ସେଣ୍ଟ ଜାଭିୟର୍ସ ପବ୍ଲିକ ସ୍କୁଲରେ ଶାରଦୀୟ ଉତ୍ସବ ପାଳନ
ତିର୍ତ୍ତୋଲ ତା 17/10/2026 ତିର୍ତ୍ତୋଲବ୍ଲକ, ମୁଳିସିଂହ ପଞ୍ଚାୟତ ସହରହାଟ ସ୍ଥିତ ସେଣ୍ଟ ଜାଭିୟର୍ସ ପବ୍ଲିକ ସ୍କୁଲ ପରିସରରେ ସାର୍ବଜନୀନ ଶାରଦୀୟ ଉତ୍ସବ, ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି l ବିଦ୍ୟାଳୟର ଅଧ୍ୟକ୍ଷl ଜ୍ୟୋତିର୍ମୟୀ ମହାରଣା ଙ୍କ ସଭାପତିତ୍ବ ରେ ଆୟୋଜିତ ଏହି ସାରସ୍ୱତ,ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଅନୁଷ୍ଠାନର ନିର୍ଦ୍ଦେଶକ ବିକ୍ରମକୁମାର ଜେନା ମୁଖ୍ୟଅତିଥି ଭାବେ ଯୋଗଦେଇ, ହିଂସା ଉପରେ ଅହିଂସା ଓ ସତ୍ୟ ଧର୍ମ ନ୍ୟାୟ ର ବିଜୟ କୁ ଆମେ ଏହି ଶାରଦୀୟ ଉତ୍ସବ ପାଳନ କରିଆସୁଛୁ ବୋଲି, ବକ୍ତବ୍ୟ ଉପସ୍ଥାପନ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଅଶୋକ କୁମାର ସିଂହ, ପ୍ରସନ୍ନ କୁମାର ନାୟକ, ମୋନାଲିସା ଭଟ୍ଟ, ପ୍ରିୟଙ୍କା ପ୍ରିୟଦର୍ଶିନୀ ମଣ୍ଡଳ, ମିନତୀ ଦାସ, ଉଷାରାଣୀ ମହାନ୍ତି, ସନ୍ଧ୍ୟାରାଣୀ ଶାସମଲ, ମୋନାଲିସା ସାହୁ ଓ ସୋନାଲି ପାରୱାନ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ମାନେ, ଦେବୀ ମହାମାୟା ଙ୍କ ନବଦୁର୍ଗା ବେଶରେ ସଜ୍ଜିତ ହୋଇଆସିଥିବା ବିଦ୍ୟାଥୀ ମାନଙ୍କୁ ଉତ୍ସାହିତ ଓ ଅନୁପ୍ରାଣିତ କରିଥିଲେ l ଶେଷରେ ଶିକ୍ଷୟତ୍ରୀ ସୁଦେଷ୍ଣା ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର
