ଗଜପତି:-କୋର୍ ଇଞ୍ଜିନିୟରିଂରେ AI ଏବଂ ମେସିନ୍ ଲର୍ଣ୍ଣିଂର ପ୍ରୟୋଗ’ ଉପରେ ଦୁଇ ସପ୍ତାହିଆ ଫ୍ୟାକଲ୍ଟି ଡେଭଲପମେଣ୍ଟ ପ୍ରୋଗ୍ରାମର ଉଦ୍ଘାଟନ
ସେଞ୍ଚୁରିଅନ୍ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ (ସିୟୁଟିଏମ) ପାରଳାଖେମୁଣ୍ଡି ପରିସରରେ “AI ଏବଂ ମେସିନ୍ ଲର୍ନିଙ୍ଗ ଏପ୍ଲିକେସନ ଇନ କୋର୍ ଇଞ୍ଜିନିୟରିଂ”” ବିଷୟବସ୍ତୁ ଉପରେ ଦୁଇ ସପ୍ତାହିଆ ଫ୍ୟାକଲ୍ଟି ଡେଭଲପମେଣ୍ଟ ପ୍ରୋଗ୍ରାମ (ଏଫଡିପି) ଆଜି ଉଦ୍ଘାଟିତ ହୋଇଛି।
ଏହି କାର୍ଯ୍ୟକ୍ରମଟି ନ୍ୟାସନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ପାଟନା ଏବଂ ସିୟୁଟିଏମ ପାରଳାଖେମୁଣ୍ଡିର ସ୍କୁଲ୍ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ଅଧୀନସ୍ଥ ଇସିଇ ଓ ଇଇଇ ବିଭାଗର ମିଳିତ ଆୟୋଜନରେ ଅନୁଷ୍ଠିତ ହେଉଛି। ଏହାକୁ ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ଇନ୍ଫର୍ମେସନ୍ ଟେକ୍ନୋଲୋଜି ମନ୍ତ୍ରଣାଳୟ (ମେଇଟି) ପକ୍ଷରୁ ସମର୍ଥନ ମିଳିଛି।
ଏହି ଏଫଡ଼ିପି ୧ ଅକ୍ଟୋବରରୁ ୧୦ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ଆୟୋଜିତ ହେଉଛି। କୋର୍ ଇଞ୍ଜିନିୟରିଂ କ୍ଷେତ୍ରରେ ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ (AI) ଏବଂ ମେସିନ୍ ଲର୍ନିଙ୍ଗ (ML)ର ପ୍ରୟୋଗ ସମ୍ପର୍କରେ ଅଧ୍ୟାପକମାନଙ୍କ ଜ୍ଞାନ ଓ ଦକ୍ଷତା ବୃଦ୍ଧି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ।
ଉଦ୍ଘାଟନୀ ସମାରୋହରେ ପ୍ରଥମେ ଅତିଥିମାନଙ୍କୁ ସ୍ୱାଗତ କରା ଯାଇଥିଲା ଏବଂ ପରେ ପାରମ୍ପରିକ ଦୀପ ପ୍ରଜ୍ଜ୍ୱଳନ କରା ଯାଇଥିଲା। କାର୍ଯ୍ୟକ୍ରମର କନ୍ଭିନର ଡ. ପ୍ରଭାତ କୁମାର ପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରି AI ଏବଂ ମେସିନ୍ ଲର୍ନିଙ୍ଗ କିପରି ଆଧୁନିକ ଇଞ୍ଜିନିୟରିଂ ଶିକ୍ଷା, ଗବେଷଣା ଏବଂ ଶିଳ୍ପ କ୍ଷେତ୍ରକୁ ପ୍ରଭାବିତ କରୁଛି ସେ ସମ୍ପର୍କରେ ଆଲୋକପାତ କରିଥିଲେ।
ଏହାପରେ ସିୟୁଟିଏମ ସ୍କୁଲ୍ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜିର ଡିନ୍ ଡ. ପ୍ରଫୁଲ୍ଲ କୁମାର ପଣ୍ଡା, ସିୟୁଟିଏମ ର ଡାଇରେକ୍ଟର ଆଡମିନିଷ୍ଟ୍ରେସନ୍ ଡ. ଦୁର୍ଗା ପ୍ରସାଦ ପାଢ଼ୀ ଏବଂ ସିୟୁଟିଏମ ର ରେଜିଷ୍ଟ୍ରାର ଡ. ଅନିତା ପାତ୍ର ନିଜ ନିଜ ଅଭିଭାଷଣ ପ୍ରଦାନ କରିଥିଲେ।
ମୁଖ୍ୟ ଅତିଥି ଡେପୁଟି ଡାଇରେକ୍ଟର ଜେନେରାଲ୍ ଟେଲିକମ୍ ଶ୍ରୀ ସୁବ୍ରତ ପୃଷ୍ଟି ଉଦ୍ଘାଟନୀ ଅଭିଭାଷଣ ପ୍ରଦାନ କରିବା ସହ ଆନୁଷ୍ଠାନିକ ଭାବେ ଏଫଡ଼ିପି ର ଉଦ୍ଘାଟନ କରିଥିଲେ। ସେ ତାଙ୍କ ଅଭିଭାଷଣରେ ଦ୍ରୁତ ଗତିରେ ବିକଶିତ ହେଉଥିବା ଇଞ୍ଜିନିୟରିଂ ଏବଂ ଟେଲିକମ୍ୟୁନିକେସନ୍ କ୍ଷେତ୍ରରେ ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ ଓ ମେସିନ୍ ଲର୍ନିଙ୍ଗ ଭଳି ଆଧୁନିକ ପ୍ରଯୁକ୍ତିର ବଢ଼ୁଥିବା ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।
ଶେଷରେ ଏଫଡିପି ପରିଚାଳକ ଡା ପ୍ରଜ୍ଞା ପରିମିତା ପ୍ରଧାନଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ ସହ ଉଦ୍ଘାଟନୀ ସମାରୋହ ସମାପ୍ତ ହୋଇଥିଲା। ଏହାପରେ ଏଫଡିପି ର ବୈଷୟିକ ଅଧିବେଶନ ଆରମ୍ଭ ହୋଇଥିଲା।
ଏହି ଏଫଡିପି ମାଧ୍ୟମରେ ଅଧ୍ୟାପକମାନଙ୍କୁ AI ଓ ମେସିନ୍ ଲର୍ନିଙ୍ଗ ର ଆଧୁନିକ ପଦ୍ଧତି, ଉପକରଣ ଏବଂ କୋର୍ ଇଞ୍ଜିନିୟରିଂ କ୍ଷେତ୍ରରେ ଏହାର ବିଭିନ୍ନ ପ୍ରୟୋଗ ସମ୍ପର୍କରେ ଜ୍ଞାନ ପ୍ରଦାନ କରାଯିବ। ଏହା ଜ୍ଞାନ ବିନିମୟ, ଦକ୍ଷତା ବିକାଶ, ଆନ୍ତଃବିଭାଗୀୟ ସହଯୋଗ ଏବଂ ନୂତନ ଶିକ୍ଷା ଓ ଗବେଷଣା ପଦ୍ଧତିର ବିକାଶରେ ସହାୟକ ହେବ।
——————————————
ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି(ଗଜପତି)
——————————————-
