ଶ୍ରୀରାମ ବିଜୟାଦଶମୀ ମହୋତ୍ସବ ରାମଲୀଳାରେ ରାମାୟଣର ଭାବଗମ୍ଭୀର ପ୍ରସଙ୍ଗ, ପ୍ରତିଭାଙ୍କୁ ସମ୍ବର୍ଦ୍ଧନାରେ ଝଲସିଲା ସପ୍ତମ ସନ୍ଧ୍ୟା
ସମ୍ବଲପୁର : ୧୭/୧୦/୨୦୨୬ : ଶ୍ରୀରାମ ବିଜୟାଦଶମୀ ମହୋତ୍ସବ ସମିତି ପକ୍ଷରୁ ଅଇଁଠାପାଲି ବୀର ବିର୍ସା ମୁଣ୍ଡା ମଇଦାନ୍ ଠାରେ ଆୟୋଜିତ ଶ୍ରୀରାମଲୀଳା ଓ ରାବଣ ଦହନ ମହୋତ୍ସବର ସପ୍ତମ ଦିବସରେ ରାମାୟଣର ବିଭିନ୍ନ ରୋଚକ ଓ ଭାବଗମ୍ଭୀର ପ୍ରସଙ୍ଗ ମଞ୍ଚସ୍ଥ ହୋଇଥିଲା । ଶବରୀଙ୍କ ସହ ଶ୍ରୀରାମଙ୍କ ଭେଟ, ଶ୍ରୀରାମ-ସୁଗ୍ରୀବ ମିତ୍ରତା, ବାଲିବଧ ଓ ସୀତା ସନ୍ଧାନ ପରି ପ୍ରସଙ୍ଗ ଦର୍ଶକଙ୍କୁ ରାମାୟଣର ଭକ୍ତି, ନିଷ୍ଠା, ବୀରତ୍ୱ ଓ ଧର୍ମରକ୍ଷାର ମହତ୍ତ୍ୱ ସହ ଯୋଡ଼ିଥିଲା ।
ପ୍ରବୀଣ କୁମାରଙ୍କ ନିର୍ଦ୍ଦେଶନାରେ ନୂଆଦିଲ୍ଲୀର ଶୁଭ ପ୍ରବେଶ ଇଭେଣ୍ଟ ପକ୍ଷରୁ ପରିବେଷିତ ରାମଲୀଳାରେ ସମ୍ପାତିଙ୍କ ସହ ଭେଟ, ଲଙ୍କିନୀଙ୍କ ସହ ସାକ୍ଷାତ, ରାବଣ-ସୀତା ସମ୍ବାଦ, ଅକ୍ଷୟ କୁମାର ବଧ ଏବଂ ରାବଣ-ହନୁମାନ ସମ୍ବାଦ ଭଳି ଦୃଶ୍ୟ ନାଟକୀୟ ଢଙ୍ଗରେ ଉପସ୍ଥାପିତ ହୋଇଥିଲା । ମଞ୍ଚ ସଂଚାଳନ କରିଥିଲେ ସମିତିର ସଭାପତି ଗିରିଶ ପଟେଲ ।
କାର୍ଯ୍ୟକ୍ରମରେ ବାଙ୍ଗାଲୋରର ଜୁହାର ପରିବାରର ବିଶ୍ୱଜିତ ପ୍ରଧାନ, ହିଣ୍ଡାଲକୋର ଶିବ ମିଶ୍ର, ସମୀର ମହାନ୍ତି, ଜିତେଶ ରଥ, ଅଜୟ କୁମାର ଏବଂ ସାମାଜିକ କର୍ମୀ ଶତ୍ରୁଘନ ଲାଲ ସାହା ଓ ପଲଟୁ ଭୈୟା ଅତିଥି ଭାବେ ଯୋଗଦେଇଥିଲେ । ମହୋତ୍ସବ ଅବସରରେ ଆୟୋଜିତ ସୁନ୍ଦର ହସ୍ତାକ୍ଷର ଲିଖନ ପ୍ରତିଯୋଗିତାରେ ସୁଶ୍ରୀ ହର୍ଷିତା ଆଚାରୀ, ଆରାଧନା ଦାସ ଓ ଲିପ୍ସା ତାଣ୍ଡି ବିଜୟୀ ହୋଇଥିଲେ । ସେହିପରି ଭକ୍ତି ସଙ୍ଗୀତ ପ୍ରତିଯୋଗିତାରେ ଚିନ୍ମୟୀ ସାହୁ, ମନମୋହନ ବେହେରା ଓ ଅଙ୍କିତା ସାହୁ କୃତିତ୍ୱ ହାସଲ କରିଥିଲେ । କୃତି ପ୍ରତିଯୋଗୀ ମାନଙ୍କୁ ମୁଖ୍ୟ ଅତିଥି ପୁରସ୍କାର ବିତରଣ କରିଥିଲେ |ପ୍ରତିଯୋଗିତାର ବିଚାରକ କମଳ ଲୋଚନ ପଣ୍ଡାଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ଆଜି ମଞ୍ଚରେ ଚିତ୍ତାକର୍ଷକ ସମ୍ବଲପୁରୀ ନୃତ୍ୟ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା |
ଏହି ପ୍ରତିଯୋଗିତା ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମକୁ ସଂଯୋଜକ ସଂସ୍କୃତିରତ୍ନ କାର୍ତ୍ତିକପ୍ରସାଦ ବହିଦାର, ସହସଂଯୋଜକ ପ୍ରଦୀପ କୁମାର ସାହୁ ଏବଂ ଡା. ରାଜାରାମ ଷଡ଼ଙ୍ଗୀ ପରିଚାଳନା କରିଥିଲେ ।
ବିଭିନ୍ନ କାର୍ଯ୍ୟକ୍ରମକୁ ମାନସ ମିଶ୍ର, ଉମାଶଙ୍କର ଦାଶ ଓ ମୋନାଲିସା ସାହୁ ସାଂସ୍କୃତିକ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ମହୋତ୍ସବର ସଫଳ ଆୟୋଜନରେ ଅରୁଣ ଭୋଇ, ଦୟାନିଧି ପ୍ରଧାନ, ରୁପେଶ କୁଅଁର, ମନୋଜ ସାହୁ, ସୁଦୀପ୍ତ କୁମାର ପଣ୍ଡା, ସୁଶାନ୍ତ ସାହୁ, ଅନୁପ ବହୁଗୁଣା , ଅନନ୍ତ କୁମାର ଗିରି, ଜୟଜିତ ସାହୁ, ସୋମନାଥ ସାହୁ, ଅଶ୍ୱିନୀ ମାଝୀ, ସୁଦୀପ କୁମାର ପରିଡ଼ା, ତପନ ମାଝୀ, ସୋନୁ ପ୍ରଧାନ, ଅନିଲ ସାହ, ଆକାଶ ପାତ୍ର, ଶନି ସିଂହ, ଦିନେଶ ସାହୁ, ରାଜ ବେହେରା, ସଞ୍ଜୟ କାହାଡ଼ିଆ, ସମୀର ଲୁହା, ମନଦୀପ ଖଡ଼ିଆ, ସ୍ୱରୂପ ସାହୁ, ମାନସ ବାଗ, ଅନିଲ ସୂର୍ଯ୍ୟବଂଶୀ ଓ ନିଖିଳ ମୁଣ୍ଡା ପ୍ରମୁଖ ସହଯୋଗ କରିଥିଲେ । ରାମାୟଣର ଆଦର୍ଶ, ଭକ୍ତି ଓ ନୈତିକ ମୂଲ୍ୟବୋଧକୁ ଜନମାନସରେ ପହଞ୍ଚାଇବା ସହ ସ୍ଥାନୀୟ ପ୍ରତିଭାଙ୍କୁ ମଞ୍ଚ ପ୍ରଦାନ କରିବାରେ ଏହି ମହୋତ୍ସବର ସପ୍ତମ ସନ୍ଧ୍ୟା ଏକ ସାଂସ୍କୃତିକ ମିଳନର ଅବସର ପାଲଟିଥିଲା ।
==============================
ସଂସ୍କୃତିରତ୍ନ କାର୍ତ୍ତିକ ପ୍ରସାଦ ବହିଦାର, ସମ୍ବଲପୁର, ଭ୍ରାମ୍ୟଭାଷ : ୯୯୩୭୪୩୭୪୩୦
