November 3, 2026

ରାଜ୍ୟରେ ବହୁ ଚର୍ଚ୍ଚିତ ଏସିଏଫ ସୋମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାର ମୁଖ୍ୟ ଅଭିଯୁକ୍ତା ପତ୍ନୀ ବିଦ୍ୟାଭାରତୀ ଆତ୍ମସମର୍ପଣ ପରେ ପାରଳାଖେମୁଣ୍ଡି ଜେଲ ହାଜତକୁ ଗଲେ 

IMG-20261102-WA0133
Share

 

 

ପାରଳାଖେମୁଣ୍ଡି:୨/୧୧(ଗରୁଡ଼ ଧ୍ଵଜ ଚୌଧୁରୀ) ଓଡିଶାର ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫ ସୋମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାର ମୁଖ୍ୟ ଅଭିଯୁକ୍ତା ପତ୍ନୀ ବିଦ୍ୟାଭାରତୀ ପାରଳାଖେମୁଣ୍ଡି ଜେଲ ହାଜତକୁ ଆଜି ଏସଡିଜେଏମଙ୍କ ନିର୍ଦେଶକ୍ରମେ ପଠାଇ ଦିଆ ଯାଇଥିବା ସୂଚନା ମିଳିଛି. ଆଜି ପାରଳାଖେମୁଣ୍ଡି ଏସଡିଜେଏମ କୋୖର୍ଟରେ ବିଦ୍ୟାଭାରତୀ ପଣ୍ଡା ଆତ୍ମ ସମର୍ପଣ କରିଥିଲେ. ପରେ ବିଦ୍ୟାଭାରତୀଙ୍କ ଓକିଲ ଏସଡିଜେଏମ କୋୖର୍ଟରେ ଜାମିନ ଆବେଦନ କରିଥିଲେ. ଜାମିନ ଆବେଦନ ଖାରଜ ହେବାରୁ ଏସଡିଜେଏମଙ୍କ ନିର୍ଦେଶରେ ବିଦ୍ୟାଭାରତୀଙ୍କୁ ପାରଳାଖେମୁଣ୍ଡି ସବଜେଲ ହାଜତକୁ ପଠାଇ ଦିଆ ଯାଇଥିବା ସୂଚନା ମିଳିଛି. ଏଠାରେ ଉଲ୍ଲେଖଯୋଗ୍ୟଯେ, ବିଗତ 2021 ମସିହାରେ ପାରଳା ଏସିଏଫ ସୋମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟିଥିଲା. ଏହି ଘଟଣାରେ ତତ୍କାଳୀନ ପାରଳା ଡ଼ିଏଫଓ ସଂଗ୍ରାମ କେଶରୀ ବେହେରା, ରୋଷେୟା ମନ୍ମଥ କୁମ୍ଭ ଏବଂ ସୋମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ନାମରେ ହତ୍ୟା ଅଭିଯୋଗ ହୋଇଥିଲା. ହେଲେ କ୍ରାଇମ ବ୍ରାଞ୍ଚ ଏହି ମାମଲାରେ କ୍ଲିନଚିଟ ଦେବାରୁ ମାମଲାଟି ଆଉ ଆଗକୁ ବଢ଼ି ନଥିଲା. ଏହି ଘଟଣାକୁ ଚ୍ୟାଲେଞ୍ଜ କରି ମୃତ ଏସିଏଫ ସୋମ୍ୟଙ୍କ ପିତା ନ୍ୟାୟଳୟରେ ଆଶ୍ରୟ ନେଇଥିଲେ. ଏହି ମାମଲାରେ ପାରଳାର ପୂର୍ବତନ ଡ଼ିଏଫଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟା ମନ୍ମଥ କୁମ୍ଭ ପାରଳା ଏସଡିଜେଏମ କୋୖର୍ଟରେ ଆତ୍ମ ସମର୍ପଣ କରି ଜାମିନ ଆବେଦନ ଖାରଜ ହେବା ପରେ ପାରଳାଖେମୁଣ୍ଡି ସବଜେଲରେ ବିଚରାଧୀନ କଏଦୀ ଭାବେ ରହିଛନ୍ତି. ଠିକ ସେହିପରି ଭାବେ ବିଦ୍ୟାଭାରତୀ ଆଜି ପାରଳାଖେମୁଣ୍ଡି ଏସଡିଜେଏମ କୋୖର୍ଟରେ ଆତ୍ମ ସମର୍ପଣ କରିବା ପରେ ଜାମିନ ଆବେଦନ ଖାରଜ ହେବାରୁ ବିଦ୍ୟାଭାରତୀଙ୍କୁ ମଧ୍ୟ ଏସଡିଜେଏମଙ୍କ ନିର୍ଦେଶକ୍ରମେ ପାରଳା ସବଜେଲ ହାଜତକୁ ପଠାଇ ଦିଆଯାଇଛି.

You may have missed