March 6, 2025

ଉମରକୋଟ ଠାରେ ଭାଜପା ତରଫରୁ କଂଗ୍ରେସ ନେତ୍ରୀ ସୋନିଆଗାନ୍ଧୀ ଙ୍କ କୁଶପୁତ୍ତଳିକା ଦାହ………

Share

ଉମରକୋଟ:-(ଏମ୍.ଦିନ°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ଉମରକୋଟ ଠାରେ ଭାରତୀୟ ଜନତା ପାର୍ଟି ତରଫରୁ କଂଗ୍ରେସ ନେତ୍ରୀ ସୋନିଆଗାନ୍ଧୀ ଙ୍କ ବିରୋଧ ରେ ବିକ୍ଷୋଭ ପ୍ରଦର୍ଶନ ସହ କୁଶପୁତ୍ତଳିକା ଦାହ କରାଯାଇଛି ।

ଆଜି ପୁଣିଥରେ କଂଗ୍ରେସ ଦଳ ମହାମହିମ ରାଷ୍ଟ୍ରପତି ଙ୍କୁ ଅପମାନିତ କରିଛନ୍ତି । ସୋନିଆ ଗାନ୍ଧୀ ଙ୍କୁ ରାଷ୍ଟ୍ରପତି ଙ୍କ ପ୍ରଶ୍ନ କରାଯାଇଥିଲା ଏହାର ପ୍ରତ୍ୟୁତ୍ତର ରେ କଂଗ୍ରେସ ନେତ୍ରୀ ସୋନିଆଗାନ୍ଧୀ ମହାମହିମ ରାଷ୍ଟ୍ରପତି ଙ୍କୁ ଅପମାନିତ କରି କହିଥିଲେ ଯେ ‘ଗରିବ ମହିଳା ଥକିଗଲେ ‘ ଏଭଳି ମନ୍ତବ୍ୟ ଦେଇ ବିବାଦ ଘେରକୁ ଆସିଛନ୍ତି କଂଗ୍ରେସ ନେତ୍ରୀ ସୋନିଆଗାନ୍ଧୀ କେନ୍ଦ୍ର ରେ ବିଜେପି ର ସରକାର ହେବା ଠାରୁ କଂଗ୍ରେସ ପାର୍ଟି ଦେହ ଅସୁହା ହୋଇ ପଢିଛି । ବିଗତ ଦିନରେ ଅଧିରଂଜନ ଚୌଧୁରୀ ରାଷ୍ଟ୍ରପତି ଙ୍କୁ ରାଷ୍ଟ୍ରପତ୍ନି କହି ବିବାଦରେ ଆସିଥିଲେ। ୨୦୨୪ ସମ୍ବିଧାନ ଦିବସ ଚର୍ଚାରେ ରାହୁଲ ଗାନ୍ଧି ରାଷ୍ଟ୍ରପତି ଙ୍କୁ ସମ୍ମାନ ଦେଇ ନଥିଲେ । କିଛି ଦିନ ପୂର୍ବରୁ କଂଗ୍ରେସ ନେତା ଅଜୟ କୁମାର ଦୃପଦି ମୂର୍ମୁ ଆଦିବାସୀ ପ୍ରତିକ ହୋଇ ପାରିବେନି କହିଥିଲେ । ଏହି କଂଗ୍ରେସ ସଦା ସର୍ବଦା ଆଦିବାସୀ ବିରୋଧ ଓ ଗରିବଙ୍କୁ ବିରୋଧ କରିଆସୁଛି ।ବର୍ତ୍ତମାନ ସାରା ଦେଶରେ କେନ୍ଦ୍ର ନେତୃବୃନ୍ଦ ଙ୍କ ଠାରୁ ଧରି ଭାଜପାର ସାଧାରଣ କାର୍ଯ୍ୟକର୍ତା ପର୍ଯ୍ୟନ୍ତ ଏହାର ବିରୋଧ କରି କଂଗ୍ରେସ ନେତ୍ରୀ ସୋନିଆଗାନ୍ଧୀ କ୍ଷମା ମାଗନ୍ତୁ କହି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ।ଏହି ପରିପ୍ରେକ୍ଷୀରେ ଆଜି ଉମରକୋଟ ଭାରତୀୟ ଜନତା ପାର୍ଟି ତରଫରୁ ସମସ୍ତ କାର୍ଯ୍ୟକର୍ତା ପାର୍ଟି କାର୍ଯ୍ୟାଳୟ ଠାରୁ ନୂଆ ବସ୍ ଷ୍ଟାଣ୍ଡା ପର୍ଯ୍ୟନ୍ତ ଏକ ରେଲି ମାଧ୍ୟମରେ ବାହାରି ବସ୍ ଷ୍ଟାଣ୍ଡ ଠାରେ କଂଗ୍ରେସ ନେତ୍ରୀ ସୋନିଆଗାନ୍ଧୀ ଓ ରାହୁଲ ଗାନ୍ଧୀ ଙ୍କ କୁଶପୁତ୍ତଳିକା ଦାହ କରିଥିଲେ ।

ଏଥିରେ ସାମିଲ ଥିଲେ ଉମରକୋଟ ବିଧାୟକ ତଥା ଓଡିଶା ସରକାର ଙ୍କ କ୍ୟାବିନେଟ ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ, ରାଜ୍ୟ ସଂମ୍ପାଦକ ଶ୍ରୀ ଯୁକ୍ତ ରମେଶ ଚନ୍ଦ୍ର ସାହୁ, ଜିଲ୍ଲା ସାଧାରଣ ସମ୍ପାଦକ ଅଶୋକ କୁମାର ପାଢୀ, ଜିଲ୍ଲା ସାଧାରଣ ସମ୍ପାଦିକା ମନ୍ଦିରା ନାୟକ, ଜିଲ୍ଲା ଯୁବ ମୋର୍ଚା ଉପ ସଭାପତି ସତ୍ୟ ବେହେରା, ଜିଲ୍ଲା ଏସି ମୋର୍ଚା ଉପ ସଭାପତି ରମେଶ ଦାସ, ନଗର ସଭାପତି ଗୋପୀନାଥ ସାହୁ, ସାଧାରଣ ସମ୍ପାଦକ ପ୍ରଭାତ କୁମାର ନାୟକ, ଯୁବ ମୋର୍ଚା ସଭାପତି ବାଦଲ ପଟନାୟକ, ଯୁବ ନେତା ମିଲୁ ପଣ୍ଡା, ସନ୍ତୋଷ ଶର୍ମା, ସନ୍ତୋଷ ନାୟକ, ସୀତାରାମ ପାଣ୍ଡେ, ଅଭିରାମ ଦାସ, ରାମ ଗଣ୍ଡ, ପ୍ରଦୀପ ମିଶ୍ର, କେ ସି ଶତପଥୀ, ମୁନା ପାଣିଗ୍ରାହୀ, ଅଜୟ ପାଣି,ସଂକର୍ ଡାକୁଆ, ଶଂକର ମେସ୍ତ୍ରି, ଦିଲିପ ବିଶ୍ବାସ, ପ୍ରମୋଦ ନାୟକ, ମୁନା ସାହୁ,କୁର୍ମା ରାଓ, ରାମହରି, ଟିଙ୍କୁ, ଶ୍ରୀନୁ ଭାଇ ପ୍ରମୂଖ ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।