September 26, 2026
IMG-20260926-WA0050
Share

 

 

ହାଟଡିହି ତା ୨୬/୯(ମନମୋହନ ନାୟକ) : କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅନ୍ତର୍ଗତ ମତାବାଜ ଗ୍ରାମରେ ବିଦ୍ୟୁତ୍ ଆଘାତରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ହେଲେ ଗ୍ରାମର ବସନ୍ତ ରାଉତଙ୍କ ପତ୍ନୀ ମମତା ରାଉତ (୪୧)। ନନ୍ଦିପଦା ପୁଲିସ ଏକ ଅପମୃତ୍ୟୁ ମାମଲା (ନଂ-୧୯/୨୦୨୬) ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁଯାୟୀ, ଶନିବାର ଅପରାହ୍ନରେ ମମତା ନିଜ ଘର ପଛପଟକୁ କୌଣସି କାମରେ ଯାଇଥିଲେ। ଏହି ସମୟରେ ଅସାବଧାନତା ବଶତଃ ତାଙ୍କ ଗୋଡ଼ ଘର ପଛପଟେ ଥିବା ବିଦ୍ୟୁତ୍ ଆର୍ଥିଂ ଉପରେ ପଡ଼ିଯାଇଥିଲା। ଫଳରେ ସେ ବିଦ୍ୟୁତ୍ ଆଘାତରେ ଚିତ୍କାର କରି ସେଠାରେ ଅଚେତ ହୋଇ ପଡ଼ିଯାଇଥିଲେ। ତାଙ୍କ ଚିତ୍କାର ଶୁଣି ପରିବାର ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମମତାଙ୍କୁ ଉଦ୍ଧାର କରିଥିଲେ। ପରେ ତାଙ୍କୁ ଚିକିତ୍ସା ପାଇଁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାକୁ ନେଇ ମତାବାଜ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।