October 1, 2026

ମାଉଲି ମା କୃଷକ ଉତ୍ପାଦକ କମ୍ପାନୀର ବାର୍ଷିକ ସାଧାରଣ ସଭା 

IMG-20260930-WA0070
Share

 

ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ସାଲିମି ପଂଚାୟତ ନୂଆଗୁଡା ଗ୍ରାମରେ ମାଉଲି ମା କୃଷକ ଉତ୍ପାଦକ ସଂଗଠନ ତରଫରୁ ବାର୍ଷିକ ସାଧାରଣ ସଭା ମହା ସମାରୋହରେ ଆଜି ଆୟୋଜନ କରାଯାଇଅଛି। ଏହି ସଭାରେ ମାଥିଲି ବ୍ଲକ ର ଆମ୍ବଗୁଡା, ଚାଉଳମେନ୍ଦି, ମାଥିଲି, ମହୁପଦର,ଟେମୁରୁପାଲି ଓ ସାଲିମି ଗ୍ରାମପଂଚାୟତରୁ ୧୫୦ ରୁ ଉର୍ଦ୍ଧ ସଂଗଠନର ସମସ୍ତ BOD ସଭ୍ୟା,ସହଯୋଗୀ ସଭ୍ୟା ଓ ସାଧାରଣ ସଭ୍ୟାଙ୍କ ସମେତ ଉପସ୍ଥିତ ଥିଲେ। କୃଷକ ଉତ୍ପାଦକ ସଂଗଠନରେ ସାମିଲି କରି ଚାଷୀ ମାନଙ୍କୁ ବିଭିନ୍ନ ସରକାରୀ ଓ ବେସରକାରୀ ଯୋଜନା ବିଷୟରେ ଅବଗତ କରିବା, ଆଧୁନିକ ଜ୍ଞାନ କୌଶଳ ବିଷୟରେ ଉପଯୁକ୍ତ ସୂଚନା ଓ ତାଲିମି ଦେବା, ବହୁମୁଖୀ ଚାଷ କରିବା ପାଇଁ ଚଷୀ ମାନଙ୍କୁ ସହଯୋଗ କରିବା ଓ ସୁଲଭ ମୂଲ୍ୟରେ ବିହନ, ସାର, ଔଷଧ, ଚାରା ଓ କୃଷି ଯନ୍ତ୍ରପାତି ଯୋଗାଇ ଦେଇ ଚାଷୀମାନଙ୍କୁ କିପରି ଲାଭ ପହଂଚାଇବା ହେଉଛି ଏହି ସଭାର୍ସ ମୁଖ୍ୟ ଲକ୍ଷ୍ୟ। କେବଳ ଏତିକି ନୁହେଁ, ଉତ୍ପାଦକ ସଂଗଠନ ର ବାର୍ଷିକ ଖର୍ଚ୍ଚ, ଆଦାୟ, ଜମା ରାଶି, ଲାଭ ଓ ଭବିଷ୍ୟତ ବ୍ୟବସାୟ ଯୋଜନା ପ୍ରସ୍ତୁତି ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। କୃଷକ ଉତ୍ପାଦକ କମ୍ପାନୀରେ ବିକାଶ ନିମନ୍ତେ ୧୦୦୦ ଅଂଶୀଦାରୀ, ୧୦୦୦୦୦୦ ଅଂଶଧାନ ବୃଦ୍ଧି କରିବା, ସାଲିମି ଓ ମହୁପଦର ପଂଚାୟତରେ ଦୁଇଗୋଟି ଆଉଟଲେଟ (ଦୋକାନ ) ଖୋଲାଯିଵା ନିମନ୍ତେ ନିଷ୍ପତି ନିଆଯାଇଥିଲା।