ଗରାମ ରେ ବିଜେପି ର ସାଂଗଠନିକ ବୈଠକ

ତିର୍ତୋଲ
( ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ )
ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଜଗନ୍ନାଥପୁର ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ପ୍ରଶାନ୍ତ କୁମାର ବାରିକ ଙ୍କ ନେତୃତ୍ବରେ ଗରାମ ପଞ୍ଚାୟତ ରେ ସନିଆ ଭାଇଙ୍କ ବାସଭବନରେ ପଞ୍ଚାୟତର ସମସ୍ତ ବିଜେପି କାର୍ଯ୍ୟକର୍ତ୍ତା ଓ ସାଥୀମାନଙ୍କୁ ନେଇ ଏକ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ଆଗାମୀ ନିର୍ବାଚନ ପ୍ରସ୍ତୁତି, ସାଂଗଠନିକ ଏକତା ଓ ଦଳକୁ ତୃଣମୂଳ ସ୍ତରରେ ଆହୁରି ସୁଦୃଢ଼ କରିବା ସହ ଆଗାମୀ ଦିନର କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା ହୋଇଥିଲା । ବୈଠକ ର ମୂଳ ଲକ୍ଷ୍ୟ ହେଉଛି ସମସ୍ତ କାର୍ଯ୍ୟକର୍ତ୍ତା ଏକଜୁଟ ହୋଇ ଭାଇଚାରା, ପାରସ୍ପରିକ ସହଯୋଗ ଓ ସାଂଗଠନିକ ଶୃଙ୍ଖଳା ସହ ଆଗକୁ ବଢ଼ିବା । ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ସମସ୍ତ ବରିଷ୍ଠ ନେତୃବୃନ୍ଦ, କାର୍ଯ୍ୟକର୍ତ୍ତା ଓ ଯୁବ ସାଥୀ ମାନଙ୍କୁ ପ୍ରଶାନ୍ତ କୁମାର ବାରିକ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି । ଉକ୍ତ ବୈଠକରେ ଏକତା ହିଁ ଆମର ଶକ୍ତି ଓ ସମସ୍ତେ ମିଶି ସଂଗଠନକୁ ଆହୁରି ମଜବୁତ କରିବା ପାଇଁ ପ୍ରଶାନ୍ତ ସମସ୍ତ ଙ୍କୁ କହିଛନ୍ତି । ଏହି ବୈଠକରେ ସାଧାରଣ ସମ୍ପାଦକ ଜୟଦେବ ନନ୍ଦ,ପଞ୍ଚାୟତ ପ୍ରମୁଖ କୈଳାଶ ଜେନା, ବରିଷ୍ଠ ବିଜେପି କର୍ମୀ ଭରତ ନାୟକ,ବିରଷ୍ଠ ଶିକ୍ଷକ ପିତାମ୍ବର ପଣ୍ଡା, ପଞ୍ଚାୟତ ବୁଥ୍ ସଭାପତି ଚନ୍ଦନ କୁମାର ମଲ୍ଲିକ ଙ୍କ ସମେତ ପଞ୍ଚାୟତ ର ଶତାଧିକ କର୍ମୀ ଏହି ବୈଠକରେ ଯୋଗଦେଇଥିଲେ ।
