October 4, 2026

ଖଣ୍ଡଦେଉଳି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ବୈଠକ..

IMG-20261003-WA0120
Share

ଖଣ୍ଡଦେଉଳି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ବୈଠକ :–ସାନଖେମୁଣ୍ଡି (ବିଜୟ କୁମାର ପ୍ରଧାନ ) ସାନଖେମୁଣ୍ଡି ବ୍ଳକ ଅନତର୍ଗତ ଛଣମେରି ଗ୍ରାମପଞ୍ଚାୟତ ଅଧିନସ୍ଥ ଖଣ୍ଡଦେଉଳି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଶନିବାର ଦିନ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ମାସିକ ବୈଠକ ସିଆରସିସି ଶ୍ରୀ ମନୋଜ କୁମାର ପ୍ରଧାନ ଙ୍କ ତତତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସିଙ୍ଗପୁର ଆଞ୍ଚଳିକ ସାଧନ କେନ୍ଦ୍ରର ସମସ୍ତ ଶିକ୍ଷକ ,ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ। ଏହି ସଭାରେ ପୋଡ଼ା ମାରି ଚୈତନ୍ୟ ବିଦ୍ୟାପୀଠ ର ପ୍ରଧାନ ଶିକ୍ଷକ ଶ୍ରୀ ଟୁକୁନା ପ୍ରଧାନ , ସରକାରୀ ଓକିଲ ଶ୍ରୀ ବିଜୟ କୁମାର ପ୍ରଧାନ, ବିଦ୍ୟାଳୟ ର ଏସଏମସି ସଭାପତି ତଥା ବିଦ୍ୟାଳୟ ର ଆଲୁମିନି କମିଟି ର ସଭାପତି ଶ୍ରୀ ନାରାୟଣ ମଣ୍ଡଳ ଉପସ୍ଥିତ ଥିଲେ। ବିଦ୍ୟାଳୟର ପରିସର ତଥା ବିଦ୍ୟାଳୟ ର ଉନ୍ନତି ଓ ଉନ୍ନତ ଶିକ୍ଷାଦାନ ବ୍ୟବସ୍ଥା ବିଷୟ ରେ ଆଲୋଚନା ହୋଇଥିଲା। ପଞ୍ଚପଦୀ ଲେସନ ପ୍ଲାନ ବିଷୟରେ ସିଆରସିସି ଆଲୋଚନା କରିଥିଲେ।

ଶ୍ରୀ ଟୁକୁନା ପ୍ରଧାନ ଓ ଶ୍ରୀ ବିଜୟ କୁମାର ପ୍ରଧାନ ବିଦ୍ୟାଳୟ ର ପୁରାତନ ଛାତ୍ର ହିସାବରେ ନିଜର ଅଭିଭାଷଣ ପ୍ରଦାନ ପୂର୍ବକ ନିଜର ସ୍ମୃତି ସାଉଁଟି ଥିଲେ। ସମସ୍ତେ ବିଦ୍ୟାଳୟ ର ଉନ୍ନତି ଦେଖି ବିଦ୍ୟାଳୟର ସମସ୍ତ ଶିକ୍ଷକ ,ଶିକ୍ଷୟିତ୍ରୀଙ୍କୁ ପ୍ରଶଂସା କରିଥିଲେ। ଉକ୍ତ ବୈଠକକୁ ସ୍କୁଲର ଛାତ୍ର ଛାତ୍ରୀ ମାନେ ସମ୍ପୂର୍ଣ ସହଯୋଗ କରିଥିଲେ।