ଆଜିର ଖବର…
୧-ସାଧାରଣ ନିର୍ବାଚନକୁ ଟପିଗଲା ଛାତ୍ର ସଂସଦ ନିର୍ବାଚନ:ଥର୍ ଗାଡ଼ି ଶୋଭାଯାତ୍ରା ତ କେଉଁଠି ହେଲା JCBରୁ ଫୁଲ ବର୍ଷା। କେଉଁଠି ବୋମାମାଡ ତ କେଉଁଠି ରାସ୍ତା ରୋକ।
୨-ଭୁବନେଶ୍ୱର:ଅନ୍ତ୍ୟୋଦୟ ଗୃହ ଯୋଜନାର ଅବଧି ୨ ବର୍ଷ ବୃଦ୍ଧି କଲେ ରାଜ୍ଯ ସରକାର।
୩-ଲୋକଭବନରେ କମ୍ଭମ୍ ପାଟିଙ୍କୁ ଦିଆଗଲା ବିଦାୟ ସମ୍ବର୍ଦ୍ଧନା,୧୮ରେ ଶପଥ ନେବେ ନୂଆ ରାଜ୍ୟପାଳ।୧୭ରେ ୩୦୦ ଅତିଥି ନେଇ ଆସୁଛନ୍ତି ବ୍ରଜ ମୋହନ ରାମ।
୪-ଫେବ୍ରୁୟାରୀ ୧୦ ତାରିଖରେ ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର ତାଲିକା, ଜାନୁଆରୀ ୧ ତାରିଖରେ ପ୍ରକାଶ ପାଇବ ଚିଠା ଭୋଟର ତାଲିକା।
୫-ଜନସାଧାରଣଙ୍କ ପାଇଁ ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ ଏବଂ ହ୍ଵାଟ୍ସଆପ୍ ସେବା ଖୋଲିଲା ଅଗ୍ନିଶମ ବିଭାଗ:9237046977
୬-ଯାଜପୁର ରୋଡ଼: ରଗଡ଼ି ସରକାରୀ ପଲିଟେକନିକରେ ହାଇଡ୍ରାମା, ଭିଡ଼ିଗଲେ ଦୁଇ ଅଧ୍ୟାପକ, ଉପରକୁ ମଇଳା ପାଣି ଫିଙ୍ଗିଲେ ଅଧ୍ୟାପିକା।
୭-ଓଡ଼ିଶାରୁ ବିଦାୟ ନେଲା ଦକ୍ଷିଣ-ପଶ୍ଚିମ ମୌସୁମୀ; ଉତ୍ତର-ପୂର୍ବ ମୌସୁମୀ ବାୟୁର ପ୍ରଭାବକୁ ନେଇ ଚର୍ଚ୍ଚା ଆରମ୍ଭ।
୮-ଭୁବନେଶ୍ୱର: ପୋଲିସ ସବ୍ ଇନସ୍ପେକ୍ଟର୍ ପରୀକ୍ଷା ଅନିୟମିତତା ,୧୨ଟି ସ୍ଥାନରେ ପୁଣି ଇଡିର ଚଢ଼ଉ।
୯-ସକ୍ରିୟ ଟ୍ରଫ୍ ଲାଇନ୍ ପ୍ରଭାବରେ ପାର୍ବଣରେ ଓଡ଼ିଶାରେ ବର୍ଷା ଭୟ; ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ଘଡ଼ଘଡ଼ି ସହ ବହିବ ପବନ।
୧୦-ନଅ ମାସରେ ୨୮୩ କୋଟିର ସାଇବର ଠକେଇ, ଫେରିଲା ମାତ୍ର ୬ କୋଟି ୯୫ ଲକ୍ଷ ୯୭ ହଜାର ଟଙ୍କା।
୧୧-ବାରିପଦା: ନଭେମ୍ବର ୧ରୁ ଖୋଲିବ ଶିମିଳିପାଳ, ପ୍ରତ୍ୟେକ ଯାନ ସହ ଜଣେ ଗାଇଡ୍ ଯିବା ବାଧ୍ୟତାମୂଳକ ରହିଛି।
୧୨-ମହିଳା କ୍ରିକେଟ: ଭାରତ – ଜିମ୍ବାୱେ ପ୍ରଥମ ଟି୨୦ ଆଜି; ଆରମ୍ଭ ହେବ ମାନ୍ଧାନାଙ୍କ ଯୁଗ।
୧୩-ଯନ୍ତର ମନ୍ତରକୁ ପ୍ରତିବାଦ ସ୍ଥଳ ତାଲିକାରୁ ହଟାଇବା ଘଟଣା ; କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍।
୧୪-ଉତ୍ତର ପ୍ରଦେଶ:ନୂଆ ନିୟମ ; ଦୋକାନରେ ମିଠା ଟ୍ରେରେ ରହିବ Expiry Date ; ବାସି ମିଠା ବିକିଲେ ଗଣିବେ ଜୋରିମାନା।
୧୫-SIR ବିବାଦ ମଧ୍ୟରେ ନିର୍ବାଚନ ଆୟୋଗଙ୍କ ବଡ଼ ଘୋଷଣା, ୧୭ ରାଜ୍ୟଙ୍କ ଭୋଟର ଲିଷ୍ଟର ହେବ SSR।
୧୬-ଅଭିଜିତ ଦୀପକେଙ୍କ ‘ତ୍ରିରଙ୍ଗା ମାର୍ଚ୍ଚ’ ଉପରେ ରୋକ୍ ଲଗାଇବାକୁ ମନା କଲେ ହାଇକୋର୍ଟ।
୧୭-ଧର୍ମ ବଦଳାଇଲେ ସଂରକ୍ଷଣର ସୁବିଧା ମିଳିବ ନାହିଁ- ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି।
୧୮-ଦୁବାଇରେ ବିଳାସପୂର୍ଣ୍ଣ ଘର କିଣିଲେ ସୂର୍ଯ୍ୟକୁମାର ଯାଦବ: ହେବେ ଶାହରୁଖ ଖାନଙ୍କ ପଡ଼ୋଶୀ।
୧୯-ନଭେମ୍ବର ୧, ୨୦୨୬ରୁ ଦେଶରେ କଲ୍ କରୁଥିବା ବ୍ୟକ୍ତିଙ୍କ ନାଁ ଓ ମୋବାଇଲ୍ ନମ୍ବର ଦେଖାଇବା ବ୍ୟବସ୍ଥା ଲାଗୁ କରିବାକୁ ଟେଲିକମ୍ ବିଭାଗର ନିର୍ଦ୍ଦେଶ।
୨୦-ଇସଲାମାବାଦ,ପେଶାୱାରର:ପାଠ ପଢୁଥିଲେ ପିଲା; ଉପରୁ ଖସିଲା ଛାତ, ଆଖି ବୁଜିଲେ ୩୪ ଛାତ୍ରଛାତ୍ରୀ ଓ ଶିକ୍ଷୟିତ୍ରୀ।
୨୧-ହର୍ମୁଜରେ ବୁଡ଼ିଗଲା କାର୍ଗୋ ଜାହାଜ, ପାଣିରେ ଭାସୁଛି ହଜାର ହଜାର ଆଇଫୋନ୍ ଓ ପର୍ଫ୍ୟୁମ୍ ବକ୍ସ !
