March 10, 2026

ପ୍ରଧାନ ଶିକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

iyuo8y
Share

କୁକୁଡ଼ାଖଣ୍ତି ବ୍ଲକ ଅନ୍ତର୍ଗତ ବାଲିପଡା ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ଘାଟିପାରି ଉଚ୍ଚ ବିଦ୍ୟାଳୟର ପ୍ରଧାନ କିରଣ କୁମାର ମିଶ୍ରଙ୍କୁ ବିଦ୍ୟାଳୟ ତରଫରୁ ଏକ ବର୍ଣ୍ଣାଢ୍ଯ ଉତ୍ସବରେ ବିଦ୍ୟାଳୟର ସହକର୍ମୀ, ପୁରାତନ ଛାତ୍ର ସଂସଦର ସଦସ୍ଯ, ପୁରାତନ ବିଜ୍ଞାନ ଶିକ୍ଷକ ବନ୍ଧୁ ଓ ଗ୍ରାମ ବାସୀ ମାନଙ୍କ ତରଫରୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଉତ୍ସବରେ ବରିଷ୍ଠ ଶିକ୍ଷୟିତ୍ରୀ ଜ୍ୟୋତି କୁମାରୀ ପଣ୍ଡା ସଭପତିତ୍ବ କରିଥିବା ବେଳେ କୁକୁଡ଼ାଖଣ୍ଡି ଗୋଷ୍ଠି ଶିକ୍ଷା ଅଧିକାରୀ ନୃସିଂହ ଚରଣ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏଥିରେ ମୁଖ୍ୟବକ୍ତା ଭାବେ ପୂର୍ବତନ ବିଜ୍ଞାନ ନିରୀକ୍ଷକ ଗୋପାଳ କୃଷ୍ଣ ପାଢି ଓ ପ୍ରଧାନ ଶିକ୍ଷକ ରବିନ୍ଦ୍ର ନାଥ ଜେନା, ଉପେନ୍ଦ୍ର କୁମାର ପାଢି, ଗୋକୁଲ କୃଷ୍ଣ ପଣ୍ଡା, ଜଟେଶ୍ଵର କର, ବସନ୍ତ କୁମାର ସେଠି, ସ୍ତାନୀୟ ମହାବିଦ୍ୟାଳୟର ଅଧ୍ୟକ୍ଷ , ବ୍ରହ୍ମପୁର ସାଂସଦ ପ୍ରତିନିଧି ନିରଞ୍ଜନ ମହାନ୍ତି, ପୁରାତନ ଛାତ୍ର ସଂସଦର ସମ୍ପାଦକ ସଞ୍ଜୟ କୁମାର ପାଣିଗ୍ରାହୀ, ଏସ୍ ଏମ ସି ସଭାପତି ବାବୁଲା ସାହୁ, ଗ୍ରାମ୍ୟ ଉନ୍ନୟନ କମିଟିର ସଭାପତି ରବୀନ୍ଦ୍ରନାଥ ମହାନ୍ତି, ସମ୍ପାଦକ କୈଳାଶ ବିଶୋଇ, ସନ୍ତୋଷ କୁମାର ଗୌଡ, ସନ୍ତୋଷ କୁମାର ଶାବତଙ୍କ ସହିତ ,ସ୍କୁଲର ସମସ୍ତ ଛାତ୍ର ଛାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଚାରୀ ମାନଙ୍କ ସହିତ ବହୁ ମାନ୍ୟ ଗନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ପ୍ରଥମେ ଅତିଥି ମାନଙ୍କୁ ସ୍ଵାଗତ, ପରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାର ଗୁରୁ ପୂଜନ, ଓ ବିଦାୟ କାଳିନ ସଙ୍ଗୀତ ଗାନ କରାଯଇ କାର୍ଯ୍ୟାକ୍ରମ ଆରମ୍ଭ ହୋଇଥିଲା ଏହାପରେ ଛାତ୍ର ଛାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ ତଥା ଅତିଥି ମାନେ ଶ୍ରୀ ମିଶ୍ରଙ୍କ ଉଦ୍ୟମରେ ହୋଇଥିବା କାର୍ଯ୍ୟାକୁ ଅଭିଭାଷଣ ଦ୍ଵାରା ଶ୍ରୁତି ଚାରଣ କରିଥିଲେ ମିଶ୍ର ଙ୍କୁ ପୁଷ୍ପଗୁଚ୍ଛ ସହ ଉପଢୌକନ, ଦେଇ ସମ୍ମାନିତ କରାଯଇଥିଲା। ଏହା ପରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟତ୍ରୀ ଜ୍ୟୋତି କୁମାରୀ ପଣ୍ଡାଙ୍କ ମାନପତ୍ର ପାଠ କରି ଅତିଥି ମାନଙ୍କ ଦ୍ଵାରା ଶ୍ରୀ ମିଶ୍ରଙ୍କୁ ମାନପତ୍ର ସହ ବିଦ୍ୟାଳୟ, ପୁରାତନ ଛାତ୍ର ସଂସାଦ, ବିଜ୍ଞାନ ଫୋରମ ଶିକ୍ଷକ ବାନ୍ଦୁ, ଏସ୍ବ୍ ଏମ ସି, ଗ୍ରାମବାସୀ, ଛାତ୍ର ଛାତ୍ରୀ ମାନଙ୍କ ତରଫରୁ ବ୍ଲେଜର, ପାଟ ବସ୍ତ୍ର, ସ୍ପର୍ଶ ମୁଦ୍ରିକା ସହ ଜଗନ୍ନାଥ ପ୍ରତିମା, ଓ ବହୁ ମୂଲ୍ୟବାନ ଉପହାର ପ୍ରଦାନ କରାଯାଇଥିଲା ପ୍ରଧାନ ଶିକ୍ଷକଙ୍କ ଭାବ ବିହ୍ଵଳ ଦୁଇ ଚାରି ପଦ ଅଭିଭାଷଣରେ ସମସ୍ତ ଅତିଥି ତଥା ଛାତ୍ର ଛାତ୍ରୀଙ୍କ ନୟନ ଲୋତକ ପୂର୍ଣ୍ଣ ହୋଇ ଯାଇଥିଲା ପରିଶେଷରେ ଧନ୍ୟବାଦ ଅର୍ପଣ ପରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ତଥା ପୁରାତନ ଛାତ୍ର ସଂସଦର ସଭ୍ୟଗଣ ଓ ଗ୍ରାମ ବାସୀ ମାନେ ଏକ ସ୍ଵତନ୍ତ୍ର ଯାନ ଦ୍ଵାରା ପ୍ରଧାନ ଶିକ୍ଷକ ଶ୍ରୀ ମିଶ୍ର ଙ୍କୁ ବ୍ରହ୍ମପୁର ରେ ଥିବା ନିଜ ବାସଭବନରେ ସସନ୍ମାନେ ଛାଡି ଆସିଥିଲେ। କୁକୁଡ଼ାଖଣ୍ତି ରୁ ପି.କୃଷ୍ଣମୂର୍ତ୍ତିଙ୍କ ରିପୋର୍ଟ