ଡେଙ୍ଗାଗୁଡା ବୁଢ଼ାରଜା ବାର୍ଷିକ ଦଶହରା ଘୁମୁରା ପ୍ରତିଯୋଗିତା ରେ ଦୁଲୁକିଲା ମଞ୍ଚ..
ଧର୍ମଗଡ଼ ଉପଖଣ୍ଡ ରୁ ୪/୧୧(ପ୍ରଦିପ ଭାରସଗରିଆ “ଉପାନ୍ତ ଖବର”)କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମହିମା ଗ୍ରାମ ପଞ୍ଚାୟତ ଡେଙ୍ଗାଗୁଡା ଗ୍ରାମର ଆରାଧ୍ୟ ଦେବତା ବୁଢ଼ାରଜା ଙ୍କ ବାର୍ଷିକ ଦଶହରା ଉତ୍ସବ ହେଉଛି। ଏହି ଅବସରରେ ଆୟୋଜିତ ଘୁମୁରା ପ୍ରତିଯୋଗିତାରେ ମଞ୍ଚ ଦୁଲୁକୀ ଉଠିଥିଲା। ଦଶହରା କମିଟି ସଭାପତି ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ଧର୍ମଗଡ଼ ବିଧାୟକ ସୁଧିର ରଞ୍ଜନ ପାଟ୍ଟଯୋଶୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ। ମୁଖ୍ୟବକ୍ତା ଭାବେ ବ୍ଳକ ଉପାଧ୍ୟକ୍ଷ ରାଜିବୀ ଅଗ୍ରୱାଲ ସମ୍ମାନିତ ଅତିଥି ଭାବେ ମହିମା ସରପଞ୍ଚ ଇଶରାମ କୋଲଥିଆ ବିଜେପି ଆମପାଣି ମଣ୍ଡଳ ସଭାପତି,ମଧୁବନ ପାତ୍ର,ତ୍ରିଲେକ୍ୟ ବେଶ୍ରା ପ୍ରମୁଖ ଯୋଗ ଦେଇଥିଲେ। ବୁଢ଼ାରଜା ପୂଜା କମିଟି ସଭାପତି, କିଶୋର କୁମାର ନାଏକ ଉପ ସଭାପତି ହାତୀରାମ ପୂଝାରୀ, ସମ୍ପାଦକ ନିଳାମ୍ବର ଛତ୍ରିଆ ସହ ସମ୍ପାଦକ ବିରେନ୍ଦ୍ର ପୂଝାରୀ,କୋଷାଧ୍ୟକ୍ଷ କିଶୋର ମେହେର, ସହ କୋଷାଧ୍ୟକ୍ଷ ତାରାଚନ ମେହେର, ରାମ ସିଂ ମାଝୀ, ବିଘ୍ନେଶ୍ୱର ମାଝୀ,ଅମିତ ମୁହାନ୍ତି, ନରେନ୍ଦ୍ର ନାଏକ,ଅଶିଷ କୁମାର ମହାନ୍ତି, ରୋହିତ କୁମାର ଅଗ୍ରୱାଲ, ଲକ୍ଷ୍ମୀଧର ମେହେର, ଦାଶରଥି ମେହେର,ଶରତ ପୂଝାରୀ ,ଗଗନ ବିହାରୀ ମାଝୀ, ଶଶୀଭୁଶଣ ମାଝୀ, ସମେତ ଗ୍ରାମବାସୀ ସହଯୋଗ କରିଥିଲେ।
