January 30, 2025

ତାଜୁଙ୍ଗିଆ ପଞ୍ଚାୟତ ରାସ୍ତା ନିର୍ମାଣ କାର୍ଯ୍ୟ ଅତି ନିମ୍ନ ମାନର

Share


ବ୍ରାହ୍ମଣୀଗାଁ ତା:୨୬/୦୬ କନ୍ଧମାଳ ଜିଲ୍ଲା, ଦାରିଙ୍ଗବାଡି ବ୍ଲକ ର ଅନେକ ଦୁର୍ଗମ ଅଞ୍ଚଳକୁ ରାସ୍ତା ସଂଯୋଗ କରିବା ପାଇଁ କୋଟି କୋଟି ଅର୍ଥ ବ୍ୟୟ ଅଟକଳ କରି ପ୍ରଧାନ ମନ୍ତ୍ରୀ ସଡ଼କ ନିର୍ମାଣ କରାଯାଉଛି, ହେଲେ ବିଭାଗୀୟ ଅଧିକାରୀ ମାନଙ୍କ ତଦାରଖ ର ଅଭାବ ହେତୁ ଠିକାଦାର ମାନେ ନିଜ ମନ ମୁତାବକ ନିମ୍ନ ମାନର ନିର୍ମାଣ କାର୍ଯ୍ୟ କରୁଥିବା ଦେଖିବାକୁ ମିଳୁଛି , ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ତାଜୁଙ୍ଗିଆ ପଞ୍ଚାୟତ ରେ, ସୂଚନା ଅନୁଯାୟୀ ତାଜୁଙ୍ଗିଆ ଦେଇ ଯାଇ ଥିବା ପ୍ରଧାନ ମନ୍ତ୍ରୀ ସଡ଼କ ଠାରୁ ପଞ୍ଚାୟତ କାର୍ଯ୍ୟାଳୟ କୁ ପ୍ରାୟ ୩୦୦ମିଟର ପିଚୁ ପଡ଼ିଥିବା ବେଳେ ତାହା ଅତି ନିମ୍ନ ମାନର କାର୍ଯ୍ୟ ହୋଇଥିବା ନେଇ ସ୍ଥାନୀୟ ବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି, ପ୍ରକାଶ ଥାଉକି ଏହି ଗ୍ରାମକୁ ଦିନେ ଭଲ ରାସ୍ତା ଖଣ୍ଡିଏ ନଥିଲା, ରାସ୍ତା ଖଣ୍ଡିଏ ପାଇବା ପାଇଁ ଅଞ୍ଚଳ ବାସୀ ଧାରଣା ରେ ବସି ରାସ୍ତା ରୋକ ମଧ୍ୟ କରିଥିଲେ, ଅଞ୍ଚଳ ବାସୀ ଙ୍କ ଦାବି କୁ ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ସରକାର ଗୁରୁତ୍ବ ଦେଇ ରାସ୍ତା ନିର୍ମାଣ ପାଇଁ ମଞ୍ଜୁରୀ ପ୍ରଦାନ କରିଥିଲେ,କାର୍ଯ୍ୟ ଆରମ୍ଭ ହେବାରୁ ଅଞ୍ଚଳ ବାସୀ ବେଶ ଖୁସି ଅନୁଭବ କରୁଥିଲେ, କିନ୍ତୁ କାମ ଦେଖିବା ବେଳକୁ ଓଲଟା, ଦୁର୍ଗମ ଅଞ୍ଚଳ ହୋଇଥିବା ରୁ ବିଭାଗୀୟ ଅଧିକାରୀ ମାନଙ୍କ ତଦାରଖ ର ଅବହେଳା ଯୋଗୁଁ ଠିକାଦାର ଲାଭଖୋର୍ ମନବୃତି ନେଇ ନିମ୍ନ ମାନର କାର୍ଯ୍ୟ କରୁଥିବା ଦେଖିବାକୁ ମିଳୁଛି, ଗୋଟିଏ ଦିନ ମଧ୍ୟରେ ରାସ୍ତା ର ପିଚୁ ଉଠିଯାଉଛି, ସଠିକ୍ ପ୍ରଣାଳୀ ରେ ରାସ୍ତା ନିର୍ମାଣ ହୋଇନଥିବା ନେଇ ଗ୍ରାମ ବାସୀ ମାନେ ମତବ୍ୟକ୍ତ କରିଛନ୍ତି। ଏଣୁ ଉକ୍ତ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ସାଧାରଣ ଜନତାଙ୍କ ବୃହତ ସ୍ବାର୍ଥ ଦୃଷ୍ଟିରୁ ସଠିକ୍ ଭାବରେ ରାସ୍ତା ନିର୍ମାଣ କାର୍ଯ୍ୟ କରିବାକୁ ରମେଶ ବେହେରା ମାଝୀ କୁଶ ବେହେରା ମାଝୀ ,ରାଜେସ ହାବଡା ,ପବନ ହାବୁଡା ,ଶର୍ମା ମଳିକ ସମେତ ସମସ୍ତ ଗ୍ରାମବାସୀ ଦାବୀ କରିଛନ୍ତି।(କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ରୁ ମନୋରଞ୍ଜନ ରଣା ଙ୍କ ରିପୋର୍ଟ)

You may have missed