ଜଳ, ଜମି, ଜଙ୍ଗଲ, ଥାଇବି ବିକାଶ ଅପେକ୍ଷାରେ
ବୋଲଗଡ଼, (ଉପାନ୍ତ ଖବର):ନାଁ ଶୁଣିଲେ ଛୋଟ ଗାଁ ମନେହୁଏ – ପାଟବନ୍ଧ। ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ସାଗରଗୁଆଁ ପଞ୍ଚାୟତର ଏହି ଗାଁକୁ ପ୍ରକୃତି ଦୁଇ ହାତରେ ଭରି ଦେଇଛି। ଗାଁ ମୁଣ୍ଡରେ କୁଳୁକୁଳୁ ନଈ, ପାଖରେ ସବୁଜ ଘଞ୍ଚ ବନାନୀ, ତଳେ ବିସ୍ତୀର୍ଣ୍ଣ ଉର୍ବର ଭୂମି। ବିକାଶର ତିନି ମୂଳଧନ ଜଳ, ଜମି, ଜଙ୍ଗଲ ଏଠାରେ ପରିପୂର୍ଣ୍ଣ। ହେଲେ ବିଡମ୍ବନା ହେଲା, ଏତେ ସମ୍ପଦ ଥାଇ ବି ପାଟବନ୍ଧ ଆଜି ବି ଅଭାବ ଭିତରେ।
ବର୍ଷା ଦିନେ ନଈରେ ପ୍ରଚୁର ଜଳ। ମା’ ବୁଢୀଦେଇ ଜଳ ପ୍ରକଳ୍ପ ଓ କେନାଲ ମଧ୍ୟ ଅଛି। ହେଲେ କେନାଲଟି ଖାଲ ଜାଗାରେ ନିର୍ମାଣ ହୋଇଥିବାରୁ ପାଣି ଖାଲ ଦେଇ ବହି ଯାଉଛି। ଗାଁର ଅଧିକାଂଶ ଚାଷ ଜମି ଢିପ ଅଞ୍ଚଳରେ। ତେଣୁ ନଈ ପାଣି ଗ୍ରାଭିଟିରେ ଢିପ ଜମିକୁ ମାଡି ପାରୁନାହିଁ। ଚାଷୀ କେବଳ ନିରୀହ ଆଖିରେ ଚାହିଁ ରହୁଛି।
ଯଦି ନଈର ଉପଯୁକ୍ତ ସ୍ଥାନରେ ୨ରୁ ୩ଟି ଛୋଟ ଚେକ୍ ଡ୍ୟାମ୍ ନିର୍ମାଣ କରାଯାଏ, ତେବେ ବର୍ଷା ଜଳ ଅଟକି ରହିବ। ସେହି ଜଳକୁ ଲିଫ୍ଟ ଇରିଗେସନ ବା ସୌର ପମ୍ପ ମାଧ୍ୟମରେ ସହଜରେ ଢିପ ଜମିକୁ ନିଆଯାଇ ପାରିବ। ଏହାସହ କେନାଲର ପୁନରୁଦ୍ଧାର କରାଗଲେ ଦୁଇ ଫସଲ ସହ ଅର୍ଥକାରୀ ଫସଲ ବି ସମ୍ଭବ ହେବ।
ବର୍ତ୍ତମାନ ଅଧିକାଂଶ ଚାଷୀ କେବଳ ଧାନ ଉପରେ ନିର୍ଭରଶୀଳ। ଢିପ ଜମି ହେତୁ ବର୍ଷା ଜଳ ସହ ମାଟି ଧୋଇ ହେଉଛି ଓ ରାସାୟନିକ ସାର ଫଳରେ ଉର୍ବରତା କମୁଛି। ଏହାର ସ୍ଥାୟୀ ସମାଧାନ ହେଉଛି ଜଳ ବିଭାଜିକା ପ୍ରକଳ୍ପ (Watershed)। ମେଢ଼ ବନ୍ଧ, କମ୍ପୋଷ୍ଟ ଗାତ, ମିଶ୍ରିତ ଚାଷ ତଥା ମାଣ୍ଡିଆ, କୁଳଥ, ବିରି, ବାଦାମ ଭଳି କମ୍ ପାଣିର ଫସଲକୁ ପ୍ରୋତ୍ସାହନ ଦେଲେ ଢିପ ଜମି ବି ସୁନା ଫଳାଇବ।
ପାଟବନ୍ଧ ଜଙ୍ଗଲରେ ଶାଳ, ମହୁଲ, ଚାର, କେନ୍ଦୁ ଓ ମୂଲ୍ୟବାନ ଔଷଧୀୟ ବୃକ୍ଷ ଭରି ରହିଛି। ସଂରକ୍ଷଣ ଅଛି, ମାତ୍ର ସଦୁପଯୋଗ ନାହିଁ। VSS ସକ୍ରିୟ ହୋଇ ମହୁଲ ଫୁଲ, କେନ୍ଦୁ ପତ୍ର, ମହୁ ସଂଗ୍ରହକୁ ସଂଘ ମାଧ୍ୟମରେ ବିକ୍ରି କଲେ ପ୍ରତି ପରିବାର ବର୍ଷକୁ ୨୦ରୁ ୩୦ ହଜାର ଟଙ୍କା ଅତିରିକ୍ତ ରୋଜଗାର କରିପାରିବ।
ପ୍ରକୃତି ସବୁ ଦେଇଛି, ଏବେ ଦରକାର କେବଳ ମିଳିମିଶି କରିବାର ଇଚ୍ଛା। ସରପଞ୍ଚ, ଫରେଷ୍ଟର, କୃଷି ଅଧିକାରୀଙ୍କୁ ନେଇ ଏକ ଯୌଥ ବୈଠକ, MGNREGA ରେ ଚେକ୍ ଡ୍ୟାମ୍ ଓ ୧୦ ଜଣ ଯୁବକଙ୍କୁ ନେଇ ‘ଜଳ-ଜଙ୍ଗଲ-ଜମି ବିକାଶ ବାହିନୀ’ ଗଠନ କରି ପ୍ରଥମେ ୫ ଏକରରେ ପରୀକ୍ଷାମୂଳକ ଦୁଇ ଫସଲ କରି ଦେଖାଇଲେ, ଅନ୍ୟମାନେ ନିଶ୍ଚୟ ଅନୁସରଣ କରିବେ।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ
ବୋଲଗଡ଼,୦୩/୧୦ (ଉପାନ୍ତ ଖବର):ନାଁ ଶୁଣିଲେ ଛୋଟ ଗାଁ ମନେହୁଏ – ପାଟବନ୍ଧ। ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ସାଗରଗୁଆଁ ପଞ୍ଚାୟତର ଏହି ଗାଁକୁ ପ୍ରକୃତି ଦୁଇ ହାତରେ ଭରି ଦେଇଛି। ଗାଁ ମୁଣ୍ଡରେ କୁଳୁକୁଳୁ ନଈ, ପାଖରେ ସବୁଜ ଘଞ୍ଚ ବନାନୀ, ତଳେ ବିସ୍ତୀର୍ଣ୍ଣ ଉର୍ବର ଭୂମି। ବିକାଶର ତିନି ମୂଳଧନ ଜଳ, ଜମି, ଜଙ୍ଗଲ ଏଠାରେ ପରିପୂର୍ଣ୍ଣ। ହେଲେ ବିଡମ୍ବନା ହେଲା, ଏତେ ସମ୍ପଦ ଥାଇ ବି ପାଟବନ୍ଧ ଆଜି ବି ଅଭାବ ଭିତରେ।