November 5, 2026

ବାଗମୁଣ୍ଡା ଗ୍ରାମରେ ‘ଅନ୍ତୋଦୟ ନଗର’ ପ୍ରକଳ୍ପର ସମୀକ୍ଷା କଲେ ଜିଲ୍ଲାପାଳ

IMG-20261105-WA0031
Share

 

 

ଭବାନୀପାଟଣା (ଧୀରଜ ଆଚାର୍ଯ୍ୟ) କଳାହାଣ୍ଡି ଜିଲ୍ଲା, ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଲେତେର ପଞ୍ଚାୟତ ଅଧିନସ୍ଥ ବାଗମୁଣ୍ଡା ଠାରେ କଳାହାଣ୍ଡି ଜିଲ୍ଲାପାଳ ସଚିନ ପାୱାର ଗସ୍ତ କରି ସେଠାରେ ନିର୍ମାଣାଧୀନ ‘ଅନ୍ତୋଦୟ ନଗର’ ପ୍ରକଳ୍ପର ସମୀକ୍ଷା କରିଛନ୍ତି। କଳାହାଣ୍ଡି ଜିଲ୍ଲାପାଳ, ବ୍ଲକ ଅଧ୍ୟକ୍ଷ ଓ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ଆଗ୍ରହ ଓ ସହଯୋଗର ମନୋବୃତ୍ତି ଯୋଗୁଁ ଏହି ଗ୍ରାମରେ ବାସ କରୁଥିବା ତେର ଜଣ ନିରାଶ୍ରୟ ବିଧବା ମହିଳାଙ୍କ ଥଇଥାନ ନିମନ୍ତେ ରାଜ୍ୟ ସରକାରଙ୍କ ତରଫରୁ ଏକ ଏକର ଜମି ଯୋଗାଇ ଦିଆଯାଇଥିବା ବେଳେ, ବାସ ଗୃହ ସହ ନିରାଶ୍ରୟ ମହିଳାଙ୍କୁ ଅର୍ଥନୈତିକ ସୁରକ୍ଷା ପ୍ରଦାନ ସହ ସ୍ଥାୟୀ ଜୀବିକାର ସୁଯୋଗ ସୃଷ୍ଟି ସହ କିପରି ଭାବରେ ସାମାଜିକ ସ୍ତରରେ ସମ୍ମାନଜନକ ଜୀବନ ଧାରଣ କରିପାରିବେ, ଏହି ଲକ୍ଷ ନେଇ ‘ଅନ୍ତୋଦୟ ନଗର’ ପ୍ରକଳ୍ପ ଆରମ୍ଭ କରାଯାଇଛି। ଜିଲ୍ଲାପାଳଙ୍କ ତତ୍ତ୍ୱଅବଧାନରେ ଚାଲିଥିବା ଏହି ପ୍ରକଳ୍ପ ଅନ୍ତର୍ଭୁକ୍ତ ହିତାଧିକାରିଙ୍କୁ ଜିଲ୍ଲାପାଳ ସେମାନଙ୍କ ସୁବିଧା ଓ ଅସୁବିଧା ଗୁଡିକୁ ସିଧା ସଳଖ ଭାବରେ ପଚାରି ବୁଝିବା ସହ, ପ୍ରକଳ୍ପ ଅନ୍ତର୍ଭୁକ୍ତ ଗୃହ ନିର୍ମାଣ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ। ଜିଲ୍ଲାପାଳଙ୍କ ଏହି ଗସ୍ତ ସମୟରେ ଗୋଲାମୁଣ୍ଡା ବିଡ଼ିଓ ତ୍ରିପୁର ମହାନନ୍ଦ, ତହସିଲଦାର ଚନ୍ଦନ କୁମାର ନାଏକ, ପ୍ରକଳ୍ପ ନୋଡାଲ ଅଧିକାରୀ ଚିତ୍ତରଞ୍ଜନ ଜେନା, ଗ୍ରାମୀଣ ଗୃହ ଯୋଜନା ଜିଲ୍ଲା ଏପିଡି ଅମୁଲ୍ୟ ବାଉଳ, ଏଇଇ ମନୋରଞ୍ଜନ ମହାପାତ୍ର, ଏପିଓ କ୍ଷେତ୍ରମୋହନ ମାଝୀ, ପିଇଓ ଅଲେଖ ସା, ବିପିସି ମଧୁସୂଦନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

You may have missed