November 5, 2026

ବୋଲଗଡ଼ରେ ମଣ୍ଡଳସ୍ତରୀୟ ସୁରଭି ଅନୁଷ୍ଠିତ

IMG-20261104-WA0171
Share

 

ବୋଲଗଡ଼,୪/୧୧:(ଉପାନ୍ତ ଖବର) ବୋଲଗଡ଼ ମଣ୍ଡଳ ସ୍ତରୀୟ ସୁରଭି ବୁଧବାର ଦିନ ଧଳାପଥର କଳାପଥର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଅନୁଷ୍ଠିତ ହୋଇଯାଇଛି I ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ୱାଇଁ ଙ୍କ ପୌରୋହିତ ଓ ଶିକ୍ଷକ ସୁସ୍ମିକାନ୍ତ ନାୟକ ଙ୍କ ସଂଯୋଜନାରେ ହୋଇଥିବା ଉଦଘାଟାନୀ ଉତ୍ସବ ରେ ବରିଷ୍ଠ ଶିକ୍ଷାବିତ୍ତ ଧଳାପଥର ମୁଖ୍ୟ ଅତିଥି, ନୟାଗଡ଼ ସହ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଅମିତା ମିଶ୍ର ମୁଖ୍ୟ ବକ୍ତା, ବୋଲଗଡ଼ ସହ ଶିକ୍ଷା ଗୋଷ୍ଠୀ ଅଧିକାରୀ ଓ ମଣ୍ଡଳ ସଂଯୋଜକ କୈଳାସ ନାଥ ସ୍ୱାଇଁ ଏବଂ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ନିରଞ୍ଜନ ନାୟକ, ପ୍ରାକ୍ତନ ପ୍ରଧାନ ଶିକ୍ଷକ କ୍ଷେତ୍ର ମୋହନ ରଣା ବୋଲଗଡ଼ ଓଷ୍ଟା ସଭାପତି, ପ୍ରାକ୍ତନ ପ୍ରଧାନ ଶିକ୍ଷୟିତ୍ରୀ ରାଜାରାଣୀ ସାହୁ, ଉତ୍ସବ ର ସାଙ୍ଗଠନିକ ସମ୍ପାଦକ କୃଷ୍ଣଚନ୍ଦ୍ର ଦାସ, ପ୍ରାକ୍ତନ ଶିକ୍ଷକ ଜୟକୃଷ୍ଣ ଦାଶ, ଗେଡିଆପଲ୍ଲୀ ସି ଆର ସି ସି ପ୍ରକାଶ କୁମାର ମହାପାତ୍ର ସାନମାନିତା ଅତିଥିରୂପେ ଯୋଗ ଦେଇଥିଲେ। ଉଦଯାପନୀ ଉତ୍ସବରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ୱାଇଁ ଙ୍କ ପୌରୋହିତ ଓ ଶିକ୍ଷକ ପ୍ରଫୁଲ୍ଲ ସିଂହ ଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା I ଏଥିରେ ବେଗୁନିଆ ର ଜନପ୍ରିୟ ବିଧାୟକ ପ୍ରଦୀପ କୁମାର ସାହୁ ମୁଖ୍ୟ ଅତିଥି, ଆଧ୍ୟାତ୍ମିକ ପ୍ରବକ୍ତା ପୂର୍ଣଚନ୍ଦ୍ର ବେହେରା ମୁଖ୍ୟବକ୍ତା, ଧଳାପଥର ଗ୍ରାମ ପଂଚାୟତ ସରପଞ୍ଚ ନାରାୟଣ ସାହୁ, ସମିତି ସଭ୍ୟ ବିଜୟ କୁମାର ସୁବୁଦ୍ଧି, ବୋଲଗଡ଼ ଶୈକ୍ଷିକ ଉନ୍ନୟନ ପରିଷଦ ର ଉପଦେଷ୍ଟା ପଦ୍ମଚରଣ ବେହେରା, ଶିକ୍ଷକ ନେତା ଶୈଲେନ ପଟ୍ଟନାୟକ, ସମ୍ପୃକ୍ତ ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ସୁଶାନ୍ତ କୁମାର ସାହୁ, ପଞ୍ଚ ସଖା ଶିକ୍ଷା ସେତୁ ସଂଗଠନର ସଭାପତି ରମେଶ ରଞ୍ଜନ ସାହୁ, ସାଙ୍ଗଠନିକ ସମ୍ପାଦକ କୃଷ୍ଣଚନ୍ଦ୍ର ଦାସ ସଂମ୍ମାନିତ ଅତିଥି ରୂପେ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହିତ ବିଭିନ୍ନ ବିଭାଗରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ I ସମସ୍ତ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ମାନେ ଜିଲ୍ଲାସ୍ତରୀୟ ସୁରଭି ରେ ଅଂଶଗ୍ରହଣ କରିବେ। ପରିଶେଷରେ ଧନ୍ୟବାଦ ଅର୍ପଣ ପୂର୍ବକ ସଭାସାଙ୍ଗ କରାଯାଇଥିଲା I

 

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।