October 4, 2026

ନବରଙ୍ଗପୁରର ଓଡ଼ିଆ ଭାଷା-ସାହିତ୍ୟ ସମୃଦ୍ଧିରେ ଉପାନ୍ତ ଅଞ୍ଚଳର ଅବଦାନ ଅନନ୍ୟ, ଜିଲ୍ଲାସ୍ତରୀୟ ସାରସ୍ୱତ ଆଲୋଚନାଚକ୍ର ଓ କବିତା ପାଠ ଉତ୍ସବ ଅନୁଷ୍ଠିତ……..

IMG-20261004-WA0166
Share

 

 

ଉମରକୋଟ:- (ଏମ୍.ଦୀନା°ଶୁ ଆଚାରୀ) ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ବିକାଶ ସହ ଉପାନ୍ତ ଅଞ୍ଚଳର ସାରସ୍ୱତ ପ୍ରତିଭାକୁ ମୁଖ୍ୟସ୍ରୋତ ସହ ଯୋଡ଼ିବା ଉଦ୍ଦେଶ୍ୟରେ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଦାସିଆ ସାଂସ୍କୃତିକ ପରିଷଦ, ଉମରକୋଟର ମିଳିତ ସହଯୋଗରେ ସ୍ଥାନୀୟ ଏସ୍‌.ଏସ୍‌. ଇଣ୍ଟରନ୍ୟାସନାଲ ହୋଟେଲଠାରେ ଜିଲ୍ଲାସ୍ତରୀୟ ଏକଦିବସୀୟ ସାରସ୍ୱତ ଆଲୋଚନାଚକ୍ର ଓ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଓଡ଼ିଶା ସାହିତ୍ୟ ଏକାଡେମୀର ଉପସଚିବ ସଞ୍ଜୟ କୁମାର ଛୁଆଳସିଂହ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ବାବୁରାମ ପାତ୍ର ‘ବନ୍ଦେ ଉତ୍କଳ ଜନନୀ’ ସଂଗୀତ ଗାନ କରିଥିଲେ। ଶିକ୍ଷାବିତ ଉମେଶ ଚନ୍ଦ୍ର ଭୁକ୍ତା ବିଶିଷ୍ଟ ଅତିଥି, ଓଡ଼ିଶା ସାହିତ୍ୟ ଏକାଡେମୀର ପ୍ରାକ୍ତନ ସଦସ୍ୟ ବଲ୍ଲଭ ରାଉତ ବରେଣ୍ୟ ଅତିଥି ଓ ପଦ୍ମନାଭ ସେଠୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ସଭାପତି ଟୁଟୁବାବୁ ପଟ୍ଟନାୟକ ସଭାପତିତ୍ୱ କରିଥିଲେ। ଆଲୋଚକ ଭାବେ ଜଳନ୍ଧର ସ୍ୱାଇଁ, ଡ. ପ୍ରଦୀପ କୁମାର ମିଶ୍ର ଓ ପ୍ରଫୁଲ୍ଲ କୁମାର ରାଉତ ଯୋଗଦେଇ ‘ଓଡ଼ିଆ ଭାଷା ସାହିତ୍ୟର ଶ୍ରୀବୃଦ୍ଧିରେ ନବରଙ୍ଗପୁର ଜିଲ୍ଲାର ଅବଦାନ’ ସମ୍ପର୍କରେ ଆଲୋଚନା କରିଥିଲେ। ପରିଷଦର ସଭ୍ୟା ରାଧାରାଣୀ ସରକାର ଅତିଥି ପରିଚୟ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ଛୁଆଳସିଂହ ନବରଙ୍ଗପୁର ଜିଲ୍ଲାରେ ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଦାସିଆ ସାଂସ୍କୃତିକ ପରିଷଦର ମିଳିତ ପ୍ରୟାସକୁ ପ୍ରଶଂସା କରିଥିଲେ। ଉପାନ୍ତ ଅଞ୍ଚଳର ସାରସ୍ୱତ ପ୍ରତିଭା ଓ ସାହିତ୍ୟିକ କାର୍ଯ୍ୟକଳାପ ପ୍ରତି ଏକାଡେମୀର ସ୍ୱତନ୍ତ୍ର ଦୃଷ୍ଟିଭଙ୍ଗୀ ଓ ଗୁରୁତ୍ୱ ସର୍ବଦା ରହିବ ବୋଲି ସେ କହିଥିଲେ। ଏଥିସହ ଆସନ୍ତା ବର୍ଷଠାରୁ ବିଶିଷ୍ଟ ଛନ୍ଦକବି ରଘୁନାଥ ପଟ୍ଟନାୟକଙ୍କ ଜୟନ୍ତୀ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ପାଳନ କରାଯିବ ବୋଲି ସେ ସୂଚନା ଦେଇଥିଲେ। ବିଶିଷ୍ଟ ବାଗ୍ମୀ ବଲ୍ଲଭ ରାଉତ ଭାଷା ଓ ଭାବନା ହିଁ ମଣିଷ ମଧ୍ୟରେ ସମ୍ପର୍କକୁ ଦୃଢ଼ କରିଥାଏ ଏବଂ ଏହି ସମ୍ପର୍କ ଏକ ସୁଦୃଢ଼ ରାଷ୍ଟ୍ର ଗଠନରେ ସହାୟକ ହୋଇଥାଏ ବୋଲି ମତବ୍ୟକ୍ତ କରିଥିଲେ। ପରିଷଦର ଉପଦେଷ୍ଟା ସମୀର କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଶତାଧିକ କବିଙ୍କ କବିତାରେ ମୁଖରିତ ହେଲା ସାରସ୍ୱତ ମଞ୍ଚ ଦ୍ୱିତୀୟ ଅଧିବେଶନରେ କବିତା ପାଠ ଉତ୍ସବ ଆୟୋଜିତ ହୋଇଥିଲା। କେଦାରେଶ୍ୱର ପଟ୍ଟନାୟକ ସଭାପତିତ୍ୱ କରିଥିବାବେଳେ ପରୀକ୍ଷିତ ସାହୁ, ରାମକୃଷ୍ଣ ନାୟକ ଓ ନମିତା ମହାପାତ୍ର ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ। ବିଜୟଲକ୍ଷ୍ମୀ ପାଣିଗ୍ରାହୀ, ରାଧାରାଣୀ ସରକାର ଓ ସ୍ୱାଗତିକା ସାହୁ ସଂଯୋଜନା କରିଥିଲେ। ଏହି କବିତା ପାଠ ଉତ୍ସବରେ ଅଭିଭକ୍ତ କୋରାପୁଟ ଜିଲ୍ଲାର ଶତାଧିକ କବି ଓ କବୟିତ୍ରୀ ଯୋଗଦେଇ ନିଜ ନିଜ କବିତା ପାଠ କରିଥିଲେ। ଏକାଡେମୀ ପକ୍ଷରୁ ସେମାନଙ୍କୁ ପାରିତୋଷିକ ଓ ପ୍ରଶସ୍ତିପତ୍ର ପ୍ରଦାନ କରାଯାଇଥିଲା। ଦିବସବ୍ୟାପୀ ଏହି ସାରସ୍ୱତ କାର୍ଯ୍ୟକ୍ରମକୁ ସଫଳ କରିବାରେ ବିରଞ୍ଚି ସୁନାନୀ, ସମୀର କୁମାର ପ୍ରଧାନ, ସାଗର କୁମାର ପରିଡ଼ା, ରାଜକିଶୋର ନାୟକ, ନିଗମ କୁମାର ସାହୁ,ସୁରେଶ ଚନ୍ଦ୍ର ପଣ୍ଡା, ବିମଳ କୁମାର ବାରୋଇ, ବିଷ୍ଣୁ ପ୍ରସାଦ ସାହୁ, ରଞ୍ଜନ ଗୌଡ଼, ଗଣେଶ ପ୍ରସାଦ ରଣା, ଶାନ୍ତିଲତା ମହାନ୍ତି, ସବିତା ସେନାପତି, ସଞ୍ଜୟ କୁମାର ସାମଲ, ନୀଳକଣ୍ଠ ଚମ୍ପତି, ବିବେକାନନ୍ଦ ପଟ୍ଟନାୟକ, ନମିତା ବିଶ୍ୱାସ, ମୀନାକ୍ଷୀ ଚୌଧୁରୀ, ଶୁଭସ୍ମିତା ପଟ୍ଟନାୟକ, ଅଞ୍ଜନ କୁମାର ଦାଶ, ଅଭୟ କୁମାର ମିଶ୍ର, ଷ୍ଟାଲିନ ସାମନ୍ତରାୟ, ସତ୍ୟେନ୍ଦ୍ର ରାଉତ, ରାଜେଶ ଜୀ ଓ ଜଗବନ୍ଧୁ ବଡ଼ସେଠ ପ୍ରମୁଖ ସକ୍ରିୟ ଭୂମିକା ନିର୍ବାହ କରିଥିଲେ। ଶେଷରେ ସତ୍ୟେନ୍ଦ୍ର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।

You may have missed