October 1, 2026

ରାଷ୍ଟ୍ରୀୟ ହିନ୍ଦୁ ସଂଗଠନ ର ରାଷ୍ଟ୍ରୀୟ ଅଧିବେଶନ ସହିତ ୧୪ତମ ସ୍ଥାପନା ଦିବସ ୨୦୨୬ଅନୁଷ୍ଠିତ

IMG-20260930-WA0012
Share

 

ଆଜି ସକାଳୁ ପୁରୀ ଚକ୍ରତୀର୍ଥ ରୋଡ଼ସ୍ଥିତ ଗୋପୀନାଥ ଗୌଡିୟ ମଠ ପରିସରରେ ରାଷ୍ଟ୍ରୀୟ ହିନ୍ଦୁ ସଂଗଠନର ରାଷ୍ଟ୍ରୀୟ ଅଧିବେସନ ସହିତ ୧୪ତମ ସ୍ଥାପନା ଦିବସ୨୦୨୬ ମହାସମାରୋହରେ ପାଳନ କରାଯାଉଛି l ଭାରତ ବର୍ଷର ବିଭିନ୍ନ ରାଜ୍ୟରୁ ସଂଗଠନର ଶତାଧିକ ସଦସ୍ୟ ସଦସ୍ୟାମାନେ ଯୋଗଦାନ କରି ହିନ୍ଦୁ ଧର୍ମକୁ ବଞ୍ଚାଇ ରଖିବା ସହିତ ଗୋହତ୍ୟା ବନ୍ଦକରିବା, ଆଜିର ଯୁବପିଢ଼ି ମୋବାଇଲ ଦ୍ୱାରା ବିପଥଗାମୀ ହୋଇ ସନାତନ ଧର୍ମ ହିନ୍ଦୁଧର୍ମକୁ ସୁଦୃଢ କରିବାସହିତ ଗୋସୁରକ୍ଷା ପ୍ରତି ଧ୍ୟାନଦେବାପାଇଁ ସଂକଳ୍ପ ନେବା ପାଇଁ ସଭାରେ ଶପଥ ନିଆଯାଇଛି l ଏହି କାର୍ଯ୍ୟକ୍ରମରେ ସଂଗଠନ ର ବିଭିନ୍ନ ରାଜ୍ୟରୁ ଆସିଥିବା ଅତିଥିମାନେ ନିଜନିଜର ବକ୍ତବ୍ୟ ପ୍ରଦାନ କରିବାସହିତ ଆସନ୍ତାକାଲି ସକାଳେ ସଂଗଠନ ପକ୍ଷରୁ ଶ୍ରୀମନ୍ଦିର ପରିକ୍ରମା ସହିତ ପୋୖରସାଦନ ଠାରେ ସାଂସ୍କୃତିକ କରାଯିବାପାଇଁ ସଂଗଠନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l