October 10, 2026

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୯ତମ ଜୟନ୍ତୀ ପାଳିତ: କୋରାପୁଟ ଗୋପବନ୍ଧୁ ପାର୍କରେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ଶ୍ରଦ୍ଧାଞ୍ଜଳି                    

IMG-20261010-WA0006
Share

୦୯/୧୦/୨୦୨୬(ଗୁପ୍ତେଶ୍ୱର ରଥ କୋରାପୁଟ)

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୯ତମ ଜୟନ୍ତୀ ପାଳିତ: କୋରାପୁଟ ଗୋପବନ୍ଧୁ ପାର୍କରେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ଶ୍ରଦ୍ଧାଞ୍ଜଳି।ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୯ତମ ଜୟନ୍ତୀ ପାଳିତ: କୋରାପୁଟ ଗୋପବନ୍ଧୁ ପାର୍କରେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ଶ୍ରଦ୍ଧାଞ୍ଜଳିଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୯ତମ ଜୟନ୍ତୀ ପାଳିତ: କୋରାପୁଟ ଗୋପବନ୍ଧୁ ପାର୍କରେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ଶ୍ରଦ୍ଧାଞ୍ଜଳି । ଆଜି ଓଡ଼ିଶାର ଅମର ସନ୍ତାନ, ମହାନ ଜନନାୟକ ତଥା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୯ତମ ଜୟନ୍ତୀ କୋରାପୁଟ ଜିଲ୍ଲାରେ ବେଶ୍ ଉତ୍ସାହ ଓ ଭକ୍ତିପୂତ ପରିବେଶରେ ପାଳିତ ହୋଇଯାଇଛି। ଏହି ଅବସରରେ କୋରାପୁଟ ସ୍ଥିତ ଗୋପବନ୍ଧୁ ପାର୍କ ଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ଅତିଥିମାନେ ଯୋଗଦେଇ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରିବା ସହ ତାଙ୍କର ଅମର ସ୍ମୃତିଚାରଣ କରିଥିଲେ କାର୍ଯ୍ୟକ୍ରମରେ ଯୋଗଦେଇ କୋରାପୁଟ ବିଧାୟକ ରଘୁରାମ ମାଚ୍ଛ ଗୋପବନ୍ଧୁଙ୍କ ଆଦର୍ଶକୁ ମନେ ପକାଇ କହିଥିଲେ, “ଗୋପବନ୍ଧୁ କେବଳ ଏକ ବ୍ୟକ୍ତି ନୁହଁନ୍ତି, ସେ ଥିଲେ ଏକ ଯୁଗ, ଏକ ଚିନ୍ତାଧାରା ଏବଂ ଓଡ଼ିଶାର ପ୍ରାଣସ୍ପନ୍ଦନ। ତ୍ୟାଗ, ସେବା ଓ ମାନବିକତାର ଯେଉଁ ବାର୍ତ୍ତା ସେ ଦେଇଯାଇଛନ୍ତି, ତାହା ଆଜିର ସମାଜ ପାଇଁ ଅଧିକ ପ୍ରାସଙ୍ଗିକ ଏବଂ ଆମ ସମସ୍ତଙ୍କ ପାଇଁ ଏହା ଅନୁସରଣୀୟ।” ଏହି ସ୍ମୃତିଚାରଣ ସଭା ଏବଂ ମାଲ୍ୟାର୍ପଣ ଉତ୍ସବରେ କୋରାପୁଟ ଉପଜିଲ୍ଲାପାଳ ଫାବି ରସିଦ୍, ଜୟପୁର ଉପଜିଲ୍ଲାପାଳ ଶୁଭ୍ରା ପଣ୍ଡା, ଜିଲ୍ଲା ସଂସ୍କୃତି ଅଧିକାରୀ ପ୍ରୀତିସୁଧା ଜେନା, ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ରୂପକ ତୁରୁକ ପ୍ରମୁଖ ଉପସ୍ଥିତ ରହି ଉତ୍କଳମଣିଙ୍କ ଜୀବନଦର୍ଶନ ଉପରେ ଆଲୋକପାତ କରିଥିଲେ। ଏହାସହ ସ୍ମୃତି କମିଟିର ସମସ୍ତ ସଭ୍ୟମାନେ ମଧ୍ୟ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସାଫଲ୍ଯମଣ୍ଡିତ କରିଥିଲେ।