October 5, 2026

ଅଧା ରାସ୍ତାରେ ଅଟକିଲା ପ୍ରଭୂ ଗଜାନନଙ୍କ ଭଷାଣୀ ମେଢ।ପୋଲିସ ସାମ୍ନାରେ ହୋହଲ୍ଲା ନୀରବ ଦ୍ରଷ୍ଟା ପୋଲିସ।

IMG-20261005-WA0012
Share

 

ଅଧା ରାସ୍ତାରେ ଅଟକିଲା ପ୍ରଭୂ ଗଜାନନଙ୍କ ଭଷାଣୀ ମେଢ଼। ପୋଲିସ ଉପସ୍ଥିତିରେ ହୋହଲ୍ଲା ଓ ଧସ୍ତାଧସ୍ତି।ଅଭିଯୋଗ ପରେବି ନୀରବଦ୍ରଷ୍ଟା ସାଜିଛି ପାରାଦ୍ଵୀପ ଲକ୍ ପୋଲିସ। ଏପରି ଘଟଣା ଘଟିଛି ପାରାଦ୍ଵୀପ ଲକ୍ ଥାନା ଅଧୀନ ପାରାଦ୍ଵୀପ ଗଡ଼ ପଞ୍ଚାୟତ ନିମିଢ଼ି ଗ୍ରାମରେ।ତେବେ ପ୍ରଭୁ ଗଜାନନଙ୍କ ପୂଜା ଦୀର୍ଘ ୩୦ବର୍ଷ ଧରି ନିମିଢ଼ି ଗ୍ରାମରେ ଥିବା ନିତାଇଗୌର ୟୁଥ୍ କ୍ଳବ୍ ଆଣ୍ଡ ପାଠା ଗାର ପକ୍ଷରୁ କରାଯାଉଥିବା ବେଳେ ଚଳିତ ବର୍ଷ ଭଷାଣୀ ଉତ୍ସବରେ ଗ୍ରାମର ଅଧା ରାସ୍ତାରେ ଅଟକି ରହିଛନ୍ତି ପ୍ରଭୂ ଗଜାନନ।ମାତ୍ର ପ୍ରଭୁ ଗଜାନନଙ୍କ ଭଷାଣୀ ଉତ୍ସବ ନିମନ୍ତେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ନିତାଇଗୌର ୟୁଥ୍ କ୍ଳବ୍ ପକ୍ଷରୁ ପୋଲିସ ପ୍ରଶାସନ ଠାରୁ ପରୀମିସନ୍ ଆଣିଛନ୍ତି ଓ ଭଷାଣୀ ଉତ୍ସବରେ ପାରାଦ୍ଵୀପ ଲକ୍ ପୋଲିସ ଉପସ୍ଥିତ ଥିବା ବେଳେ କିପରି ଏହି ଭଷାଣୀ ଉତ୍ସବରେ ଦୋନ୍ଦ୍ ଉପୁଜିଲା ତାହାକୁ ନେଇ ଚର୍ଚ୍ଚା ଜୋର ଜୋରଧରିଛି।ଏଥିସହିତ ମେଢ଼ ଅଧା ରାସ୍ତାରେ ଅଟକି ରହିଥିବା ବେଳେ ଲକ୍ ଥାନା ପକ୍ଷରୁ ପୋଲିସ ମୁତୟନ କରାଯାଇଥିବା ବେଳେ ଏ ପର୍ଯ୍ୟନ୍ତ କୌଣସି ସମାଧାନ କରାଯାଇନାହିଁ।ଯାହାକୁ ନେଇ ନିମିଢି ନିତାଇଗୌର ୟୁଥ୍ କ୍ଲବ୍ ପକ୍ଷରୁ କ୍ଷବ ପ୍ରକାସ ପାଇଛି। ତେବେ ଏପରି ଘଟଣା ଘଟାଇଥିବା ବ୍ୟକ୍ତିମାନଙ୍କ ପ୍ରତି ଯଦି ପାରାଦ୍ଵୀପ ଲକ୍ ଥାନା ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରେ ତାହାଲେ ଥାନା ଘେରାଉ କରିବା ସହ ରାଜ ରାସ୍ତାକୁ ଓହ୍ଲାବାକୁ ଚେତାବନୀ ଦେଇଛନ୍ତି ନିତାଇଗୌର ୟୁଥ୍ କ୍ଲବର ସଦସ୍ୟ ମାନେ।

 

 

 

ତେବେ ପୋଲିସ ପ୍ରଶାସନ ସାମ୍ନାରେ କାହିଁକି ଏପରି ଅପ୍ରତିକର ଘଟଣା ଘଟିଲା ତାହାକୁ ନେଇ ପାରାଦ୍ଵୀପ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।( ପାରାଦ୍ୱୀପ ରୁ ଦେବାଶିଷ ପାଣି ଙ୍କ ରିପୋର୍ଟ ଉପାନ୍ତ ଖବର )