November 3, 2026

ରାଜନେତା, ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କୁ ମଧୁଚନ୍ଦ୍ରିକାରେ ୨ କୋଟି ସ୍ୱାହା  ଦୁଇ କୋଟିରୁ ଉର୍ଦ୍ଧ ଟଙ୍କାର ରାସ୍ତା ନିର୍ମାଣ କାମରେ ବ୍ୟାପକ ଅନିୟମିତତା, ରାତିରେ ପିଚୁ ଖୋଳି ମିଶାଇଦେଲେ ରାସ୍ତାରେ ରାସ୍ତାର ସ୍ଥୟୀତ୍ୱ ନେଇ ଉଠିଲା ପ୍ରଶ୍ନ 

IMG-20261102-WA0132
Share

-ତିର୍ତ୍ତୋଲ2/11- ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କୃଷ୍ଣାନନ୍ଦପୁର ପଞ୍ଚାୟତ ଜଇପୁର – କଟିକଟା ରାସ୍ତା ଶାନ୍ତିବଜାର ପାଇକା ନଦୀବନ୍ଧ ପର୍ଯ୍ୟନ୍ତ ଦୁଇ କିଲୋମିଟର ରାସ୍ତାକୁ ଦୁଇ କୋଟିରୁ ଉର୍ଦ୍ଧ ଅର୍ଥ ବେୟବରାଦରେ ଜଗତସିଂହପୁର ପୂର୍ତ୍ତ ବିଭାଗ ପକ୍ଷରୁ ଟେଣ୍ଡର କରାଯାଇଛି l ଟେଣ୍ଡର ଅନୁଯାଇ ଯାହା କାମ ରହିଛି ଠିକାଦାର ସଠିକ ଭାବେ କାର୍ଯ୍ୟ କରୁନଥିବା ସ୍ଥାନୀୟ ଅଞ୍ଚଳର ଯୁବ ସମାଜସେବୀ ସେକ କରିମି ଓ କୃଷ୍ଣାନନ୍ଦପୁର ଯୁବମୋର୍ଚ୍ଚା ପକ୍ଷରୁ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କର୍ଣ୍ଣପାତ କରୁନଥିବା କହିଛନ୍ତି l

