ଇଟାଲୀ ଦେଶ ରୋମ ଭାଟିକାନ ସିଟି ତୋରଣ ମୁଖ୍ୟ ଆକର୍ଷଣ
ଅସ୍ତରଙ୍ଗ, :ଶାରଦୀୟ ଦୁର୍ଗା ପୂଜା ପାଇଁ,ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ର ଦୁର୍ଗା କ୍ଲବ ଆନୁକୂଲ୍ୟରେ ଚଳିତ ବର୍ଷ ଦୁର୍ଗା ପୂଜା ୫୮ ବର୍ଷ ରେ ପଦାର୍ପଣ କରିଛି l ଯାହାକୁ ନେଇ ବୁଧବାର ଦିନ ଜାଗୁଳାଇ ପଡ଼ିଆ ଦୂର୍ଗା ମଣ୍ଡପ ପରିସରରେ ଅପରାହ୍ନ ୩ ଘଟିକା ସମୟ ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା l ଏହି ବୈଠକ ରେ ଦୁର୍ଗା କ୍ଲବ ସଭାପତି ଦିବ୍ୟଦର୍ଶୀ ବିଶ୍ୱାଳ ଅଧକ୍ଷତା କରିଥିବା ବେଳେ ଉପସଭାପତି ପ୍ରକାଶ ଚନ୍ଦ୍ର ବେହେରା,ସମ୍ପାଦକ ରବୀନ୍ଦ୍ର ପରିଡା ଓ ନାଟ୍ୟ ସମ୍ପାଦକ ଯୁଗଳ କିଶୋର ମହାନ୍ତି ଙ୍କ ସମେତ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ l ଅତିଥି ମାନଙ୍କ ମଧ୍ୟରେ ଅସ୍ତରଙ୍ଗ ର ଅତିରିକ୍ତ ତହସିଲଦାର ଅମିତ୍ ରାଏ, ବ୍ଲକ କନିଷ୍ଠ କିରାଣୀ ଦେବେନ୍ଦ୍ର ବାବୁ , ଅସ୍ତରଙ୍ଗ ଥାନା ଏସ୍.ଆଇ ଦିବ୍ୟରଞ୍ଜନ ସାହୁ, ଏ.ଏସ୍.ଆଇ ଜୁମର ବିଶ୍ବାଳ ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଡାକ୍ତର ସୁଜିତ୍ ମହାନ୍ତି,ଉକୁଳେଇ ବିଦ୍ୟୁତ କାର୍ଯ୍ୟାଳୟ ଲାଇନ୍ ମ୍ୟାନ ରାକେଶ ସ୍ୱାଇଁ ,ଅତିରିକ୍ତ ଶିକ୍ଷା ଅଧିକାରୀ ପ୍ରିୟ ଦର୍ଶୀ ବିଶ୍ୱାଳ,ଅଗ୍ନିଶମ ଅଧିକାରୀ ଗଗନ ମହାନ୍ତି,ଅସ୍ତରଙ୍ଗ ସାମ୍ବାଦିକ ସଙ୍ଘ ଓ ମିଡ଼ିଆ ଫୋରମ ସଦସ୍ୟ ମାନେ ଉପସ୍ଥିତ ରହି ଥିଲେ l ଚଳିତ ବର୍ଷର ତୋରଣ ଇଟାଲୀ ଦେଶ ରୋମ ସହର ଭାଟିକାନ ସିଟ ରହିଥିବା ବେଳେ,,ଭକ୍ତ ମାନଙ୍କ ପାଇଁ ନୂତନ ଆକର୍ଷଣ ହେବ ବୋଲି ଜଣା ପଡିଛି l ଆକର୍ଷଣୀୟ ଲାଇଟ ମାଳା ସହିତ ମିନା ବଜାର ଓ ଯାତ୍ରା ପାର୍ଟି ର ଆୟୋଜନ ମଧ୍ୟ କରାଯାଇଛି l ଚଳିତ ମାସ ୧୮ ତାରିଖ ରୁ ପୂଜା ଆରମ୍ଭ ହୋଈ ୨୫ ତାରିଖ ରେ ଉଦଯାପନୀ ହେବ l ଏହି ପୂଜା ରେ କେବଳ ଅସ୍ତରଙ୍ଗ ର ଦର୍ଶକ ନୁହେଁ ବରଂ କାକଟପୁର, ଚାରିଛକ, କୋଣାର୍କ, ନିମାପଡା, ଗୋପ, ଜଗତସିଂହପୁର ର ଦର୍ଶକ ମାନଙ୍କ ଭିଡ଼ ଜମେ l ଟ୍ରାଫିକ ଶୃଙ୍ଖଳା, ଅଗ୍ନି ନିୟନ୍ତ୍ରଣ, ଶ୍ରଦ୍ଧାଳୁ ଙ୍କ ଜରୁରୀ କାଳୀନ ସ୍ୱାସ୍ଥ୍ୟ ସେବା, ପ୍ରତ୍ୟେକ ବ୍ୟବସ୍ଥା କୁ ନଜର ରଖାଯିଵା ସହ,ଆସୁଥିବା ମହିଳା ଭକ୍ତ କିପରି ଶୃଙ୍ଖଳା ର ସହ ଦର୍ଶନ କରିବେ, ଅସାମାଜିକ ବ୍ୟକ୍ତି ଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ, ଏହି ବ୍ୟବସ୍ଥା କୁ କ୍ଲବ କିପରି ସୁଚାରୁ ରୂପେ ତୁଲାଇବ ତାହାକୁ ନେଇ ଆଜି ପ୍ରସ୍ତୁତି ବୈଠକ ରେ ବିଭିନ୍ନ ବିଭାଗୀୟ ଅଧିକାରୀ ଙ୍କ ସହ ଆଲୋଚନା ର ବିଷୟ ବସ୍ତୁ ରହିଥଲା l ହଜାର ହଜାର ଶ୍ରଦ୍ଧାଳୁ ଙ୍କ ଶୃଙ୍ଖଳିତ ଦର୍ଶନ ସହ ମିନା ବଜାର ରେ ଦର୍ଶକ ମାନେ କିପରି ମଜା ନେବେ, ସମସ୍ତ ଙ୍କ ପାଇଁ କ୍ଲବ ଯତ୍ନଶିଳ ହେବ ବୋଲି ସଭାପତି ଦିବ୍ୟଦର୍ଶି ବିଶ୍ୱାଳ ଗଣ ମାଧ୍ୟମ କୁ କହିଛନ୍ତି l
