October 16, 2026

ଗଜପତି ଜିଲ୍ଲାରେ ଜନସାଧାରଣଙ୍କ ଅଧିକାର, ନ୍ୟାୟ ଓ ସଚେତନତା ପାଇଁ କାମ କରିବାକୁ ନେଇ ମାନବାଧିକାର କର୍ମକର୍ତ୍ତାଙ୍କ ପ୍ରସ୍ତୁତି ବୈଠକ ଅନୁଷ୍ଠିତ 

IMG-20261015-WA0075
Share

 

 

ପାରଳାଖେମୁଣ୍ଡି:୧୫/୧୦(ଗରୁଡ଼ ଧ୍ଵଜ ଚୌଧୁରୀ) ୟୁନାଇଟେଡ୍ ହ୍ୟୁମାନ ରାଇଟ୍ସ ଆଣ୍ଡ ଆଣ୍ଟି କରପ୍ସନ କାଉନ୍ସିଲ୍ (UHRAC), ଗଜପତି ଜିଲ୍ଲା ବୋର୍ଡ ପକ୍ଷରୁ ମାନବାଧିକାର ସୁରକ୍ଷା, ଦୁର୍ନୀତି ବିରୋଧୀ ପଦକ୍ଷେପ ଓ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏକ ପ୍ରସ୍ତୁତି ବୈଠକ ଗୁରୁବାର ପୂର୍ବାହ୍ନ ୧୧ ଟାରେ (୧୫/୧୦/୨୬ )ପାରଳାଖେମୁଣ୍ଡିସ୍ଥିତ ବିଶ୍ୱନାଥ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଥିଲା।ଗଜପତି ଜିଲ୍ଲା ସଭାପତି ରାହୁଲ ହରଙ୍କ ନେତୃତ୍ୱରେ ଏବଂ UHRACର ମହିଳା ସଭାନେତ୍ରୀ ତନୁଜା ଶତପଥୀଙ୍କ ନେତୃତ୍ୱରେ ଏହି ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଥିଲା। ଏଥିରେ ମହିଳା ଉପସଭାନେତ୍ରୀ ଜସ୍ମିନ୍ ଶେଖ ଓ ରାୟଗଡ଼ା ବ୍ଲକ ସଭାପତିଙ୍କ ସମେତ ଅନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ।

ଏହି ବୈଠକରେ UHRACର ଷ୍ଟେଟ୍ ପ୍ରେସିଡେଣ୍ଟ ଆନନ୍ଦ ଶତପଥୀ ମହୋଦୟ ଜୁମ୍ ମିଟିଂ ମାଧ୍ୟମରେ ଯୋଗଦେଇ ଉପସ୍ଥିତ ସଦସ୍ୟମାନଙ୍କୁ ସଂଗଠନର ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ଦିଗ୍‌ଦର୍ଶନ ଦେଇଥିଲେ। ସଂଗଠନକୁ ଆଗକୁ ନେବା, ସଦସ୍ୟତା ବୃଦ୍ଧି କରିବା ଏବଂ ଜନସାଧାରଣଙ୍କ ହିତ ପାଇଁ ବିଭିନ୍ନ ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମ ହାତକୁ ନେବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଏଥିସହ ମାନବାଧିକାର ସୁରକ୍ଷା ଓ ଜନସଚେତନତା କ୍ଷେତ୍ରରେ ସମସ୍ତେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ।

ବୈଠକରେ ମାନବାଧିକାର ସୁରକ୍ଷା, ଦୁର୍ନୀତି ବିରୋଧୀ ପଦକ୍ଷେପ, ନାଗରିକ ସଶକ୍ତୀକରଣ, ଆଇନଗତ ସଚେତନତା ଓ ସାମାଜିକ ବିକାଶ ଭଳି ପାଞ୍ଚଟି ପ୍ରମୁଖ ବିଷୟ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଗଜପତି ଜିଲ୍ଲାର ସାଧାରଣ ଜନତାଙ୍କ ଅଧିକାରର ସୁରକ୍ଷା, ନ୍ୟାୟ ପ୍ରଦାନ ଦିଗରେ ସହଯୋଗ ଏବଂ ଲୋକମାନଙ୍କ ମଧ୍ୟରେ ଆଇନ ସମ୍ପର୍କିତ ସଚେତନତା ବୃଦ୍ଧି କରିବା ଉପରେ ସଦସ୍ୟମାନେ ଗୁରୁତ୍ୱ ଦେଇଥିଲେ।ଆଗାମୀ ଦିନରେ UHRAC ପକ୍ଷରୁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସଂଗଠନର କାର୍ଯ୍ୟକଳାପକୁ ବ୍ୟାପକ କରିବା ସହ ଅଧିକରୁ ଅଧିକ ଲୋକଙ୍କୁ ସଦସ୍ୟ ଭାବେ ସାମିଲ କରିବା ନିମନ୍ତେ ପଦକ୍ଷେପ ନେବାକୁ ଆଲୋଚନା ହୋଇଥିଲା। ସମାଜର ଅବହେଳିତ ଓ ଅସହାୟ ବର୍ଗର ଲୋକଙ୍କ ସମସ୍ୟା ଉପରେ ଧ୍ୟାନ ଦେବା ସହ ସେମାନଙ୍କ ଅଧିକାର ଓ ନ୍ୟାୟ ପାଇଁ ସମସ୍ତେ ମିଳିତ ଭାବେ କାର୍ଯ୍ୟ କରିବାକୁ ଏକମତ ହୋଇଥିଲେ ଜନସାଧାରଣଙ୍କ ହିତକୁ ପ୍ରାଥମିକତା ଦେଇ ମାନବାଧିକାର ସୁରକ୍ଷା, ଦୁର୍ନୀତି ବିରୋଧୀ ସଚେତନତା ଓ ସାମାଜିକ ନ୍ୟାୟ ପ୍ରତିଷ୍ଠା ଦିଗରେ UHRACର କାର୍ଯ୍ୟକୁ ଆଗାମୀ ଦିନରେ ଅଧିକ ସୁଦୃଢ଼ କରିବାକୁ ବୈଠକରେ ଆଲୋଚନା ହୋଇଥିଲା।

You may have missed