ସାଗରଗୁଆଁରେ ପବିତ୍ର ରଥଯାତ୍ରା ମହାସମାରୋହରେ ପାଳିତ।
ସାଗରଗୁଆଁରେ ପବିତ୍ର ରଥଯାତ୍ରା ମହାସମାରୋହରେ ପାଳିତ।
ବୋଲଗଡ଼,୨୦/୦୬(ଉପାନ୍ତ ଓଡିଶା):ବୋଲଗଡ଼ ବ୍ଲକ ଅନ୍ତର୍ଗତ ସାଗରଗୁଆଁ ଗ୍ରାମରେ ୧୮୧୭ ମସିହା ଭାରତ ର ପ୍ରଥମ ସଂଗ୍ରାମର ସହିଦ କାଳିଆ ଭୁଇଁମୁଳ ସ୍ମୃତି ପରିଷଦ ବାଙ୍କୋଇ ସତ୍ ସେବାସଂଘ ସାଗର ଗୁଆଁ ମିଳିତ ଆନୁକୂଲ୍ୟରେ ସାଗରଗୁଆଁ ଠାରେ ଶ୍ରୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପବିତ୍ର ରଥଯାତ୍ରା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ତଥା ଶହିଦ ଙ୍କର ଦାୟଦ ସ୍ତୁତିପରିଷଦର କାର୍ଯ୍ୟ କାରି ସଭାପତି କୃଷ୍ଣ ଚନ୍ଦ୍ର ପଟ୍ଟନାୟକ ରଥରେ ଚତୁର୍ଦ୍ଧା ମୂର୍ତ୍ତିଙ୍କର ଅବସ୍ଥାନ କଲାପରେ ଛେରାପହଁରା କାର୍ଯ୍ୟ କ୍ରମ ସମାପନ କରିଥିଲେ।
ପଣ୍ଡିତ ରବିନ୍ଦ୍ର କୁମାର ରାୟଗୁରୁ ତଥା ଶ୍ରୀ ଭଗବାନ ରଥ ହୋମ ତଥା ମହାପ୍ରଭୁ ମାନଙ୍କର ପହଣ୍ଡି କାର୍ଯ୍ୟ କ୍ରମ ରେ ସହଯୋଗ କରିଥିଲେ।କାର୍ଯ୍ୟ କ୍ରମ ରେ ଧର୍ମାନନ୍ଦ ପରିଡା,ବାବାଜୀ ଚରଣ ସ୍ୱାଇଁ ଡାହୁକ ହୋଇଥିଲା ବେଳେ ତପ ଦଳାଇ ତୁରୀ ବାଦନକରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସୁବାଷ ଚନ୍ଦ୍ର ରାୟଗୁରୁ, ସରପଞ୍ଚ ରମା ମଣିଦେଇ, ସୈଲନ ପଟ୍ଟନାୟକ, ଜିତେନ୍ ପଟ୍ଟନାୟକ ସୁବାସିନୀ ପଟ୍ଟନାୟକ, ଜନ୍ମଜୟ ପଟ୍ଟନାୟକ, ସୌଦାମିନୀ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଥିଲେ। ଏହି ଅବସରରେ ଭକ୍ତିପୂତ ଭାବରେ ହରିବୋଲ, ହୁଳହୁଳି ଘଣ୍ଟବାଦନ, ନାମ ସଂକୀର୍ତ୍ତନ ସହ ସଫଳ ପୁର୍ବକ ରଥଟଣା କାର୍ଯ୍ୟ କରାଯାଇଥିଲା।ତତ୍ ସହିତ ବହୁ ଭକ୍ତ ମାନଙ୍କର ସମାଗମ ହୋଇଥିବାର ପରିଲିକ୍ଷିତ ହୋଇ ଥିଲା।
(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ।)