May 11, 2026

ପରମାଣପୁର ଧନୁ ଯାତ୍ରାର ସପ୍ତମ ସନ୍ଧ୍ୟାରେ ଭରପୁର ଦର୍ଶକଙ୍କ ଗହଣରେ ମଥୁରା ନଗର ଗଗନ ପବନ ପ୍ରକମ୍ପିତ ହୋଇଛି

IMG-20250201-WA0044
Share

   ପରମାଣପୁର ଧନୁ ଯାତ୍ରାର ସପ୍ତମ ସନ୍ଧ୍ୟାରେ ଭରପୁର ଦର୍ଶକଙ୍କ ଗହଣରେ ମଥୁରା ନଗର ଗଗନ ପବନ ପ୍ରକମ୍ପିତ ହୋଇଛି। ମହାରାଜା କଂସ ମହା ପ୍ରତାପ ସାଙ୍ଗକୁ ଓଡିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଦର୍ଶନ ବାଣୀ ପ୍ରତିଟି ହୃଦୟରେ ଚେତନାର ବାର୍ତ୍ତା ଦେଇଛି।

 

ଏହି ସନ୍ଧ୍ୟାରେ ଗୋପପୁରରେ ଶ୍ରୀକୃଷ୍ଣ ଜନ୍ମ ଓ ନନ୍ଦୋତ୍ସବ ଅନୁଷ୍ଠିତ ହୋଇଥିଲା | ମଥୁରା ନାଗରୀ ମହାରାଜ କଂସଙ୍କ ଦ୍ଵାରା ପ୍ରେରିତ ପୁତନାକୁ ଗୋପପୁରେ ଶ୍ରୀକୃଷ୍ଣ ବଧ କରିବା ଦୃଶ୍ୟ ହୃଦୟ ବିଦାରକ ଥିଲା।

 

ଏହି ନାଟ୍ୟ ଅଭିନୟରେ ବହୁ

ଦର୍ଶକ ତାଳି ମାରି କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ | ଶୁକ୍ରବାର କଂସ ଦରବାରରେ ରାଜକୀୟ ଅତିଥି ଭାବେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଯୋଗଦେଇ ଐତିହ୍ୟର ପରମ୍ପରାକୁ ଉଜ୍ଜୀବିତ କରିବାରେ ଏଭଳି ଆୟୋଜନକୁ ଉଚ୍ଚ ପ୍ରଶଂସା କରି ସାମାଜିକ ବିକାଶ ସହିତ ସ୍ଵଛତା ପ୍ରତିଟି ପ୍ରଜାଙ୍କ ମୂଳମନ୍ତ୍ର ହେବା ଉଚିତ ବୋଲି କହିଥିଲେ। ଏଥିରେ ରେଙ୍ଗାଲିର ପୁର୍ବତନ ବିଧାୟକ ନାଉରୀ ନାଏକ ମଧ୍ୟ୍ୟ ରାଜକୀୟ ଅତିଥି ଭାବେ ଯୋଗ ଦେଇଥିଲେ। ମନ୍ତ୍ରୀ ଶ୍ରୀ ପୂଜାରୀ ଓ ଶ୍ରୀ ନାଏକଙ୍କୁ ମହାରାଜା କଂସ ଧନୁଯାତ୍ରା କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରିଥିଲେ।

 

ସମ୍ବଲପୁର ପରମାଣପୁରରୁ ରାଜାରାମ ଷଡ଼ଙ୍ଗୀଙ୍କ ରିପୋର୍ଟ ଉପାନ୍ତ ଖବର