March 8, 2026

୨ ଦଫା ଦାବି ନେଇ ଅଗ୍ନିଶମ କର୍ମଚାରୀଙ୍କ କଳା ବ୍ଯାଜ ପରିଧାନ ….

jygtu
Share

ବୁଗୁଡ଼ା, ରାଜ୍ୟର ସମସ୍ତ ଅଗ୍ନିଶମ କର୍ମଚାରୀ ଦୁଇ ଦଫା ଦାବି ନେଇ କଳାବ୍ଯାଜ ପରିଧାନ ପୂର୍ବକ ଗତ ୧୧ ଡିସେମ୍ବର ୨୦୨୩ ତାରିଖ ଠାରୁ କାର୍ଯ୍ୟକରି ଆସୁଥିବା ବେଳେ ବୁଗୁଡ଼ା ଅଗ୍ନିଶମ ବିଭାଗର ୧୨ ଜଣ କର୍ମଚାରୀ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି । ପୋଲିସ ସହିତ ସମାନ ଦରମା ଓ ଭତ୍ତା ଏବଂ ଅଗ୍ନିଶମ କର୍ମଚାରୀ ସଂଘର ପଞ୍ଜୀକରଣ ଭଳି ଦୁଇ ଦଫା ଦାବି ନେଇ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଫାଇଭ-ଟି ଅଧ୍ଯକ୍ଷଙ୍କୁ ଲିଖିତ ଆକାରରେ ଅବଗତ କରିଥିଲେ ହେଁ କୌଣସି ସୁଫଳ ମିଳୁନଥିବାରୁ ଅଗ୍ନିଶମ ଅଧିକାରୀ ମାନେ ଏଭଳି ପନ୍ଥା ଆପଣାଇଛନ୍ତି ବୋଲି ପ୍ରକାଶ ପାଇଛି । ଅନ୍ଯ ପକ୍ଷରେ ଅଗ୍ନିଶମ କର୍ମଚାରୀ ମାନେ କଳାବ୍ଯାଜ ପରିଧାନ ସହ ଏକବେଳା ଖାଦ୍ଯ ଖାଇ କାର୍ଯ୍ୟରତ ଅଛନ୍ତି । ଯେତେ ଦିନ ପର୍ଯ୍ୟନ୍ତ ସରକାର ଉକ୍ତ ଦାବି ଦୁଇଟିକୁ ଗ୍ରହଣ ନ କରିବେ ସେତେ ଦିନ ପର୍ଯ୍ୟନ୍ତ ଅଗ୍ନିଶମ କର୍ମଚାରୀ ମାନେ ଏଭଳି କଳାବ୍ଯାଜ ପରିଧାନ ପୂର୍ବକ ଏକବେଳା ଖାଦ୍ଯ ଖାଇ କାର୍ଯ୍ୟ କରିବେ ଏବଂ ଆଗାମୀ ଦିନରେ ଏହି ଆନ୍ଦୋଳନ ତୀବ୍ରତର ହେବ ବୋଲି ପ୍ରକାଶ ପାଇଛି ।