ଟେଣ୍ଡର ଅନୁଯାଇ ରାସ୍ତାର ଦୁଇ ପଟ ଚଉଡା କରିବାପାଇଁ ଦୁଇ ଫୁଟ ଖୋଳାଯାଇ ବାଲି ମେଣ୍ଟାଲରେ କାମପାଇଁ ଏସ୍ଟିମେଟ ରହିଛି l ହେଲେ ଠିକାଦାର ଉପରେ ଉପରେ ୬ ଇଞ୍ଚ ଆଡେଇ ଦେଇ ବାଲି ଖେଳାଇ ରାସ୍ତା କରିବାପାଇଁ ମସୁଧା ଚଳାଇଥିବା ଉପରୋକ୍ତ ଯୁବମୋର୍ଚ୍ଚାର ସଦସ୍ୟମାନେ କହିଛନ୍ତି l ଏହି ରାସ୍ତା ଦେଇ ଦୈନିକ ସହ ସହ ଛୋଟବଡ଼ ଯାନବାହାନ ଯାତାୟାତ କରୁଥିବା ବେଳେ ଯାତ୍ରୀବାହି ବସ, ସ୍କୁଲ ପିଲାଙ୍କୁ ନେବା ଆଣିବା କରୁଥିବା ବସ ଯାତାୟାତ କରୁଥିବା ଦେଖାଯାଇଛି l ଅପରପକ୍ଷରେ ଖରାଦିନେ ପାଇକା ନଦୀରୁ ପାଣି ଶୁଖିଲେ ବାଲିଘାଟରୁ ବାଲି ଉତ୍ତୋଳନ କରାଯାଇ ଏହି ରାସ୍ତା ଦେଇ ବାଲି ବୋଝେଇ ହାଇୱା ଗୁଡିକ ଯାତାୟାତ କରିଥାନ୍ତି l ଏହି ଅଞ୍ଚଳରେ ଏକ ବଡ଼ ସ୍ୱାସ୍ଥ୍ୟ କେନ୍ଦ୍ର ରହିଛି l କୃଷ୍ଣାନନ୍ଦପୁର ଏକ ବ୍ୟବସାୟ ପେଣ୍ଠସ୍ଥଳୀ କହିଲେ ଅତ୍ୟୁକ୍ତି ହେବନାହିଁ l ଏହି ରାସ୍ତାଟି ଗୋପାଳପୁର ଶଙ୍ଖେଶ୍ୱର ପର୍ଯ୍ୟନ୍ତ ସଂଯୋଗ ରହିଛି l ଏହି ଭଳି ନିମ୍ନ ମାନର ରାସ୍ତା ନିର୍ମାଣ କରାଗଲେ ତାହା ବହୁ କମଦିନରେ ନଷ୍ଟ ହୋଇଯିବ ବୋଲି ଅଭିଯୋଗ ଉଠୁଛି l ମହାନଦୀ ଉପରେ ଜଇପୁର ଠାରେ ପୋଲ ନିର୍ମାଣ ହୋଇଯିବା ଦ୍ୱାରା ଚତୁର୍ଦିଗକୁ ଯାତାୟାତ ସଂଯୋଗୀକରଣରେ ସୁବିଧା ହୋଇଯାଇଛି l ଯଇପୁର – କଟିକଟା ରାସ୍ତା ମୁଖ୍ୟ ରାସ୍ତା କହିଲେ ଅତ୍ୟୁକ୍ତି ହେବନାହିଁ l ଲୋକଙ୍କ ପଇସାରେ ସରକାର ବିଭାଗ ଜରିଆରେ ରାସ୍ତା ନିର୍ମାଣ କରାଉଛନ୍ତି l ଠିକାଦାର ଏବଂ ବିଭାଗୀୟ ଅଧିକାରୀ ମିଳିମିଶି ଏହି ଅର୍ଥକୁ ଚଳୁ କରିବାପାଇଁ ମସୁଧା ଚଳାଇଥିବା ନେଇ ଯୁବମୋର୍ଚ୍ଚା ପକ୍ଷରୁ ସନ୍ଦେହ ପ୍ରକଟ ପାଇଛି l ଜ଼ିଲ୍ଲାପ୍ରଶାସନ ଏହି ରାସ୍ତା ନିର୍ମାଣ ଉପରେ ଦୃଷ୍ଟି ଦେଇ ସଠିକ ଭାବେ ତଦନ୍ତ କରି କାର୍ଯ୍ୟ କରିବାପାଇଁ ଯୁବ ସମାଜସେବୀ ସେକ କରିମି ଓ କୃଷ୍ଣାନନ୍ଦପୁର ଯୁବମୋର୍ଚ୍ଚା ପକ୍ଷରୁ ଦାବୀ କରାଯାଇଛି l ଅଭିଯୋଗ ପରେ ରାସ୍ତାର ତଦନ୍ତ ପାଇ କ୍ୱାଲିଟି କଣ୍ଟ୍ରୋଲ ବିଭାଗ ପକ୍ଷରୁ ଅଧିକାରୀ ମାନେ ରାସ୍ତାର ମାନ ଯାଞ୍ଚ କରି ଅନିୟମିତତା ହେଉଥିବା ଠିକାଦାରକୁ ତାଗିଦ କରିବା ସହିତ ସଠିକ ଭାବେ ରାସ୍ତା କାମ କରିବାପାଇଁ କହିଥିଲେ l ଗତ କାଲି ୧ ତାରିଖ ବିଳମ୍ବିତ ରାତିରେ ଠିକାଦାର ମେସିନ ସାହାଯ୍ୟରେ ପୁରୁଣା ପିଚୁକୁ ତାଡି ଫୋପାଡ଼ିବା ପରିବର୍ତ୍ତେ ରାସ୍ତାରେ ମିଶାଇ ଦେଇଥିବା ସେହି ଅଞ୍ଚଳର ଯୁବକମାନେ ପ୍ରମାଣ ସ୍ୱରୂପ ଫୋଟୋ ଏବଂ ଭିଡ଼ିଓ ଉତ୍ତୋଳନ କରି ବିଭାଗୀୟ ଉଚ୍ଚ ପଦାଧିକାରୀଙ୍କ ନିକଟକୁ ପଠାଇଦେଇଥିଲେ l ତାହା ସତ୍ୱେ ବିଭୀଗୀୟ ଅଧିକାରୀମାନଙ୍କ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବା କହିଥିଲେ l ଠିକାଦାର, ବିଭାଗୀୟ ଅଧିକାରୀ ଏବଂ ରାଜନେତାଙ୍କୁ ମିଲାଚୁଲାରେ ଏହି ରାସ୍ତା କାର୍ଯ୍ୟରେ ଅନିୟମିତତା ହେଉଥିବା ଆଲୋଚନା ହେଉଛି l ଜନପ୍ରତିନିଧି ଠିକାଦାର ଏବଂ ବିଭାଗୀୟ ଅଧିକାରୀଙ୍କୁ ତାଗିଦ କରି କାମର ଏସ୍ଟିମେଟ ଏବଂ ଏଗ୍ରିମେଣ୍ଟରେ ଦୁଇ ପ୍ରତିଶତ ବଟି ନେଉଥିବାରୁ ଠିକାଦାର କାମରେ ଅନିୟମିତତା କରୁଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି l ଏହି ରାସ୍ତା ନିର୍ମାଣ ରେ ହେଉଥିବା ବ୍ୟାପକ ଅନିୟମିତତାର ଭିଜିଲାନ୍ସ ତଦନ୍ତ ଦାବୀ ହେଉଛି l ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର

You may have missed