October 22, 2026
ajiro khabar
Share

 

ଆସନ୍ତା ୨୪ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପର ସମ୍ଭାବନା।

 

ପୁରୀ ଶ୍ରୀମନ୍ଦିରରେ ବିଜୟାଦଶମୀରେ ଆୟୁଧ ପୂଜା ଓ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ, ଆଜିଠୁ ଆରମ୍ଭ ହେବ କାର୍ତ୍ତିକ ନୀତି।

 

ଓଡ଼ିଶା ଜୀବିକା ମିସନରେ ୨୬ ଲକ୍ଷରୁ ଅଧିକ ଲକ୍ଷପତି ଦିଦି ସୃଷ୍ଟି ହୋଇଛନ୍ତି ବୋଲି କୁହାଯାଇଛି।

 

ଓଡ଼ିଶାରେ ସଂଯୁକ୍ତ ଆରବ ଏମିରେଟ୍‌ସ ରୁ ଅଢ଼େଇ ଲକ୍ଷ କୋଟି ଟଙ୍କାର ପେଟ୍ରୋଲିୟମ ନିବେଶ ହେବ। ଏବେ ମୁଖ୍ୟମନ୍ତ୍ରୀ ମାଝୀ ମୁମ୍ବାଇ ଯିବେ।

 

ଯୁକ୍ତ୨ ପରୀକ୍ଷା ପ୍ରସ୍ତୁତି: ସିସିଟିଭି ନିରୀକ୍ଷଣ ସହ ନିର୍ଦ୍ଧାରିତ ଭିତ୍ତିଭୂମି ନଥିଲେ ‌ମିଳିବନି ପରୀକ୍ଷାକେନ୍ଦ୍ର ଅନୁମତି।

 

ଇନ୍ଦ୍ରାବତୀ ବିଦ୍ୟୁତ ଉତ୍ପାଦନରେ ନୂଆ ରେକର୍ଡ, ଲଗାତାର ୧୮ଦିନ ୬୦୦ ମେଗାୱାଟ୍ ଘଣ୍ଟା ଉପରେ ଉତ୍ପାଦନ।

 

ରାଜ୍ୟରେ ବର୍ଜ୍ୟବସ୍ତୁ ଉତ୍ପାଦନକାରୀଙ୍କ ବିରୋଧରେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ।

 

କୋରାପୁଟ କୋଟିଆ ମାମଲାରେ ପୁଣି ସୁପ୍ରିମ୍‌କୋର୍ଟ ଯିବ ଓଡ଼ିଶା। ଦୁଇ ଅଧିକାରୀ କୋଟିଆରେ ଡେରା ପକାଇବେ।

 

୨୮ ତାରିଖରେ ପୁରୀ- ବାଦାମପାହାଡ଼ ଏକ୍ସପ୍ରେସ୍‌କୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବେ ରାଷ୍ଟ୍ରପତି।

 

ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାରେ ବକ୍ସାଇଟ୍ ଖଣି ଖନନକୁ ବିରୋଧ କରି ଗିରଫ ହୋଇଥିବା ନେତାଙ୍କୁ ତୁରନ୍ତ ମୁକ୍ତ କରିବାକୁ ଦାବୀ।

 

ମାସେ ପରେ ବି ଖୋଲିଲାନି ଫୁଲବାଣୀ କଳିଙ୍ଗା ଘାଟି, ୫୦ କିମି ବୁଲି ହନ୍ତସନ୍ତ ହେଉଛନ୍ତି ଲୋକେ।

 

ଚୀନ ଲିଙ୍କରେ ବାଲେଶ୍ବର ସୋରରେ ମ୍ୟୁଲ୍‌ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ପ୍ରାୟ ୨.୫ କୋଟି ଟଙ୍କାର ଠକେଇ।

 

ଭଦ୍ରକରେ ଘରୋଇ ବ୍ୟାଙ୍କ ୧୨ ଲକ୍ଷ ଋଣର ‌ଝଲକ ଦେଖାଇ ୪୦.୫୧ ଲକ୍ଷ ଟଙ୍କାର ଚୂନ ଲଗାଇଲେ।

 

କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକରେ ଲୁଣାନଦୀରେ ବୁଡ଼ି ୩ ଜଣ ସାଙ୍ଗ ପ୍ରାଣ ହରାଇଛନ୍ତି।

 

ଗଂଜାମ ବୁଗୁଡ଼ାରେ ସାଙ୍ଗକୁ ଡାକିନେଇ ତଣ୍ଟି କାଟି ହତ୍ୟା, ଅଭିଯୁକ୍ତକୁ ଗିରଫ ଦାବିରେ ଥାନା ଘେରାଉ।

 

ଯାଜପୁର ରଗଡି ଭାଲୁକାହୁଡ଼ିରେ ଭୂତଳ ଜଳରେ ବିଷ, ଅଧା ଗାଁକୁ ଗ୍ରାସିଲାଣି କିଡନି ରୋଗ।

 

ପୁରୀ କୁମ୍ଭାରପଡ଼ା ହତ୍ୟା ମାମଲା, ୨ ମାସ ପରେ ଧରାପଡ଼ିଲା ମାତୃହନ୍ତା ପୁଅ।

 

ନୟାଗଡ଼ରେ ଚାଞ୍ଚଲ୍ୟ: ୫୦୦ ଟଙ୍କା ବିଲ୍ ପାଇଁ ହତ୍ୟାକାଣ୍ଡ, ବୃଦ୍ଧଙ୍କୁ ପିଟିପିଟି ମାରିଦେଲେ।

 

ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡାରେ ଟ୍ରକ୍-କାର ମୁହାଁମୁହିଁ ଧକ୍କା; ୨ ଜଣଙ୍କର ମୃତ୍ୟୁ, ୫ ଆହତ।

 

ଗଞ୍ଜାମରେ ୧୦ ଜୁଆ ଆଡ୍ଡାରେ ଚଢ଼ାଉ: ୬୧ ଗିରଫ, ୨ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଜବତ।

 

🇳🇪

ଟିଭି ଚ୍ୟାନେଲ୍‌ଙ୍କୁ କେନ୍ଦ୍ରର ଚେତାବନୀ: ଏଆଇ ଅପବ୍ୟବହାର ରୋକ।

 

ମଣିପୁର ଅଶାନ୍ତ, ୪୮ ଘଣ୍ଟିଆ ବନ୍ଦ ପାଳନ, ରାଜ୍ୟରେ ୩ ଦିନ ମଧ୍ୟରେ ୫ ଜଣଙ୍କର ମୃତ୍ୟୁ।

 

ହାଇଦ୍ରାବାଦ ଯାଉଥିବା ବସ୍‌ରୁ ୩.୧ କେଜି ସୁନା ବିସ୍କିଟ୍‌, ସ୍କର୍ପିଓରୁ ବିପୁଳ ବିଦେଶୀ ମୁଦ୍ରା ଜବତ, ୫ ଗିରଫ।

 

ହରିଦ୍ୱାରରେ ଗଙ୍ଗା ଜଳସ୍ତର ହ୍ରାସ, ୨୦ ଦିନ ପାଇଁ ବନ୍ଦ ରହିଛି ଉପର ଗଙ୍ଗା କେନାଲ।

 

ଦିଲ୍ଲୀ ବିମାନବନ୍ଦରରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ମାନ୍‌ଙ୍କୁ ୩ ଘଣ୍ଟା ଅଟକ, ୫୦,୦୦୦ ଟଙ୍କାର ଚାଲାଣ କଟାଗଲା। ରାଜନୈତିକ ପ୍ରତିଶୋଧ ବୋଲି ଅଭିଯୋଗ।

 

ଦିଲ୍ଲୀ-ଏନ୍‌ସିଆର’ରେ ବାୟୁ ଗୁଣବତ୍ତା ଖରାପ! ଲାଗୁ ହେଲା ଜିଆରଏପି-୧ କଟକଣା।

 

ଷ୍ଟେଟବ୍ୟାଙ୍କ ଗ୍ରାହକଙ୍କ ଡାଟା ଲିକ୍: ୩,୮୯୭ ଗ୍ରାହକଙ୍କ ବିବରଣୀ ଡାର୍କ ୱେବରେ।

 

