ରଥଯାତ୍ରା ଅବସରରେ ମଦ ବନ୍ଦ ହେଉ ପ୍ରଶାସନ ନିକଟରେ ଲୋକଙ୍କ ଦାବୀ
ରଥଯାତ୍ରା ଅବସରରେ ମଦ ବନ୍ଦ ହେଉ
ପ୍ରଶାସନ ନିକଟରେ ଲୋକଙ୍କ ଦାବୀ
ଗୁଣୁପୁର,-(ସୁରେନ୍ଦ୍ର ମହାନ୍ତି )ମହାପ୍ରଭୁଙ୍କ ରଥଯାତ୍ରା ଆଧ୍ୟାତ୍ମିକ ବିଚାର ଓ ବାତାବରଣ ରେ ପାଳନ କରାଯାଉ । ଦୂରଦୂରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁ ମାନେ ନୂଆ ଆଧ୍ୟାତ୍ମିକ ଅନୁଭୂତି କୁ ସାଙ୍ଗରେ ନେଇ ଯାଆନ୍ତୁ । ରଥଯାତ୍ରା, ହାରାପଞ୍ଚମୀ,ବହୁଡାଯାତ୍ରା, ସୁନାବେଶ ଓ ନୀଳାଦ୍ରିବିଜେ ପ୍ରଭୃତି ଉତ୍ସବରେ ମଦ ଦୋକାନ ବନ୍ଦ କରାଯାଉ । ଉଭୟ ଦେଶୀ ଓ ବିଦେଶୀ ମଦ ବିକ୍ରି ଓ ମଦ୍ୟପାନ ବନ୍ଦ ରହି ମହାପ୍ରଭୁଙ୍କ ଘୋଷଯାତ୍ରା ଅନୁଷ୍ଠିତ କରାଯାଉ ବୋଲି ଗୁଣୁପୁର ର ବହୁ ବରିଷ୍ଠ ନାଗରିକ,ସଚେତନ ନାଗରିକ ଓ ବୁଦ୍ଧିଜୀବୀ ମାନେ ଦାବୀ କରିଛନ୍ତି । ଗତ ବର୍ଷ ମାନଙ୍କରେ ମଦ୍ୟପାନ କରି ଗାଡି ମଟର ଚଲେଇବା, ଯାତ୍ରା,ମିନାବଜାରରେ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରି ବାକବିତଣ୍ଡା କରିବା ନଜର ରହିଛି । ମହାପ୍ରଭୁଙ୍କ ରଥଯାତ୍ରା ହେଉଛି ବିଶ୍ୱର ସବୁଠୁ ବଡ଼ ଯାତ୍ରା । ଏହା ଅତି ଶୃଙ୍ଖଳିତ ଓ ଆଧ୍ୟାତ୍ମିକ ବାତାବରଣ ମଧ୍ୟରେ ହେବା ଉଚିତ ବୋଲି ମତ ପ୍ରକାଶ ପାଇଛି । ତେଣୁ ଗୁଣୁପୁର ପ୍ରଶାସନ ଓ ପୁଲିସ ଏନେଇ କଡା ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ।