October 28, 2026
ajiro khabar
Share

 

ବାତ୍ୟା ‘ଅର୍ଣ୍ଣବ’ର ଆନ୍ଧ୍ର ପ୍ରଦେଶ ଉପକୂଳରେ ଲ୍ୟାଣ୍ଡଫଲ୍ ଜାରି, ଅନେକ ଅଞ୍ଚଳ ଜଳମଗ୍ନ।

 

ଗଂଜାମ, ଗଜପତି, କେରାପୁଟ, ରାୟଗଡ଼ା, ନବରଂଗପୁର ଏବଂ ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା, ପବନର ବେଗ ୧୨୫ରୁ ୧୩୫, ସମୁଦ୍ରରେ ଉଚ୍ଚ ଢେଉ।

 

ବାତ୍ୟା ମୁକାବିଲା ପାଇଁ ୮ଜିଲ୍ଲାକୁ ୧୯କୋଟି ସହାୟତା: ସ୍ଥିତି ଦେଖି ସ୍ଥାନାନ୍ତର ହେବେ ୪୮ହଜାର ଲୋକ।

 

ରାଜ୍ୟରେ ବିଶୃଙ୍ଖଳା, ହାଜତ ହିଂସା, ହତ୍ୟା, ଦୁଷ୍କର୍ମ ଓ ପୁଲିସର କ୍ଷମତା ଅପବ୍ୟବହାର ଉପରେ ରାଜ୍ୟ ସରକାରଙ୍କଠାରୁ ଜବାବ ମାଗିଲା କେନ୍ଦ୍ର ଗୃହ ମନ୍ତ୍ରଣାଳୟ।

 

ରାଜ୍ୟ ସରକାର ସାତ ଜଣ ଆଇଏଏସ୍‌ ଅଧିକାରୀଙ୍କ ଦାୟିତ୍ବରେ ଅଦଳବଦଳ କରିଛନ୍ତି।

 

ଉପରମୁଣ୍ଡରେ ବର୍ଷା ପୂର୍ବାନୁମାନକୁ ଦୃଷ୍ଟିରେ ରଖି ସର୍ବୋଚ୍ଚ ଜଳସ୍ତରଠାରୁ ୩ ଫୁଟ ଖାଲି ହେବ ହୀରାକୁଦ ଜଳଭଣ୍ଡାର।

 

ସହରୀ ଶାସନ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ANKUR ର ସୂଚନାପୁସ୍ତିକା ଉନ୍ମୋଚିତ। ୧୧ଟି ସହଯୋଗୀ ସଂସ୍ଥା ସହରୀ ଯୋଜନା, ଡିଜିଟାଲ୍ ସେବା, ପରିମଳ ଓ ପରିବେଶ କ୍ଷେତ୍ରରେ ସହାୟତା ଦେବେ।

 

ଭିଜିଲାନ୍‌ସ ଧରପଗଡ଼ରେ ଏଣିକି ସରକାର କରିବେ ଆଇଟିର ପ୍ରୟୋଗ।

 

ଅମାନିଆ ହେଡ୍‌ଲାଇଟ୍ ବଢାଉଛି ଦୁର୍ଘଟଣା: ରାତିର ଅନ୍ଧାରରେ ଆଖି ଝଲସାଉଛି ହାଇବିମ୍ ଏଲ୍‌ଇଡି।

 

ମୟୂରଭଞ୍ଜ ମାଟିତଳେ ସୁନା ଓ ତମ୍ବା ଖଣି। ସରୁନି ସର୍ଭେ, ହୋଇପାରୁନି ଖଣି ନିଲାମ।

 

କୋରାପୁଟ କୋଟିଆରେ ଆନ୍ଧ୍ରପ୍ରଦେଶ ସରକାର ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକ୍ରିୟା ଜାରି ରଖିଛନ୍ତି। ଓଡ଼ିଶାରେ ଚାଲିଛି ବୟାନବାଜି।

 

ତେଲୁଗୁ ପଢ଼ୁଛନ୍ତି କୋଟିଆ ପିଲା, ଆକୃଷ୍ଟ କରୁଛି ଆମାବାଡ଼ି ଯୋଜନା, ବର୍ଷକୁ ୧୫ ହଜାର ସହାୟତା।

 

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଅବହେଳା ପାଇଁ ୬ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳଙ୍କୁ କାରଣ ଦର୍ଶାଅ ନୋଟିସ୍।

 

ମାଓମୁକ୍ତ ଅଞ୍ଚଳରେ ବିକାଶର ନୂଆ ଅଧ୍ୟାୟ ! ଗ୍ରାମୋଦୟ ପ୍ଲସ୍‌ରେ ଗାଁ ଗାଁରେ ପହଞ୍ଚିବ ସରକାରୀ ଯୋଜନା।

