October 3, 2026

ପ୍ରାଣନାଥ ଅଟୋନୋମସ୍ କଲେଜରେ ABVPର ସ୍ୱଚ୍ଛତା ଅଭିଯାନ ଗାନ୍ଧୀ ଜୟନ୍ତୀରେ ସ୍ୱଚ୍ଛତା ଓ ସେବାର ବାର୍ତ୍ତା ଦେଲେ ବିଦ୍ୟାର୍ଥୀ

IMG-20261002-WA0106
Share

 

ଖୋର୍ଦ୍ଧା:(ପ୍ରିୟଙ୍କା ମହାପାତ୍ର) ମହାତ୍ମା ଗାନ୍ଧୀଙ୍କ ଜନ୍ମଜୟନ୍ତୀ ଅବସରରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP) ଖୋର୍ଦ୍ଧା ପ୍ରାଣନାଥ ଅଟୋନୋମସ୍ କଲେଜ କ୍ୟାମ୍ପସ୍ ୟୁନିଟ୍ ପକ୍ଷରୁ କଲେଜ ପରିସରରେ ସ୍ୱଚ୍ଛତା ଅଭିଯାନ ଆୟୋଜିତ ହୋଇଯାଇଛି।

ଏହି ଅଭିଯାନରେ ଖୋର୍ଦ୍ଧା ଜିଲ୍ଲା ନଗର ବିସ୍ତାରକ ସାଇ ଜୀବନ ଜ୍ୟୋତି, ଜିଲ୍ଲା ସଂଯୋଜକ ଦଧିବାମନ ଦାସ, ରାଜ୍ୟ କ୍ରୀଡ଼ା ସହ-ସଂଯୋଜିକା ଡି. ନନ୍ଦିନୀ, ଜିଲ୍ଲା ଛାତ୍ରୀ ପ୍ରମୁଖ ପ୍ରଜ୍ଞା ପାରମିତା ପରିଡ଼ା, ଜିଲ୍ଲା ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ସାହୁ, ଜିଲ୍ଲା C.D.D. ସୁପ୍ରକାଶ ବେହେରା ଏବଂ ଜିଲ୍ଲା S.F.S. ଶୁଭମ ବେହେରାଙ୍କ ସମେତ ବହୁ ଜିଲ୍ଲାସ୍ତରୀୟ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ।ସେହିପରି +୩ ପ୍ରାଣନାଥ କ୍ୟାମ୍ପସ୍ ୟୁନିଟ୍ ପକ୍ଷରୁ ତୁଳସୀ ମହାରଣା, ସାସ୍ୱତୀ ପରିଡ଼ା, ଶ୍ରୀମାନ ସୁବ୍ରତ କୁମାରଙ୍କ ସମେତ ଅନ୍ୟ କ୍ୟାମ୍ପସ୍ ସ୍ତରୀୟ କାର୍ଯ୍ୟକର୍ତ୍ତା ଅଭିଯାନରେ ସାମିଲ ହୋଇଥିଲେ।କାର୍ଯ୍ୟକର୍ତ୍ତାମାନେ କଲେଜ ପରିସର ସଫେଇ କରିବା ସହ ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱଚ୍ଛ, ସୁସ୍ଥ ଓ ଅନୁକୂଳ ଶିକ୍ଷା ପରିବେଶ ଗଠନର ବାର୍ତ୍ତା ଦେଇଥିଲେ।ଏହା ସହିତ ଗାନ୍ଧୀ ଜୟନ୍ତୀ ଅବସରରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଯାଇଥିଲା। ଗାନ୍ଧୀଜୀଙ୍କ ସ୍ୱଚ୍ଛତା, ଶୃଙ୍ଖଳା ଓ ସେବାର ଆଦର୍ଶକୁ ସ୍ମରଣ କରି ଆୟୋଜିତ ଏହି ଅଭିଯାନ ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ସାମାଜିକ ଦାୟିତ୍ୱବୋଧ ଓ ସ୍ୱଚ୍ଛତା ପ୍ରତି ସଚେତନତା ସୃଷ୍ଟି କରିଥିଲା।