October 17, 2026

ଉମରକୋଟ ପେଣ୍ଡ୍ରାଣୀ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ: ନୀତିନ ସଭାପତି, ନିତ୍ୟା ସାଧାରଣ ସମ୍ପାଦକ ୭ଟି ପଦବୀ ପାଇଁ ନିର୍ବାଚନ, ଅଧ୍ୟକ୍ଷଙ୍କ ତତ୍ତ୍ୱାବଧାନରେ ଭୋଟ ଗଣତି ସମ୍ପନ୍ନ……..

IMG-20261017-WA0025
Share

 

ଉମରକୋଟ:- (ଏମ୍.ଦୀନା°ଶୁ ଆଚାରୀ) ଉମରକୋଟ ପେଣ୍ଡ୍ରାଣୀ ଡିଗ୍ରୀ ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନରେ ନୀତିନ ଯାଦବ ସଭାପତି ଓ ନିତ୍ୟା ଗଣ୍ଡ ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ମୋଟ ୭ଟି ପଦବୀ ପାଇଁ ଅନୁଷ୍ଠିତ ଏହି ନିର୍ବାଚନରେ ବିଜୟୀ ପ୍ରାର୍ଥୀମାନେ ନିଜ ନିଜ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପରାସ୍ତ କରିଛନ୍ତି। ସଭାପତି ପଦବୀ ପାଇଁ ନୀତିନ ଯାଦବ ୫୪୩ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ରିଙ୍କୁ ରାଜୁ ୫୦୮ ଖଣ୍ଡ ଭୋଟ ପାଇଥିଲେ। ଫଳରେ ନୀତିନ ୩୫ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ଉପସଭାପତି ପଦବୀରେ ପ୍ରଦୀପ ଗଣ୍ଡ ୫୪୧ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ସୁନେଲି କନ୍ଦପାନ ୪୭୮ ଖଣ୍ଡ ଭୋଟ ପାଇଥିଲେ। ପ୍ରଦୀପ ୬୩ ଖଣ୍ଡ ଭୋଟରେ ବିଜୟ ହାସଲ କରିଛନ୍ତି। ସେହିପରି ସାଧାରଣ ସମ୍ପାଦକ ପଦବୀରେ ନିତ୍ୟା ଗଣ୍ଡ ୫୦୬ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ବିଶ୍ୱଜିତ୍ ସାହୁ ୪୬୧ ଖଣ୍ଡ ଭୋଟ ପାଇଥିଲେ। ନିତ୍ୟା ୪୫ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ସାଧାରଣ ସମ୍ପାଦକ ପଦବୀରେ ଜ୍ୟୋତି ବିଶ୍ୱାସ ୫୭୭ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ତନୁଶ୍ରୀ ବିଶ୍ୱାସ ୪୪୫ ଖଣ୍ଡ ଭୋଟ ପାଇଥିଲେ। ଜ୍ୟୋତି ୧୩୨ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି।

ନାଟ୍ୟ ସଂସଦ ସମ୍ପାଦକ ପଦବୀରେ ବିପାଶା ନାହାକ ୫୩୨ ଖଣ୍ଡ ଭୋଟ ପାଇଥିବା ବେଳେ ନିକିତା ଶିବ ୪୯୫ ଖଣ୍ଡ ଭୋଟ ପାଇଥିଲେ। ବିପାଶା ୩୭ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି। ଡିଏସ୍‌ଏ ପଦବୀରେ ମହେଶ ସାହୁ ୫୨୯ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ପୁରସ୍ତମ ଗଣ୍ଡ ୫୦୪ ଖଣ୍ଡ ଭୋଟ ପାଇଥିଲେ। ମହେଶ ୨୫ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି। କ୍ରୀଡ଼ା ସମ୍ପାଦକ ପଦବୀରେ ହେମନ୍ତ ଗଣ୍ଡ ୫୮୫ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ସୀମା ନାୟକ ୪୪୩ ଖଣ୍ଡ ଭୋଟ ପାଇଥିଲେ। ହେମନ୍ତ ୧୪୨ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ନିର୍ବାଚନ ଫଳାଫଳ ଘୋଷଣା ପରେ ସଭାପତି ପଦବୀର ପ୍ରାର୍ଥୀ ରିଙ୍କୁ ରାଜୁଙ୍କ ଅନୁରୋଧ କ୍ରମେ ଭୋଟର ପୁନଃଗଣତି କରାଯାଇଥିଲା। ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଅନିଲ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ନିର୍ବାଚନ ଓ ଭୋଟ ଗଣତି ସମ୍ପନ୍ନ ହୋଇଥିଲା। ଏଥିରେ ଅଧ୍ୟାପକ ରାମଶଙ୍କର ପଟ୍ଟନାୟକ, ଡକ୍ଟର ପ୍ରଦୋଷ ପଟ୍ଟନାୟକ, ଡକ୍ଟର ଚିନ୍ମୟ କୁମାର ରାଉତ ଓ ଅଧ୍ୟାପକ ସମୀର ମହାନ୍ତିଙ୍କ ସମେତ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ନିର୍ବାଚନ କାର୍ଯ୍ୟରେ ସହଯୋଗ କରିଥିଲେ।

You may have missed