October 15, 2026

କୋଟପାଡ଼ କୃଷକ କଲ୍ୟାଣ ମଞ୍ଚ ପକ୍ଷରୁ ବନ୍ୟା ସହାୟତା ଉଦେଶ୍ୟରେ ସ୍ଥାନୀୟ ତହସିଲଦାର ଓ ବିଡ଼ିଓ ଙ୍କ ଜରିଆରେ ଜ଼ିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ 

IMG-20261015-WA0073
Share

 

 

 

କୋଟପାଡ଼- କୋରାପୁଟ ଜିଲ୍ଲା କୋଟପାଡ ଅଂଚଲ ରେ ଚଳିତ ବନ୍ୟା ଯୋଗୁଁ ବ୍ୟାପକ ଧାନ ଫସଲ ସହ ଅନ୍ୟାନ୍ୟ ଫସଲ କ୍ଷୟକ୍ଷତି ହେଇଥିବା ଯୋଗୁଁ ବର୍ତମାନ ଚାଷୀ ସର୍ବସ୍ବାନ୍ତ ହେଇଥିବା ଚାଷୀ ମହଲରେ ଆଲୋଚନାର ବିଷୟବସ୍ତୁ ପାଲଟି ଥିବାବେଳେ ଅଧିକାଂଶ ଚାଷ ଜମି ଏଵେ କାଦୁଅ ଲେପ ହେଇ ଗଲାଣି

ଆଉ ଧାନ କିମ୍ବା ଋତୁ କାଳୀନ ଫସଲ ହେବାର ସମ୍ଭାବନା ନାହିଁ l ତେଣୁ ସରକାର। ବନ୍ୟା ରିଲିଫ୍ କୋଡ ଅନୁଯାଇ କ୍ଷତି ପୁରଣ ଦେବାସହ ଭାଙ୍ଗି ଥିବାଗୃହ ହିତାଧିକାରୀ ଙ୍କୁ ପୂର୍ଣ୍ଣ ସହାୟତା ଯୋଗାଇବା ନେଇ ଗୁରୁବାର ଦିନ କୋଟପାଡ କୃଷକ କଲ୍ୟାଣ ମଞ୍ଚ ତରଫରୁ ୧୦ ଦୋଫା ଦାବିପତ୍ର ଜ଼ିଲ୍ଲା ପାଳଙ୍କ ଉଦେଶ୍ୟ ରେ ସ୍ଥାନୀୟ ତହୋସିଲ ଦାର ଓ ବିଡିଓ ଙ୍କୁ ଦାବିପୋତ୍ର ପ୍ରଦାନ କରିଥିଲେ l ବର୍ତ୍ତମାନ ସୁଦ୍ଧା କ୍ଷୟ କ୍ଷତି ଆକଳନ ତାଲିକା ସରକାର ଙ୍କ ପାଖରେ ପ୍ରଦାନ ହୋଇ ନ ଥିବାରୁ ଚାଷୀ ଅସନ୍ତୋଷ ପ୍ରକାଶ କରିଥିଲେ.ଏଥିରେ କୃଷକ କଲ୍ୟାଣ ମଞ୍ଚର ସଭ୍ୟ. ରାଜ ମୋହନ ଭଣ୍ଡାରୀ. ପପୁ ପରିଡା.ବାପୁନ ତ୍ରିପାଠୀ.ସୀତାନାଥ ବିଶ୍ୱାଳ, ,ନରସିଂହ ସେଠୀ,ପୁରନ ନାୟକ. ତ୍ରିନାଥ ସ୍ୱାଇଁ. ବାବୁଲି ଚାଲାଣ. ଲକ୍ଷ୍ମୀ ସାହୁ. ପ୍ରକାଶ ପଟ୍ଟନାୟକ. ସୀତାନାଥ ବିଶ୍ୱାଳ. ସଞ୍ଜୟ ବେହେରା ଙ୍କ ସମେତ କୃଷକ କଲ୍ୟାଣ ମଞ୍ଚର କର୍ମକର୍ତ୍ତା ଉପସ୍ଥିତ ଥିଲେ lକୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ନିୟୁସ ଉପାନ୍ତ ଖବର.

You may have missed