର ନାଥ ମହାନ୍ତି , ଯଶୋବନ୍ତ ରାଉତ, ଓ ଅନନ୍ତ ରାଉଳ ପ୍ରମୁଖ ଯୋଗଦେଇ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମହାମହିମା ଲୀଳା ଉପରେ ଆଲୋଚନା କରି ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ। ତେବେ ଏହି ସମସ୍ତ କାର୍ଯ୍ୟକ୍ରମକୁ ହୃଷୀକେଶ ମାହାଳୀ ଙ୍କ ସମେତ ସ୍ଥାନୀୟ ଅଞ୍ଚଳର ଅଧିବାସୀ ମାନେ,ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା।

 

ତିର୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ, ନିୟୁଜ ଉପାନ୍ତ ଖବର….।