ପୁରୀ ୟୁଥ ହଷ୍ଟେଲ ଠାରେ ଓଡିଶା ତାଜା ନ୍ୟୁଜର ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ପାରଳାଖେମୁଣ୍ଡି:୧/୨(ଗରୁଡ଼ ଧ୍ୱଜ ଚୌଧୁରୀ)ଡିଜିଟାଲ ମିଡିଆରେ ଚହଳ ସୃଷ୍ଟି କରିଥିବା ଭୁବନେଶ୍ବର ରୁ ପ୍ରକାଶିତ ଓଡିଶା ତାଜା ନ୍ୟୁଜ୍ ର ବାର୍ଷିକ ଉତ୍ସବ ଓ ବନ୍ଧୁମିଳନ ପାଇଁ ଏକ ପ୍ରସ୍ତୁତି ବୈଠକ ପୁରୀ ଚକ୍ରତୀର୍ଥ ରୋଡ ସ୍ଥିତ ୟୁଥ ହଷ୍ଟେଲ ଠାରେ ଶୁକ୍ରବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରସ୍ତୁତି ବୈଠକରେ ଅବିଭକ୍ତ ପୁରୀଜିଲ୍ଲାର ପ୍ରମୁଖ ସାମ୍ବାଦିକ ମାନେ ଯୋଗ ଦେଇଥିଲେ । ଏହି ବୈଠକରେ ଆଗକୁ ହେବାକୁ ଥିବା ଉତ୍ସବ କିପରି ସୁରୁଖୁରୁରେ ଅନୁଷ୍ଠିତ ହେବ ସେ ସଂପର୍କରେ ଆଲୋଚନା ହୋଇଥିଲା । ଆଗାମୀ ଉତ୍ସବରେ ୩୦ ଟି ଜିଲ୍ଲାରୁ ଆସିବାକୁ ଥିବା ସାମ୍ବାଦିକ ମାନଙ୍କୁ ପରିଚୟ ପତ୍ର ବଣ୍ଟନ କରାଯିବ । ଖୁବ ଶୀଘ୍ର ଭୁବନେଶ୍ବର ଠାରେ ଏହି ଉତ୍ସବ ଅନୁଷ୍ଠିତ ହେବ । ଓଡିଶା ତାଜା ନ୍ୟୁଜ୍ କୁ କିପରି ଲୋକପ୍ରିୟ କରାଯିବ, ବିଜ୍ଞାପନ ସଂଗ୍ରହ ଏବଂ ସଠିକ, ସତ୍ଯ, ନିର୍ଭୀକ ଓ ନିରପେକ୍ଷ ସମ୍ବାଦ ପରିବେଷଣ ଉପରେ ଆଲୋଚିତ ହୋଇଥିଲା । ଏହି ବୈଠକରେ ଓଡିଶା ତାଜା ନ୍ୟୁଜର ସମ୍ପାଦକ ଅଭିମନ୍ୟୁ ମହାରଣା, ଅତିରିକ୍ତ ସମ୍ପାଦକ ସୋନାଲି ମହାରଣା, ସାମ୍ୱାଦିକ ଇଫତେଖାର ଅଲ୍ଲୀ, ବିଜୟ କୁମାର ମିଶ୍ର, ତ୍ରିଲୋଚନ ସ୍ବାଇଁ, ବିନୋଦ କୁମାର ଭୋଇ, ନୟାଗଡ ରୁ ସାମ୍ବାଦିକ ରାମକୃଷ୍ଣ ରଥ ଏହି ବୈଠକ ରେ ଭିଡିଓ କନଫରେନସ ଜରିଆ ରେ ପ୍ରମୁଖ ଯୋଗ ଦେଇ ପ୍ରସ୍ତୁତି ବୈଠକର କୋର କମିଟି ଗଠନ କରିଥିଲେ । ଆଗାମୀ ଦିନରେ ଓଡିଶା ତାଜା ଖବର ଓଡିଶାରେ ଚହଳ ସୃଷ୍ଟି କରିବ ବୋଲି ଆଶାବ୍ୟକ୍ତ କରିଛନ୍ତି । ସୁଧାଂଶୁ ଶେଖର କର ଓ ରବିନାରାୟଣ ଜେନା ବୈଠକରେ ସହଯୋଗ କରିଥିଲେ । ଶେଷରେ ସମସ୍ତେ ମହାପ୍ରଭୁଙ୍କ ମହାପ୍ରସାଦ ସେବନ କରିଥିଲେ ।