ଉକ୍ତ ସଭାର ପ୍ରାରମ୍ଭିକ ପର୍ଯ୍ୟୟ ରେ BOD ସଭ୍ୟା ମାନେ ଅତିଥି ମାନଙ୍କ ସହିତ ପ୍ରଦୀପ ପ୍ରଜ୍ବଳନ ଓ ପୁଷ୍ପମାଲ୍ୟ ଦେଇ ଉଦଘାଟନ କରିଥିଲେ। ହର୍ଷ ଟ୍ରଷ୍ଟ ର ଜିଲ୍ଲା ସଂଯୋଜକ ଶ୍ରୀ କୋୖସ୍ତଭକ୍ରିଷ୍ଣା ଦତ୍ତ, ଖଇରପୁଟ ବ୍ଲକ ଅଧିକାରୀ ଶ୍ରୀ ନିତିନ ମହାନ୍ତ, ମୁକେଶ୍ବରୀ ଉତ୍ପାଦକ କମ୍ପାନୀ କରକୋଣ୍ଡା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁଶ୍ରୀ ସୀମା ରାୟ, ମାଲକାନଗିରି ଉତ୍ପାଦକ କମ୍ପାନୀର ବ୍ଲକ ଅଧିକାରୀ ଶ୍ରୀମତୀ ଦୀପାଳି ଖିଲ, ମାଥିଲି ବ୍ଲକର ପ୍ରକଳ୍ପର ମୁଖ୍ୟ ଶ୍ରୀ ମହନ ନେତୀ ଓ କର୍ମୀ ଶ୍ରୀ ଅଶୋକ କୁମାର ମହାରରଣା ତଥା ଓଡିଶା ଜୀବିକା ମିଶନ୍ରର ଗୋଷ୍ଠୀ ସମ୍ବଳ କର୍ମୀ ପ୍ରମୁଖ ଉପସ୍ଥିତ ରହି କୃଷକ ଉତ୍ପାଦକ ଗୋଷ୍ଠୀର ବିକାଶ ନିମନ୍ତେ ସମସ୍ତେ ଏକାଠି ହୋଇ ସାମୁହିକ କୃଷି, ସାମୁହିକ ଉତ୍ପାଦ କ୍ରୟ ବିକ୍ରୟ, ଦ୍ରବ୍ୟର ବଜାରୀକରଣ, ନିୟମିତ ମାସିକ ବୈଠକ,ଅଂଶୀଦାର ଓ ଅଂଶଧନ ବଢ଼ାଇ ନିଜର ଆର୍ଥିକ ସ୍ଥିତିକୁ ଉର୍ନତ କାଇପାରିବା ପାଇଁ ଦୃଢ଼ ଇଛାଶକ୍ତି ରହିବା ଆବଶ୍ୟକ ବୋଲି ମାତବ୍ୟକ୍ତ କରିଥିଲେ। ଖଇରପୁଟ ବ୍ଲକ ପରି ମାଥିଲି ବ୍ଲକର ସବୁ ପଂଚାୟତରେ ଚାଷୀ ମାନଙ୍କ ପାଇଁ ଆଉଟଲେଟ ର ବ୍ୟବସ୍ଥା କରପାରିଲେ ସୁବିଧା ହେଵବୋଲି ମତବ୍ୟକ୍ତ କରିଥିବାବେଳେ ସୀମା ରାୟ ଓ ଦୀପାଳି ଖିଲ ଅଧିକରୁ ଅଧିକ ଅଂଶୀଦାର ଓ ଅଂଶଧନ ସଂଗ୍ରହ ଉପରେ ଆଲୋକପାତ କରିଥିଲେ। ଶ୍ରୀ ମହାନ ନେତୀ ମାଉଲି ମା କୃଷକ ଉତ୍ପାଦକ କମ୍ପାନୀର ବାର୍ଷିକ ଆୟ ବ୍ୟୟ, ଲାଭ ଓ ଆଗାମୀ ବ୍ୟବସାୟ ଯୋଜନା ବିଷୟରେ ଆଲୋଚନା କରିଥିବାବେଳେ ଶ୍ରୀ ଅଶୋକ କୁମାର ମହାରଣା କାର୍ଯ୍ୟକ୍ରମକୁ ଶେଷ ପର୍ଯ୍ୟନ୍ତ ପରିଚାଳନା କରିବା ସହ ସାମୁହିକ ଶପଥ ପାଠ ଓ ଧନ୍ୟବାଦ ପୂର୍ବକ ଅନୁଷ୍ଠାନିକ ଭାବରେ ସମାପ୍ତ କରିଥିଲେ। କାର୍ଯ୍ୟକ୍ରମକୁ ସଫଳ କରିବାରେ ସର୍ବଶ୍ରୀ ବଳଦେବ ଭୂମିଆ, ଇନ୍ଦ୍ର ଧାରୁଆ, ନୀଳକଣ୍ଠ ଶୁଆନିଆ, ରାମ ନାଲି, ସଞ୍ଜନା ପଟନାୟକ ଓ ସୁଶ୍ରୀ ସୁଚିତ୍ରା ବେହେରା ପ୍ରମୁଖ ସହଯୋଗ କରିଥିଲେ।