November 3, 2026

ଛତ୍ରମଠ ସତ୍ୟନାରାୟଣ ପାଲା ଅନୁଷ୍ଠାନ ର ସମ୍ପାଦକ ରାଜକିଶୋର ସେଠୀ ଙ୍କ ଏକାଦଶାହ ଉପଲକ୍ଷେ ସ୍ମୃତିସଭା

IMG-20261102-WA0134
Share

ତିର୍ତ୍ତୋଲ ତା 2/11/2026 ବାଣୀକ୍ଷେତ୍ର ଝଙ୍କଡ଼ ସାରଳାପୀଠ, କନକପୁର ପଞ୍ଚାୟତ ର ଛତ୍ରମଠ ଶ୍ରୀ ଶ୍ରୀ ସତ୍ୟନାରାୟଣ ସାଂସ୍କୃତିକ ପରିଷଦ ର ସମ୍ପାଦକ, ପରୋପକାରୀ, ସମାଜସେଵୀ ସ୍ବର୍ଗତ ରାଜକିଶୋର ସେଠୀ ଙ୍କ ଏକାଦଶାହ ଉପଲକ୍ଷେ ଗତ ସୋମବାର ସନ୍ଧ୍ୟା ରେ, ସତ୍ୟନାରାୟଣ ଙ୍କ ପାଲାମଣ୍ଡପ ଉପରେ ଏକ ସ୍ମୃତିଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି l ପରିଷଦର ସଭାପତି ଧୁନଚନ୍ଦ୍ର ସେନାପତି ଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମ ରେ ମଞ୍ଚପରିଚାଳନା କରିଥିଲେ ପଣ୍ଡିତ ବାସବ ନନ୍ଦ, ଅନ୍ୟମାନଙ୍କ ମଧ୍ୟରେ, କୁମରବର ସେନାପତି, ଦିନେଶ ମହାନ୍ତି, ମା ସାରଳା ଙ୍କ ବରିଷ୍ଠ ସେବାୟତ ଲକ୍ଷ୍ମୀଧର ମହାପାତ୍ର, ପୂର୍ବତନ ପ୍ରଧାନଶିକ୍ଷକ ସୁଶୀଲ କୁମାର କୁଅଁର, ଶିକ୍ଷକ ଭୀମସେନ ବିଶ୍ୱାଳ, ଦୁର୍ଯ୍ୟୋଧନ ବାରିକ, କରୁଣାକର ଦାସ, ସାମ୍ବାଦିକ ଦିପ୍ତିମୟୀ ବିଶ୍ୱରଞ୍ଜନ ସେଠୀ, ପୂର୍ବତନ ସମିତିସଭ୍ୟ ବିଭୂତିଭୂଷଣ ଦାସ, ସସ୍ମିତା ମିଶ୍ର, କନକପୁର ପାଣିପଞ୍ଚାୟତ ର ସଭାପତି ମନୋଜ କୁମାର ଦାସ, ଚିନ୍ମୟ ଦାସ, ଅଲେଖ ଚରଣ ସେଠୀ ପ୍ରମୁଖ ଏଥିରେ ଅଂଶଗ୍ରହଣ କରି ସ୍ବର୍ଗତ ରାଜୁ, ଜଣେ ଆଦର୍ଶ ଶିକ୍ଷକ ଓ ଦକ୍ଷ ସାଂସ୍କୃତିକ ସଙ୍ଗଠକ ବୋଲି ମତ ବ୍ୟକ୍ତ କରିବାସହିତ ତାଙ୍କର ଅମ୍ଲାନ ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ପ୍ରାରମ୍ଭରେ ସାରଳା ସଂସ୍କୃତିଗବେଷକ ରମାକାନ୍ତ ରାଉଳ ଵେଦପାଠ କରିବା ପରେ ଦିବଂଗତ ଆତ୍ମାର ସଦଗତି କାମନା ପୂର୍ବକ ଦୁଇମିନିଟ ନିରବପ୍ରାର୍ଥନା କରାଯାଇଥିଲା l ତେବେ ଏହି ସମସ୍ତ କାର୍ଯ୍ୟକ୍ରମ କୁ ରାଜଲକ୍ଷ୍ମୀ ସେଠୀ, ଋତୁପର୍ଣ୍ଣା ପ୍ରିୟଦର୍ଶିନୀ, ବିକାଶ ଦାସ, ଅବିନାଶ ଦାସ ଓ ଦୀପକ କୁମାର ସେଠୀ ପରିଚାଳନା କରିଥିଲେ l ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର

You may have missed