October 2, 2026

ପ୍ରସ୍ତୁତି ବୈଠକ ରେ ସଞ୍ଜୟଙ୍କ ରଣହୁଙ୍କାର, ଦଶହଜାର କର୍ମୀଙ୍କୁ ନେଇ କରିବେ ଗାନ୍ଧୀଜୟନ୍ତୀ ପାଳନ

IMG-20260930-WA0004
Share

ହଁ ଆଜ୍ଞା ଆମେ କହିବାକୁ ଚାହୁଁଛୁ ପୁରୀଜିଲ୍ଲା ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ଏବଂ ଯୋଜନା ବୋର୍ଡ ଅଧକ୍ଷ ସଞ୍ଜୟ ଦାସବର୍ମା ଙ୍କ କଥା l ୨୦୨୪ନିର୍ବାଚନ ରେ ହାରିଲା ପରେବି ସମସ୍ତେ ଭାବୁଥିଲେ ସଞ୍ଜୟଙ୍କୁ ବ୍ରହ୍ମଗିରି ବାସୀ ଭୁଲିଗଲେ l କିନ୍ତୁ ଖୁସିର ବିଷୟ ଏହିକିଯେ ଏବେବି ସଞ୍ଜୟଙ୍କୁ ବ୍ରହ୍ମଗିରିବାସୀ ଝୁରୁଛନ୍ତି l କେଵେକ ସଞ୍ଜୟଙ୍କୁ ନୁହେଁ ନିର୍ବାଚନ ରେ ବିଜୁ ଜନତା ଦଳର ମୁଖ୍ୟ ନବୀନ ପଟ୍ଟନାୟକ ଙ୍କୁ ହରାଇ କାନ୍ଦୁଛନ୍ତି ବ୍ରହ୍ମଗିରି ବାସୀ l ଦଳଭର୍ତି ନଦୀ କେନାଲ କେବଳ, କେବଳ ମତ୍ସ୍ୟଜୀବୀ ପରିବାର ନୁହେଁ ବ୍ରାହ୍ମଣ, କ୍ଷେତ୍ରୀୟ, ଖଣ୍ଡାୟତ ସହିତ ବିଭିନ୍ନ ସମ୍ପ୍ରଦାୟର ସମସ୍ତେ ଦଙ୍ଗା ନେଇ ଚିଲିକାକୁ ମାଛ ଚିଙ୍ଗୁଡ଼ି ମାରିବାକୁ ଯାଇ ଜୀବିକା ନିର୍ବାହ କରନ୍ତି l କିନ୍ତୁ ଦୁଃଖର ବିଷୟ ନଦୀ କେନାଲ ଦଳ ଭର୍ତି ମତ୍ସ୍ୟଯିବି ହନ୍ତସନ୍ତ ହୋଇ ଦାଦନ ଖଟିବାକୁ ଯାଉଥିବା ବେଳେ ପୁରୀଜିଲ୍ଲା ର ରସିକିଆ ସାଂସଦ ସମ୍ବିତ ପାତ୍ର ଏବଂ ବାପ ନାମକୁ ବିକି ବିଧାୟିକା ହୋଇଥିବା ଉପାସନା ମହାପାତ୍ର କଣାସ ର କିଛି ନଦୀରେ ଦଳ କାଢି ସମସ୍ତ ମତ୍ସ୍ୟଜୀବୀ ମାନଙ୍କ ପାଇଁ ସମସ୍ତ ସୁବିଧା କରିଦେବା କଥା କହୁଥିବା ବେଳେ ଏବେବି ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ନଦୀ କେନାଲ ଦଳଭର୍ତି ଥିବାରୁ ସାଧାରଣ ଜନତା ଦାଦନ ଖଟିବାକୁ ଯାଉଛନ୍ତି ଡ଼ଙ୍ଗା ସୁଖୀ ଫାଟି ସାପ ଖେଳୁଛି କୋହଭରା କଣ୍ଠରେ ଗଣମାଧ୍ୟମ କୁ ସୂଚନା ଦେଇଥିଲେ ସଞ୍ଜୟ ଦାଶବର୍ମା l ଏଥିସହିତ ଆସନ୍ତା ଅକ୍ଟୋବର ୨ତାରିଖ ଗାନ୍ଧୀ ଜୟନ୍ତୀରେ ୧୦୦୦୦ସମର୍ଥକଙ୍କୁ ନେଇ ଏକ ବିଶାଳ ପଦଯାତ୍ରା ର ଆୟୋଜନ ଆଜିର ପ୍ରସ୍ତୁତି ବୈଠକ ରେ ନିଷ୍ପତି ନିଆଯାଇଛି l ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

You may have missed