October 1, 2026

କୋତିଆଁ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ

IMG-20260929-WA0048
Share

ତିର୍ତୋଲ ।

( ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ )

ଜଗତସିଂହପୁର ଜିଲ୍ଲା ର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କୋତିଆଁ ଠାରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୬ ସି.ଆର.ସି.ସି ପ୍ରଶାନ୍ତ କୁମାର ମହାନ୍ତି ଙ୍କ ଉଦ୍ୟୋଗରେ ଆୟୋଜିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ପ୍ରାକ୍ତନ ସି.ଆର.ସି.ସି ଶ୍ରୀ ପ୍ରଦୀପ୍ କୁମାର ରଥ ଉଦଘାଟନ କରିଥିଲେ । ସରକାରୀ ଉଚ୍ଚ ବିଦ୍ୟାଳୟ,ମହିଳୋ ର ପ୍ରଧାନ ଶିକ୍ଷକ ଶ୍ରୀ ସମୀର ପ୍ରସନ୍ନ ସ୍ୱାଇଁ ଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କ୍ଲଷ୍ଟରର ଆଠଟି ବିଦ୍ୟାଳୟରୁ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନା ରେ ଶିକ୍ଷକ ପ୍ରଶାନ୍ତ କୁମାର ସାହୁ, ଗଣେଶ ଚନ୍ଦ୍ର ସ୍ୱାଇଁ, ପୂର୍ଣ୍ଣଚନ୍ଦ୍ର ନାୟକ, ରାହୁଲରାଜ୍ ମହାନ୍ତ, ଦୀପକ କୁମାର ମହାନ୍ତି, ଶିକ୍ଷୟତ୍ରୀ ଅନୁଲିପ୍ତା ମିଶ୍ର, ପ୍ରମୋଦିନୀ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ । କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବା ସହିତ ପ୍ରତି ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ମଣ୍ଡଳ ସ୍ତରୀୟ ଶିଶୁ ମହୋତ୍ସବ ରେ ଅଂଶଗ୍ରହଣ କରିବେ ବୋଲି ସୂଚନା ଦିଆଯାଇଛି । କାର୍ଯ୍ଯକ୍ରମ ଶେଷରେ ଶିକ୍ଷକ ପ୍ରଦୀପ କୁମାର ପାତ୍ର ଧନ୍ୟ ବାଦ ଅର୍ପଣ କରିଥିଲେ ।