 

ଜଗତସିଂହପୁରର ବାଲିଆ ପଞ୍ଚାୟତରେ ୪୬.୮୬ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗରେ ନିର୍ବାହୀ ଅଧିକାରୀ ଜେଲ୍ ଗଲେ, ସରପଞ୍ଚ ଫେରାର।

 

ମୟୂରଭଞ୍ଜର ଗୋରୁମହିଷାଣୀ ଥାନା ଅଞ୍ଚଳରେ କବିରାଜ ରାମେଶ୍ୱର ପିଙ୍ଗୁଆ ହତ୍ୟା ମାମଲାରେ ଜେନା ନାଏକ ଗିରଫ।

 

ନାବାଳିକା ଦୁଷ୍କର୍ମ ଓ ହତ୍ୟା ପ୍ରତିବାଦରେ ବାଲେଶ୍ବର ଜିଲ୍ଲାର ଜଳେଶ୍ୱର ବନ୍ଦ, ରାସ୍ତାକୁ ଓହ୍ଲାଇଲେ ବିରୋଧୀ।

 

ଅଶାନ୍ତ ବଙ୍ଗୋପସାଗର, କେନ୍ଦ୍ରାପଡା ରାଜନଗର ପେଣ୍ଠ ନିକଟରେ ଧସିଲା ଘେରିବନ୍ଧ।

 

କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ପେଟଛେଲା ପଞ୍ଚାୟତର ୨୦ରୁ ଅଧିକ ମତ୍ସ୍ୟଜୀବୀ ନିଖୋଜ।

 

ଢେଙ୍କାନାଳ ପର୍ଜଙ୍ଗ ୫୩ ନମ୍ବର ରାଜପଥ ମୁକ୍ତାପସୀ ଛକରେ ଦୁର୍ଘଟଣାରେ ଦୁଇଜଣଙ୍କ ମୃତ୍ୟୁ, ଜଣେ ଗୁରୁତର।

 

କେନ୍ଦୁଝର ପାଟଣା ସଂରକ୍ଷିତ ଜଙ୍ଗଲ ଭିତରେ ନର କଙ୍କାଳ, ପାଖରେ ପଡ଼ିଛି ଚୁଡ଼ି, ଗଛରେ ଝୁଲୁଛି ମହିଳାଙ୍କ ଲୁଗା।

 

କେନ୍ଦୁଝର ଆନନ୍ଦପୁର ରେ ଚାରି ମାସ ହେଲା ମିଳିନି ଭତ୍ତା, ଉପଜିଲ୍ଲାପାଳଙ୍କ ଦ୍ଵାରସ୍ଥ ଦୁଇ ବୃଦ୍ଧା।

 

କେନ୍ଦୁଝର ଯୋଡ଼ା ସହରରେ ପଶିଲା ଦନ୍ତା ହାତୀ, ଭାଙ୍ଗିଲା ଗେଟ୍ ଓ ପାଚେରୀ।

 

ରାୟଗଡା କଲ୍ୟାଣସିଂହପୁର ପୁଲିସ ହାତରେ ଧରାପଡ଼ିଲେ ୪ ଜୁଆଡ଼ି।

 

🇳🇪

ଚୀନ୍‌ ସୀମାରେ ଜଗିବା ପାଇଁ ଭାରତୀୟ ସୁରକ୍ଷା ବାହିନୀରେ କର୍ମଚାରୀ ଅଭାବ। ଅନେକ ସ୍ଥାନ ମାଡିବସିଛି ଚୀନ।

 

ପଶ୍ଚିମବଙ୍ଗ ଦୁଷ୍କର୍ମ-ହତ୍ୟା ଅଭିଯୁକ୍ତର ପୁଲିସ ଏନକାଉଣ୍ଟର୍‌ରେ ମୃତ୍ୟୁ।

 

ଟ୍ରେନ୍‌ରୁ ନିଖୋଜ ପ୍ରଶାନ୍ତ କିଶୋରଙ୍କ ଜନ ସୁରାଜ ପାର୍ଟି ଡିଜିଟାଲ ମ୍ୟାନେଜର୍‌ଙ୍କ ମୃତଦେହ ମିଳିଲା।

 

ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି ପକ୍ଷରୁ ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା ଘୋଷଣା ହୋଇଛି।

 

ଅଭିନେତା ଇମ୍ରାନ ଖାନ୍‌ଙ୍କୁ ବଡ଼ ଆଶ୍ୱସ୍ତି! ‘ଭାରତ ଛାଡ଼’ ନୋଟିସ୍‌ ଉପରେ ରୋକ୍‌, ନଭେମ୍ବର ୨ରେ ପରବର୍ତ୍ତୀ ଶୁଣାଣି।

 

ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆ‌ଣିଲେ ମଡେଲ୍‌ ବିଟ୍ରିସ୍‌ କିଉଲ୍‌।

 

ଅନ୍ୟ ଦଳ ପ୍ରାର୍ଥୀଙ୍କ ଠାରୁ ଉପନିର୍ବାଚନ ଖର୍ଚ୍ଚ ଆଦାୟ ପାଇଁ ସରକାର ଏବଂ ନିର୍ବାଚନ କମିଶନଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ।

 

ପାକିସ୍ତାନ ବଲୁଚିସ୍ତାନରେ ରକ୍ତାକ୍ତ ସଂଘର୍ଷ। ୭ ଦିନରେ ୨୭ ପାକିସ୍ତାନ ସୈନିକ ମୃତ।

 

ସାଉଦି ପ୍ରତିରକ୍ଷା ମନ୍ତ୍ରାଳୟ ଉପରେ ହୁତିର କ୍ଷେପଣାସ୍ତ୍ର ଆକ୍ରମଣ ଦାବି।

 

🏏⚽🚴🏾‍♂️

ନ୍ୟୁଜିଲାଣ୍ଡକୁ ହରାଇ, ୫ଟି ମ୍ୟାଚ୍‌ର ଶୃଙ୍ଖଳାରେ ୩-୦ରେ ଅଗ୍ରଣୀ ହାସଲ କରିଛି ଭାରତ।

 

୬ ଓଭରରେ ୧୧୮ ରନ୍‌, ଇତିହାସ ରଚିଲା ଭାରତୀୟ କ୍ରିକେଟ୍‌ ଦଳ।

 

ଭାରତୀୟ ଅଲିମ୍ପିକ୍‌ ସଂଘ (ଆଇଓଏ)ର ସ୍ପୋର୍ଟ୍ସପର୍ସନ୍ସ ଅଫ୍‌ ଆଉଟ୍‌ଷ୍ଟାଣ୍ଡିଂ ମେରିଟ୍‌ (ଏସ୍‌ଓଏମ୍‌) ନିର୍ବାଚନ ନଭେମ୍ବର ୯ ତାରିଖରେ ଅନୁଷ୍ଠିତ ହେବ।

 

*ଗତବର୍ଷ ଏଇ ସମୟରେ*

ଲ୍ଯାଣ୍ଡଫଲ କରିଥିଲା ବାତ୍ୟା ‘ମନ୍ଥା’।

 

ପାରାଦ୍ୱୀପ ବନ୍ଦର କ୍ଷମତା ୫୦୦ ନିୟୁତ ଟନ୍‌ ହେବବୋଲି ୫୦ ହଜାର କୋଟିର ଚୁକ୍ତି ସ୍ବାକ୍ଷରିତ ହୋଇଥିଲା।

 

ରାଜଧାନୀରେ ପନିପରିବା ଦର ବଢିବ ନାହିଁ, କହିଥିଲେ ଯୋଗାଣ ମନ୍ତ୍ରୀ ଶ୍ରୀ ପାତ୍ର।

 

ବର୍ଷେ ଭିତରେ ୧୧,୨୨୩ଟି ଷ୍ଟାର୍ଟଅପ୍ ସଂସ୍ଥା ବନ୍ଦ ହୋଇ ଯାଇଥିଲା

==================

ଆଜି ଅନ୍ତର୍ଜାତୀୟ ଆନିମେସନ ଦିବସ

ଆଜି ଚେକୋସ୍ଲୋଭାକିଆ ଦେଶର ସ୍ବାଧୀନତା ଦିବସ

 

ଆଜି ଜନ୍ମଦିନ: ହେନେରୀ-3 ରୋମ ସମ୍ରାଟ, ବିଲ ଗେଟସ, ଜୁଲିଆ ରବର୍ଟସ, ଭଗିନୀ ନିବେଦିତା, ଇନ୍ଦ୍ରା ନୁୟି, ଉର୍ଜିତ ପଟେଲ

 

ଆଜି ତିରୋଧାନ: ମ୍ୟାକ୍ସ ମୁଲର

 

ଇତିହାସରେ ଆଜି: (୧୮୬୩) ଅନ୍ତର୍ଜାତୀୟ ରେଡକ୍ରସ କମିଟି ଗଠିତ/ (୧୮୯୧) ଜାପାନ ଭୂକମ୍ପରେ ୭୩୦୦ ମୃତ/ (୧୯୨୯) ଆମେରିକା ୱାଲ ଷ୍ଟ୍ରୀଟ ଶେୟାର ମାର୍କେଟରେ ସବୁଠାରୁ ବଡ଼ କ୍ଷତି/ (୨୦୦୪) ଚୀନରେ ଖୋଳାହେଲା ୪୦୦୦ ବର୍ଷର ଐତିହାସିକ ସମାଧି

===================