November 2, 2026

ଭୁବନେଶ୍ୱର ଜୟ ଜଗନ୍ନାଥ ଏକ୍ସିଡେଣ୍ଟାଲ ହେଲ୍ପ ୟୁନିଟ୍ ଓ ବେଲଗୁଣ୍ଠା ପ୍ରେସକ୍ଲବ୍ ର ମିଳିତ ଆନୁକୁଲ୍ୟରେ ଇଙ୍ଗିନାଠି ପଞ୍ଚାୟତରେ ରିଲିଫ୍ ବଣ୍ଟନ; କ୍ଷତିଗ୍ରସ୍ତ ଲୋକଙ୍କ ମୁହଁରେ ହସ ଫୁଟାଇବା ଆମର ଲକ୍ଷ୍ୟ : ରଙ୍କନିଧୀ

IMG-20261102-WA0100
Share

 

 

ବେଲଗୁଣ୍ଠା,୦୨/୧୧,ଅର୍ଣ୍ଣବ ବାତ୍ୟା ଓ ପରବର୍ତ୍ତୀ ବନ୍ୟାରେ ବେଲଗୁଣ୍ଠା ବ୍ଲକ୍‌ର ଇଙ୍ଗିନାଠି ପଞ୍ଚାୟତ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଅସହାୟ ଓ ବିପନ୍ନ ପରିବାରଙ୍କ ସହାୟତା ପାଇଁ ଆଗେଇ ଆସିଛି ଭୁବନେଶ୍ୱରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଜୟ ଜଗନ୍ନାଥ ଏକ୍ସିଡେଣ୍ଟାଲ ହେଲ୍ପ ୟୁନିଟ୍ ଓ ବେଲଗୁଣ୍ଠା ପ୍ରେସକ୍ଲବ୍। ଉଭୟ ସଂଗଠନର ମିଳିତ ଆନୁକୂଲ୍ୟରେ ରବିବାର ଇଙ୍ଗିନାଠି, ଉସ୍ତପଲ୍ଲୀ ଓ ସାରିଆପଲ୍ଲୀ ଗ୍ରାମର ପ୍ରାୟ ୭୦୦ରୁ ଊର୍ଦ୍ଧ୍ୱ ପରିବାରକୁ ରିଲିଫ୍ ସାମଗ୍ରୀ ଓ ପୋଷାକ ବଣ୍ଟନ କରାଯାଇଛି।ପ୍ରକାଶ ଥାଉକି, ଇଙ୍ଗିନାଠି ପଞ୍ଚାୟତ ଦୁଇଟି ନଦୀ ମଧ୍ୟରେ ଅବସ୍ଥିତ ହୋଇଥିବାରୁ ବାତ୍ୟା ପ୍ରଭାବରେ ଉଭୟ ନଦୀରେ ବନ୍ୟାଜଳ ପ୍ରବାହିତ ହୋଇଥିଲା। ବିଶେଷକରି ଲୋହରାଖଣ୍ଡି ନଦୀରେ ପ୍ରବଳ ବନ୍ୟାଜଳ ଆସିବା ସହ ବିଭିନ୍ନ ସ୍ଥାନରେ ଘାଇ ସୃଷ୍ଟି ହୋଇଥିଲା। ଫଳରେ ପଞ୍ଚାୟତବାସୀ ଦୁଇଦିନ ଧରି ଜଳବନ୍ଦୀ ରହିବା ସହ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡ଼ିଥିଲେ।ଜୟ ଜଗନ୍ନାଥ ଏକ୍ସିଡେଣ୍ଟାଲ ହେଲ୍ପ ୟୁନିଟ୍‌ର ସଭାପତି ରଙ୍କନିଧି ସାମଲଙ୍କ ନେତୃତ୍ୱରେ ଏକଟିମ୍ ଓ ବେଲଗୁଣ୍ଠା ପ୍ରେସକ୍ଲବ୍‌ର ସଭାପତି ପ୍ରଦ୍ୟୁମ୍ନ ପାତ୍ରଙ୍କ ନେତୃତ୍ୱରେ କ୍ଲବ୍‌ର ସଦସ୍ୟମାନେ ଏଥିରେ ସାମିଲ ହୋଇଥିଲେ। ଇଙ୍ଗିନାଠି ମନ୍ଦିର ସମ୍ମୁଖରେ ବିଭିନ୍ନ ପ୍ରକାର ପୋଷାକ ଓ ରିଲିଫ୍ ସାମଗ୍ରୀ ରଖାଯାଇ ଲୋକଙ୍କ ଆବଶ୍ୟକତା ଅନୁଯାୟୀ ବଣ୍ଟନ କରାଯାଇଥିଲା। ବୟସ୍କ ବୃଦ୍ଧବୃଦ୍ଧାଙ୍କୁ କମ୍ବଳ, ମହିଳାଙ୍କୁ ଶାଢ଼ି, ପୁରୁଷଙ୍କୁ ଜିନ୍ସ ପ୍ୟାଣ୍ଟ ଓ କୁର୍ତ୍ତା, ଶିଶୁମାନଙ୍କୁ ପୋଷାକ ଓ ଟୋପି ସହିତ ଭଜା ଚୁଡ଼ା, କଞ୍ଚା ଚୁଡ଼ା, ଚିନି ଓ ବିସ୍କୁଟ ବଣ୍ଟନ କରାଯାଇଥିଲା।