November 4, 2026

Sr SES ପ୍ରଧାନ ଶିକ୍ଷକ ସଂଘ ର କର୍ମକର୍ତ୍ତା ନିର୍ବାଚନ.

IMG-20261104-WA0116
Share

Sr SES ପ୍ରଧାନ ଶିକ୍ଷକ ସଂଘ ର ସାଧାରଣ ବୈଠକ ସଦର ବ୍ଲକ ଅର୍ନ୍ତଗତ ସାରଦା ବିହାର ସରକାରୀ ଉଚ୍ଚ ବିଦ୍ୟାଳୟ ବାଲିଗୁଆଳି ପରିସରରେ ସଂଘର ସ୍ଥାୟୀ ସଭାପତି ଶ୍ରୀଯୁକ୍ତ ସୁବାଷ ଚନ୍ଦ୍ର ସାହୁଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ପୁରୀଜିଲ୍ଲାର ଏଗାର ଟି ବ୍ଲକ ରୁ ପ୍ରାୟ ଷାଠିଏ ଜଣ ପ୍ରଧାନଶିକ୍ଷକ ଯୋଗ ଦେଇଥିଲେ। ସଂଘର ଆଭିମୁଖ୍ଯ ଓ ଭବିଷ୍ୟତ ସମ୍ପର୍କ ରେ ଉପସଭାପତି ଶ୍ରୀ ଅଶୋକ କୁମାର ସେଠୀ ବିଷଦ ଭାବରେ ଆଲୋଚନା କରିଥିଲେ। ସଂଘର ପୂର୍ବତନ ସଂପାଦକ ଶିବପ୍ରସାଦ ମିଶ୍ର ଙ୍କ ଇସ୍ତଫା ପତ୍ର ଗ୍ରହଣ କରାଯାଇ ତାଙ୍କ ସ୍ଥାନରେ ସଦର ବ୍ଲକ ଅର୍ନ୍ତଗତ ଗୋପୀନାଥପୁର ଉନ୍ନିତ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ସୁରେନ୍ଦ୍ର କୁମାର ତରାଇ ଙ୍କୁ ନୂତନ ସଂପାଦକ ରୂପେ ନିର୍ବାଚିତ କରାଯାଇଥିଲା। ତତ଼ସହିତ ରମାକାନ୍ତ ଓଝା ଙ୍କୁ ସଂଗଠନ ସମ୍ପାଦକ, ଚକ୍ରଧର ମହାପାତ୍ର ଙ୍କୁ ସହ ସଂପାଦକ, ପ୍ରବୀଣ କୁମାର ମହାନ୍ତି ଙ୍କୁ ହିସାବ ସଂରକ୍ଷକ,

ବି.ରାମପ୍ରସାଦ ଙ୍କୁ ସହ-କୋଷାଧ୍ୟକ୍ଷ ଏବଂ ସୁଜାତା ପାଳଟାସିଂ ଙ୍କୁ ଆବାହକ ରୂପେ ମନୋନୀତ କରାଯାଇଥିଲା। ଭବାନିଶଂକର ଦାସମହାପାତ୍ର, ଶିବପ୍ରସାଦ ମିଶ୍ର, ବିଷ୍ଣୁପ୍ରୀୟା ନାୟକ, କୃଷ୍ଣ ଚନ୍ଦ୍ର ଦଳବେହେରା,ଓ ରାମଚନ୍ଦ୍ର ମିଶ୍ର ଙ୍କୁ ଉପଦେଷ୍ଟା ଭାବେ ମନୋନୀତ କରାଯାଇଥିଲା। ନବନିର୍ବାଚିତ ସଭ୍ଯ ମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି

ସ୍ବାଗତ କରାଯିବା ପରେ ଉପସଭାପତି ଦିବାକର ଦଳାଇ ଧନ୍ୟବାଦ ଅର୍ପଣ କରିଥିଲେ। କୋଷାଧ୍ୟକ୍ଷ ପ୍ରଶାନ୍ତ କୁମାର ଜେନା ମଂଚ ପରିଚାଳନା କରିଥିଲେ।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

You may have missed