October 17, 2026

ଝରାପାଲି ମାର୍କେଟ ଠାରେ ମହାସମାରୋହରେ ସାର୍ବଜନୀନ ଦୁର୍ଗା ପୂଜା ଆରମ୍ଭ 

IMG-20261017-WA0064
Share

ବରଗଡ,

 

ବରଗଡ ଜିଲ୍ଲା ଭେଡେନ ବ୍ଲକ ଝରାପାଲି ମାର୍କେଟ ଠାରେ ମହାସମାରୋହରେ ସାର୍ବଜନୀନ ଦୁର୍ଗା ପୂଜା ଆରମ୍ଭ ହୋଇଯାଇଛି। ଗତକାଲି ବିଳବ୍ ବରଣ ହୋଇ କଳସ ଯାତ୍ରା ହୋଇ ଦୁର୍ଗା ମଣ୍ଡପ ଠାରେ କଳସ ସ୍ଥାପନ ହୋଇଥିଲା। ଆଜି ଅଖଣ୍ଡ ୮୩ଟି ଦୀପ ପ୍ରଜ୍ବଳନ କରାଯାଇଛି। ମାତା ଦୁର୍ଗା ପ୍ରାଣ ପ୍ରତିଷ୍ଠା ହୋଇ ହୋମଯଜ୍ଞ ହୋଇଯାଇଛି। ଏଥିରେ କର୍ତା ଭାବରେ ରଶ୍ମିରଞ୍ଜନ ପାଢ଼ୀ ଓ ତାଂକ ଧର୍ମପତ୍ନୀ ରୁକ୍ମିଣୀ ପାଢୀ ସମସ୍ତ କାର୍ଯ୍ୟ ତୁଲାଉଛନ୍ତି।

ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ଉଦେପୁର ର ଶେଷଦେବ ପାଲା ଅନୁଷ୍ଠିତ ହେଉଛି। ଦୁର୍ଗାପୂଜା କମିଟି ସଭାପତି ଭାବେ ହରି ପଧାନ ସଂପାଦକ ଅର୍ଜୁନ କର ସମେତ ଦୁର୍ଗା କମିଟି ସମସ୍ତ କର୍ମକର୍ତ୍ତା ଓ କମିଟି ର ସମସ୍ତ ସଦସ୍ଯ ପରିଚାଳନା ରେ ସହଯୋଗ କରୁଛନ୍ତି।