October 2, 2026

ବରିଷ୍ଠ ନାଗରିକଙ୍କ ହାଡ଼ ସ୍ୱାସ୍ଥ୍ୟ ନେଇ 7SVFର ସଚେତନତା ଶିବିର ଅନୁଷ୍ଠିତ

IMG-20261001-WA0005
Share

 

ପୁରୀ: ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ-୨୦୨୬ ଅବସରରେ 7SVF ପକ୍ଷରୁ ପୁରୀ ଗାନ୍ଧୀ ପାର୍କଠାରେ ଏକ ସ୍ୱାସ୍ଥ୍ୟ ପରୀକ୍ଷଣ ଓ ସଚେତନତା ଶିବିର ଆୟୋଜିତ ହୋଇଛି। ବରିଷ୍ଠ ନାଗରିକଙ୍କ ମଧ୍ୟରେ ବଢ଼ୁଥିବା ଅଷ୍ଟିଓପୋରୋସିସ୍, ହାଡ଼ର ଦୁର୍ବଳତା ଓ ଏହା ସହିତ ଜଡ଼ିତ ଗତିଶୀଳତା ହ୍ରାସ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

7SVFର ନିର୍ଦ୍ଦେଶକ ଡା. ସିଦ୍ଧାର୍ଥ ଶେଖର ପାତ୍ର ଏବଂ ଶ୍ରୀମତୀ ଅପର୍ଣ୍ଣା ମହାନ୍ତିଙ୍କ ନେତୃତ୍ୱରେ 7svf ର କାର୍ଯ୍ୟକର୍ତ୍ତାମାନ ଙ୍କୁ ନେଇ ଏକ ସ୍ୱାସ୍ଥ୍ୟ ଶିବିର କରାଯାଇଥିଲା । ଶିବିରରେ ଅଂଶଗ୍ରହଣକାରୀଙ୍କର ହାଡ଼ର ଘନତା (Bone Density), ରକ୍ତ ଶର୍କରା (Blood Sugar) ଏବଂ ରକ୍ତଚାପ (BP) ପରୀକ୍ଷା କରାଯାଇଥିଲା।

ଅଷ୍ଟିଓପୋରୋସିସ୍ ଯୋଗୁଁ ହାଡ଼ ଦୁର୍ବଳ ହେବା ସହ ବୟସ୍କ ବ୍ୟକ୍ତିମାନଙ୍କର ଚଳପ୍ରଚଳନ ଓ ଦୈନନ୍ଦିନ ଜୀବନ ପ୍ରଭାବିତ ହୋଇପାରେ। ଏହାକୁ ଦୃଷ୍ଟିରେ ରଖି ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା, ପ୍ରାରମ୍ଭିକ ଚିହ୍ନଟ ଏବଂ ହାଡ଼ର ସ୍ୱାସ୍ଥ୍ୟ ପ୍ରତି ସଚେତନତାର ଆବଶ୍ୟକତା ଉପରେ ଶିବିରରେ ଗୁରୁତ୍ୱ ଦିଆଯାଇଥିଲା।

ବରିଷ୍ଠ ନାଗରିକଙ୍କୁ ସୁସ୍ଥ, ସକ୍ରିୟ ଓ ସ୍ୱାଧୀନ ଜୀବନଯାପନ ପାଇଁ ପ୍ରୋତ୍ସାହିତ କରିବା ସହିତ ହାଡ଼ ସ୍ୱାସ୍ଥ୍ୟ ସମ୍ପର୍କିତ ସମସ୍ୟାର ପ୍ରାରମ୍ଭିକ ଚିହ୍ନଟ ନେଇ ସଚେତନତା ବୃଦ୍ଧି କରିବାରେ ଏହି ଶିବିର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହୋଇଥିଲା।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

You may have missed