ଇଟାଲୀରେ ହିଂସାତ୍ମକ ପ୍ରଦର୍ଶନ ପାଇଁ କଠୋର ଦଣ୍ଡ, ନାବାଳକଙ୍କ ଭୁଲ୍‌ ପାଇଁ ଅଭିଭାବକ ଦେବେ କ୍ଷତିପୂରଣ।

 

ଜଳବାୟୁ ପରିବର୍ତ୍ତନ ଯୋଗୁଁ ପୃଥିବୀକୁ ବିପଦ ‘ହିଟ୍ ଷ୍ଟର୍ମ’।

 

🏏⚽🚴🏾‍♂️

ଆଜିଠାରୁ ଭାରତ-ନ୍ୟୁଜିଲାଣ୍ଡ ଟ୍ବେଣ୍ଟି-୨୦ ଶୃଙ୍ଖଳା ଆରମ୍ଭ।

 

ଯୁବା ଟ୍ବେଣ୍ଟି-୨୦ ବିଶ୍ବକପ୍‌: ୱେଷ୍ଟଇଣ୍ଡିଜ୍‌ ବିପକ୍ଷରୁ ଭାରତର ଅଭିଯାନ ଆରମ୍ଭ।

 

ଜିମ୍ବାୱେ ବିପକ୍ଷ ତୃତୀୟ ଟି-୨୦ ଜିତିଲା ଭାରତ; ୩-୦ରେ ଶୃଙ୍ଖଳା କଲା ଅକ୍ତିଆର।

 

ରଣଜୀ ଟ୍ରଫିରେ ଓଡ଼ିଶାର ପରାଜୟ ଜାରି। କେରଳଠୁ ପାଳି ଓ ୩୬ ରନ୍‌ରେ ହାରିଲା।

 

*ଗତବର୍ଷ ଏଇ ସମୟରେ*

ପୁରୀ ଶ୍ରୀମନ୍ଦିରରେ ପୁଣି ପଶିଥିଲା ମୋବାଇଲ, ଉଠିଥିଲା ଫଟୋ।

 

କଟକ ମେଡିକାଲରେ ତିନି ମାସର ଡିଜିଟାଲ ଏକ୍ସ-ରେ ଅଚଳ ହୋଇଥିଲା।

==================

ଆଜି ଜନ୍ମଦିନ: ସ୍ୱାମୀ ରାମତୀର୍ଥ, ସଂଗ୍ରାମୀ ଆସଫାକ ଉଲ୍ଲା ଖାନ, କାଦର ଖାନ, ଅମିତ ଶାହ, ପରିଣୀତି ଚୋପ୍ରା, ଜୟନ୍ତ ମହାପାତ୍ର (କଟକ), ତପନ ପ୍ରଧାନ (ଭୁବନେଶ୍ୱର)

 

ଆଜି ତିରୋଧାନ: ଅଜିତ (ହମିଦ ଖାନ)

 

ଇତିହାସରେ ଆଜି: (୧୯୪୭) କାଶ୍ମୀରରେ ପାକିସ୍ତାନ ପାସ୍ତୁନ ଆଦିବାସୀ ପଶିଲେ/ (୧୯୬୨) ଭାକ୍ରାନଙ୍ଗଲ ନଦୀ ପ୍ରକଳ୍ପ ଉଦଘାଟନ/ (୨୦୦୪) ବୈଦେଶିକ ପୁଞ୍ଜିନିବେଶ ରେ ଭାରତର ସ୍ଥାନ ୧୪/ (୨୦୦୮) ଇସ୍ରୋ ଦ୍ୱାରା ପ୍ରଥମ ଚନ୍ଦ୍ରାୟଣ-୧ ଚନ୍ଦ୍ର ମିଶନ ଆରମ୍ଭ/ (୨୦୧୬) କବାଡି ବିଶ୍ୱକପ ରେ ଭାରତ ଚାମ୍ପିୟନ

===================

*ବନ୍ଦେ ଉତ୍କଳ ଜନନୀ* 🪻🌻🪻