ଏହି ଅବସରରେ ସଂଗଠନର ସଭାପତି ରଙ୍କନିଧି ସାମଲ କହିଥିଲେ, ଗରିବ ଓ ଅସହାୟ ଲୋକଙ୍କ ମୁହଁରେ ହସ ଫୁଟାଇବା ହେଉଛି ସଂଗଠନର ମୂଳ ଲକ୍ଷ୍ୟ। ଭୁବନେଶ୍ୱର ଓ କଟକ ଅଞ୍ଚଳରେ ଦୁର୍ଘଟଣା ଗ୍ରସ୍ତଙ୍କୁ ତୁରନ୍ତ ଚିକିତ୍ସାଳୟରେ ପହଞ୍ଚାଇବା, ସେମାନଙ୍କ ପରିବାର ସହ ଯୋଗାଯୋଗ କରିବା ସହ ରକ୍ତଦାନ, ବୃକ୍ଷରୋପଣ ଭଳି ବିଭିନ୍ନ ସାମାଜିକ କାର୍ଯ୍ୟ ସଂଗଠନ ପକ୍ଷରୁ କରାଯାଉଛି। ଏଥିପାଇଁ ସଂଗଠନ ଜାତୀୟ ସ୍ତରରେ ମଧ୍ୟ ପୁରସ୍କୃତ ହୋଇଛି। ଇଙ୍ଗିନାଠି ପଞ୍ଚାୟତର ବିପନ୍ନ ଲୋକଙ୍କ ସହ ଏଭଳି ଦୁର୍ଦ୍ଦିନରେ ସାମିଲ ହୋଇପାରିଥିବାରୁ ସଂଗଠନ ଗର୍ବିତ ବୋଲି ସେ ପ୍ରକାଶ କରିଥିଲେ।ପୂର୍ବରୁ ବିଭିନ୍ନ ସଂଗଠନ ପକ୍ଷରୁ ରନ୍ଧାଖାଦ୍ୟ, ଚୁଡ଼ା ଓ ବିସ୍କୁଟ ଆଦି ବଣ୍ଟନ କରାଯାଇଥିଲେ ମଧ୍ୟ ଏହି କାର୍ଯ୍ୟକ୍ରମରେ ନୂତନ ପୋଷାକ ଓ ଆବଶ୍ୟକୀୟ ସାମଗ୍ରୀ ପାଇ ବୃଦ୍ଧବୃଦ୍ଧାଙ୍କଠାରୁ ଆରମ୍ଭ କରି ଶିଶୁମାନଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଥିଲା।କାର୍ଯ୍ୟକ୍ରମରେ ସଂଗଠନର ରାଜ୍ୟସ୍ତରୀୟ ସଦସ୍ୟ ଅରୂପ ଦାସ, ତ୍ରିଲୋଚନ ସାମଲ, ବିପିନ ବିହାରୀ ପୋଲେଇ, ମନୋଜ କୁମାର ଗୌଡ଼, ଦୀନବନ୍ଧୁ ନାୟକ, ଗଞ୍ଜାମ ୟୁନିଟ୍ ମୁଖ୍ୟ ସୁଧାଂଶୁ ଶେଖର ପୋଲାଇ, ଯୁବ ସମାଜସେବୀ ରାଜୀବ କୁମାର ବେହେରା, ସଦସ୍ୟ ତଥା କାଉନସିଲର ଏସ୍. ଭାସ୍କର ପାତ୍ର, ସଞ୍ଜୟ ବେହେରାଙ୍କ ସମେତ ବେଲଗୁଣ୍ଠା ପ୍ରେସକ୍ଲବ୍‌ର ଉପସଭାପତି ପ୍ରଭାତ କୁମାର ସାହୁ, ବରିଷ୍ଠ ସାମ୍ବାଦିକ ସୂର୍ଯ୍ୟନାରାୟଣ ତ୍ରିପାଠୀ, ଶିବରାମ ଚୌଧୁରୀ, ଏ. ମନୋଜ ପାତ୍ର, ସୁରେଶ ସୁବୁଦ୍ଧି, ବାବୁନା ସାବତ, ଟୁନୁ ସାହୁ, ଅମିତ କୁମାର, ମନୋଜ ବରାଡ଼, ଗଗନ ନାୟକ, ଭଗବାନ ସ୍ୱାଇଁ ଓ ଗୋବିନ୍ଦ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।ବେଲଗୁଣ୍ଟା,ରିପୋଟର,ପଞ୍ଚାନନ,ସାହୁ

You may have missed