November 3, 2026

ପୁରୀରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ସମ୍ପନ୍ନ

IMG-20261102-WA0117
Share

 

 

ପୁରୀ- ଆସ୍କ୍ଲେପିୟସ୍ ୱେଲନେସ୍ – ଟିମ୍ ସଙ୍କଳ୍ପ, ଓଡ଼ିଶା ପକ୍ଷରୁ ରୋଟାରୀ କ୍ଳବ ପୁରୀ ଏବଂ ଇନ୍ନର ହୁଇଲ କ୍ଲବ ମିଳିତ ଆନୁକୂଲ୍ୟରେ ପୁରୀ ରୋଟାରୀ କ୍ଳବ ଠାରେ ଏକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୁରୀର ମାନ୍ୟବର ସାଂସଦ ଶ୍ରୀ ସୁବାସିଷ ଖୁଣ୍ଟିଆ ଯୋଗ ଦେଇଥିଲେ।

ଆୟୁର୍ବେଦ ବିଶେଷଜ୍ଞ ଶ୍ରୀ ସୂରଜ କୁମାର ରାଉତ ଏବଂ ବ୍ଲୁ ଡାଇମଣ୍ଡ ଶ୍ରୀ ରାଜେଶ କୁମାର ସାହୁ ଆୟୁର୍ବେଦର ମହତ୍ତ୍ୱ ଓ ସୁସ୍ଥ ଜୀବନଶୈଳୀ ଉପରେ ଆଲୋକପାତ କରିଥିଲେ।

ଏହି ଅବସରରେ ହେଲ୍ଥ ଆଡଭାଇଜର ଶ୍ରୀମତୀ ସମାପ୍ତିକା ନନ୍ଦା, ନନ୍ଦ କିଶୋର ସାହୁ, ତପନ କୁମାର ନାୟକ, ପ୍ରକାଶ ନାୟକ, ରୁନୁ ଗୌଡ଼, ସୁକାନ୍ତ ଭୋଳା, ବୁଲୁ ନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ।

ସ୍ଥାନୀୟ ଅଞ୍ଚଳରେ ଏହି କାର୍ଯ୍ୟକ୍ରମକୁ ବହୁ ପ୍ରଶଂସା ମିଳିଥିବା ବେଳେ ରୋଟାରୀ କ୍ଳବ ପୁରୀର ସଭାପତି ବିଜୟ କୁମାର ପତି ଏବଂ ସମ୍ପାଦକ ଭକ୍ତଚରଣ ଦାସ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

You may have missed